ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍ ମୃତ
ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ ଧକ୍କା ଦେଇଛି। ଏହି ଯାତ୍ରୀବାହି ବସ ଘଟଣା ସ୍ଥଳରେ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ରାଜା ନାମକ ଏକ ଘରୋଇ ଯାତ୍ରୀବାହି ବସ କରଞ୍ଜିଆ ,ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟା୧୦ ମିନିଟ ସମୟ ରେ ଜାରକା ଛକ ନିକଟରେ ଛିଡ଼ା ହୋଇ ଥିବା […] The post ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍ ମୃତ appeared first on Dharitri Odia News.
ଯାଜପୁର, ୩୦।୯(ଶିବ ପ୍ରାସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଛକ ନିକଟ ଟ୍ରକ ପଛ ପଟେ ଧକ୍କା ଦେଇଛି। ଏହି ଯାତ୍ରୀବାହି ବସ ଘଟଣା ସ୍ଥଳରେ ହେଲ୍ପରଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ ରାଜା ନାମକ ଏକ ଘରୋଇ ଯାତ୍ରୀବାହି ବସ କରଞ୍ଜିଆ ,ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୩ଟା୧୦ ମିନିଟ ସମୟ ରେ ଜାରକା ଛକ ନିକଟରେ ଛିଡ଼ା ହୋଇ ଥିବା ଏକ ସାର ବୋଝେଇ ଟ୍ରକ ପଛ ପଟେ ଧକ୍କା ଦେଇ ଥିଲା। ଏବଂ ଘଟଣା ସ୍ଥଳରେ ହେଲପରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଧର୍ମଶାଳା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଅନ୍ୟ ୨୦ରୁ ଉଦ୍ଧର୍ବ ଯାତ୍ରୀଙ୍କୁ ଧର୍ମଶାଳା ସାସ୍ଥ୍ୟ କେନ୍ଦ୍ର ପଠାଇଥିବାବେଳେ ଅତି ଗୁରୁତର ୩ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
The post ଟ୍ରକ ପଛ ପଟକୁ ଧକ୍କା ଦେଲା ବସ,ହେଲ୍ପର୍ ମୃତ appeared first on Dharitri Odia News.