ଟ୍ରକ ଲୋଡିଂକୁ ନେଇ ବିବାଦ । ଅଶାନ୍ତ ଦୈତାରି ଲୁହା ଖଣି !

କନକ ବ୍ୟୁରୋ: ଲୁହା ପଥର ପରିବହନକୁ ନେଇ ବଳ କଷାକଷି । କେନ୍ଦୁଝର ଜିଲ୍ଲାରେ ସ୍ଥିତି ଏପରି ଉପୁଜିଲାଣି ଯେ ଆଗକୁ ଏଥିପାଇଁ ମହାଭାରତ ସୃଷ୍ଟି ହେବାର ଆଶଙ୍କା ରହିଛି । ଯଦି ସମୟ ପୂର୍ବରୁ ପ୍ରଶାସନ କିମ୍ୱା ସରକାର ସଜାଗ ନ ହେବେ, ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଆଇନଶୃଙ୍ଖଳା ବିଗିଡ଼ିପାରେ । କେନ୍ଦୁଝରର ଦୈତାରିରେ ଥିବା ଲୁହା ଖଣିର ପରିବହନକୁ ନେଇ ଦେଖା ଦେଇଛି ବଡ଼ ବିବାଦ । ଏସବୁ ବିବାଦ ନୂଆ ସଂଘକୁ ନେଇ ଉଠିଛି । ପରିବହନ ଦାୟିତ୍ବରେ ଥିବା ପୁରୁଣା ସଂଘ, ବର୍ତ୍ତମାନର ଜୟ ବଜରଙ୍ଗବାଲି ଟ୍ରକ ଓ ଟିପର ମାଲିକ ସଂଘକୁ ବିରୋଧ କରି ପ୍ରତିବାଦ କରିଛି । ସେମାନଙ୍କ ଅଭିଯୋଗ ହେଲା, ଜୟ ବଜରଙ୍ଗବାଲି ଟ୍ରକ ଓ ଟିପର ମାଲିକ ସଂଘର ପଞ୍ଜୀକରଣ ସମ୍ପୂର୍ଣ୍ଣ ବେଆଇନ । ସରକାରୀ ଅଧିକାରୀ ଚଞ୍ଚକତା କରି ପଞ୍ଜୀକରଣ କରାଇଛନ୍ତି । ନୂଆ ସଂଘର କାର୍ଯ୍ୟାଳୟର ଠିକଣା ଜଙ୍ଗଲରେ ଜମିରେ ହୋଇଥିବାରୁ ଏହା ବେଆଇନ୍ ବୋଲି କହିଛି ମା’ ତାରିଣୀ ଟ୍ରକ ଓ ଟିପର ମାଲିକ ସଂଘ ।  ସମବାୟ ପଞ୍ଜୀକରଣ ନିୟମ ଅନୁସାରେ, ଅପରାଧ ରେକର୍ଡ ଥିବା ବ୍ୟକ୍ତି ବିଶେଷ ସଂଘର କର୍ମକର୍ତ୍ତା ବା ସଦସ୍ୟ ରହିପାରିବେ ନାହିଁ । ହେଲେ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ, ଜୟ ବଜରଙ୍ଗବାଲି ଟ୍ରକ ଓ ଟିପର ମାଲିକ ସଂଘର ମନୋନୀତ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଯାହା ବିବାଦକୁ ଅଧିକ ଘନୀଭୂତ କ

ଟ୍ରକ ଲୋଡିଂକୁ ନେଇ ବିବାଦ । ଅଶାନ୍ତ ଦୈତାରି ଲୁହା ଖଣି !

କନକ ବ୍ୟୁରୋ: ଲୁହା ପଥର ପରିବହନକୁ ନେଇ ବଳ କଷାକଷି । କେନ୍ଦୁଝର ଜିଲ୍ଲାରେ ସ୍ଥିତି ଏପରି ଉପୁଜିଲାଣି ଯେ ଆଗକୁ ଏଥିପାଇଁ ମହାଭାରତ ସୃଷ୍ଟି ହେବାର ଆଶଙ୍କା ରହିଛି । ଯଦି ସମୟ ପୂର୍ବରୁ ପ୍ରଶାସନ କିମ୍ୱା ସରକାର ସଜାଗ ନ ହେବେ, ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଆଇନଶୃଙ୍ଖଳା ବିଗିଡ଼ିପାରେ ।
 
କେନ୍ଦୁଝରର ଦୈତାରିରେ ଥିବା ଲୁହା ଖଣିର ପରିବହନକୁ ନେଇ ଦେଖା ଦେଇଛି ବଡ଼ ବିବାଦ । ଏସବୁ ବିବାଦ ନୂଆ ସଂଘକୁ ନେଇ ଉଠିଛି । ପରିବହନ ଦାୟିତ୍ବରେ ଥିବା ପୁରୁଣା ସଂଘ, ବର୍ତ୍ତମାନର ଜୟ ବଜରଙ୍ଗବାଲି ଟ୍ରକ ଓ ଟିପର ମାଲିକ ସଂଘକୁ ବିରୋଧ କରି ପ୍ରତିବାଦ କରିଛି । ସେମାନଙ୍କ ଅଭିଯୋଗ ହେଲା, ଜୟ ବଜରଙ୍ଗବାଲି ଟ୍ରକ ଓ ଟିପର ମାଲିକ ସଂଘର ପଞ୍ଜୀକରଣ ସମ୍ପୂର୍ଣ୍ଣ ବେଆଇନ । ସରକାରୀ ଅଧିକାରୀ ଚଞ୍ଚକତା କରି ପଞ୍ଜୀକରଣ କରାଇଛନ୍ତି । ନୂଆ ସଂଘର କାର୍ଯ୍ୟାଳୟର ଠିକଣା ଜଙ୍ଗଲରେ ଜମିରେ ହୋଇଥିବାରୁ ଏହା ବେଆଇନ୍ ବୋଲି କହିଛି ମା’ ତାରିଣୀ ଟ୍ରକ ଓ ଟିପର ମାଲିକ ସଂଘ । 

ସମବାୟ ପଞ୍ଜୀକରଣ ନିୟମ ଅନୁସାରେ, ଅପରାଧ ରେକର୍ଡ ଥିବା ବ୍ୟକ୍ତି ବିଶେଷ ସଂଘର କର୍ମକର୍ତ୍ତା ବା ସଦସ୍ୟ ରହିପାରିବେ ନାହିଁ । ହେଲେ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି ଯେ, ଜୟ ବଜରଙ୍ଗବାଲି ଟ୍ରକ ଓ ଟିପର ମାଲିକ ସଂଘର ମନୋନୀତ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଓ ଅନ୍ୟ ଦୁଇଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଯାହା ବିବାଦକୁ ଅଧିକ ଘନୀଭୂତ କରିଛି । ତେବେ ନୂଆ ସଂଘ, ପାଟଣା ପୁରୁଣା ସଂଘ କାର୍ୟ୍ୟକର୍ତ୍ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି । 
 
କେନ୍ଦୁଝରରେ ଥିବା ଏହି ଖଣିଜ ପରିବହନ ଉପରେ ଥିଲା ଘଷିପୁରା ବିଧାୟକଙ୍କ ସମର୍ଥକଙ୍କ ଦବଦବା । କିନ୍ତୁ ବିଧାୟକ ବଦ୍ରି ପାତ୍ରଙ୍କ ଦବଦବା କମିବା ପରେ ବିଜେଡିର ଯୁବ ନେତା ରାଜା ଚକ୍ର ମା’ ତାରିଣୀ ଟ୍ରକ୍ ଓ ଟିପ୍ପର ମାଲିକ ସଂଘ ଗଠନ କରି ଖଣିଜ ପରିବହନକୁ ନିଜ କବଜାକୁ ଆଣିଥିଲେ । ହେଲେ ଏବେ ନୂଆ ସଂଘର ପଞ୍ଜୀକରଣ ବିବାଦକୁ ନେଇ ଦେଖାଦେଇଥିବା ରାଜନୈତିକ ଉତ୍ତେଜନା ଆଗକୁ ବିସ୍ଫୋରକ ରୂପ ନେଇପାରେ ।