ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ପଟ୍ଟାଙ୍ଗି,୧୯।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ୨୬ ନଂ ଜାତୀୟ ରାଜପଥ ରାଲେଗଡ଼ା ପଞ୍ଚାୟତ ବୋଡାପାଡୁ ଛକରେ ରବିବାର ଟ୍ରକ ଚକା ତଳେ ପଡି ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆବୁଡୁ ରାଜୁ। ମିଳିଥିବା ସୂଚନା ମୁତାବକ ସୁଙ୍କି ପଞ୍ଚାୟତ ଅଧୀନ ଇପାବାଲସା ଗ୍ରାମର ରାଜୁ ଏକ ବାଇକ୍‌(ନଂ.ଏପି୩୧ସିଏଚ୍‌-୭୩୮୪) ଯୋଗେ ପଟ୍ଟାଙ୍ଗିରୁ ନିଜ ଗାଁକୁ ଫେରୁଥିଲେ। ବୋଡାପାଡୁ ଛକଠାରେ ରାଜୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ […] The post ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ appeared first on Dharitri Odia News.

ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ

ପଟ୍ଟାଙ୍ଗି,୧୯।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନ ୨୬ ନଂ ଜାତୀୟ ରାଜପଥ ରାଲେଗଡ଼ା ପଞ୍ଚାୟତ ବୋଡାପାଡୁ ଛକରେ ରବିବାର ଟ୍ରକ ଚକା ତଳେ ପଡି ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆବୁଡୁ ରାଜୁ।

ମିଳିଥିବା ସୂଚନା ମୁତାବକ ସୁଙ୍କି ପଞ୍ଚାୟତ ଅଧୀନ ଇପାବାଲସା ଗ୍ରାମର ରାଜୁ ଏକ ବାଇକ୍‌(ନଂ.ଏପି୩୧ସିଏଚ୍‌-୭୩୮୪) ଯୋଗେ ପଟ୍ଟାଙ୍ଗିରୁ ନିଜ ଗାଁକୁ ଫେରୁଥିଲେ। ବୋଡାପାଡୁ ଛକଠାରେ ରାଜୁ ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ ଟ୍ୟାଙ୍କି ବୋଝେଇ ଟ୍ରକ(ନଂ.ଏପି୩୯ଭିଇ୫୯୪୪) ଚକା ତଳେ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳର ରାଜୁଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ଏସ୍‌ଆଇ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପଟ୍ଟାଙ୍ଗି ପୋଲିସ ଏଏସ୍‌ଆଇ ମାଧବ ତାଡିଙ୍ଗି ଏବଂ କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳେ ପହଞ୍ଚି ଥିବାରୁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଜାତୀୟ ରାଜପଥରେ ଯେପରି ଗାଡ଼ି ଚଳାଚଳ ସ୍ବାଭାବିକ ରହିବ ସେନେଇ ଦୃଷ୍ଟି ରଖିଛି।

The post ଟ୍ରକ ଚକା ତଳେ ପଡ଼ି ଚାଲିଗଲା ବାଇକ୍‌ ଚାଳକଙ୍କ ଜୀବନ appeared first on Dharitri Odia News.