ଟ୍ରକକୁ ପଛ ପଟୁ ପିଟିଲା ବସ୍, ୧୫ ଯାତ୍ରୀ ଆହତ

ନୀଳଗିରି ୦୧।୧୦ : ବାଲେଶ୍ୱର ଜିଲ୍ଲା ସେରଗଡ଼ ନିକଟର ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ବସ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କଲିକତାରୁ କଟକ ନାଉଗାଁ ଯାଉଥିଲା ଢଲ୍‌ପିନ୍‌ ବସ୍‌ । ବାଲେଶ୍ୱର ଜିଲ୍ଲା ସେରଗଡ଼ ଲେମ୍ବୁ ନଈ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବସ୍‌। ଯାହାଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୧୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।    

ଟ୍ରକକୁ ପଛ ପଟୁ ପିଟିଲା ବସ୍, ୧୫ ଯାତ୍ରୀ ଆହତ

ନୀଳଗିରି ୦୧।୧୦ : ବାଲେଶ୍ୱର ଜିଲ୍ଲା ସେରଗଡ଼ ନିକଟର ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ବସ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କଲିକତାରୁ କଟକ ନାଉଗାଁ ଯାଉଥିଲା ଢଲ୍‌ପିନ୍‌ ବସ୍‌ । ବାଲେଶ୍ୱର ଜିଲ୍ଲା ସେରଗଡ଼ ଲେମ୍ବୁ ନଈ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବସ୍‌। ଯାହାଫଳରେ ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୧୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।