ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି ପିକ୍‌ଅପ୍‌ ଭ୍ୟାନ୍‌। ଏହି ଦୁର୍ଘଟଣାରେ ପିକକ ଭ୍ୟାନରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅଛନ୍ତି। ମୃତକ ଦୁଇ ଜଣ ହେଲେ ଧରାକୋଟ ଥାନା ଅନ୍ତର୍ଗତ ସୁନ୍ଦରା ପଲ୍ଲୀ ଗ୍ରାମର ୧୭ ବର୍ଷୀୟ ସୁମନ ଗନ୍ତାୟତ ଓ ସରଧା ପୁର ଗ୍ରାମର ୧୮ ବର୍ଷୀୟ ଅଜିତ […] The post ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ appeared first on Dharitri Odia News.

ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ

ଆସିକା,୧୯।୯(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକଠାରେ ରାସ୍ତା କଡ଼ରେ ଠିଆ ହେଇଥିବା ଗୋଟେ ଟ୍ରକକୁ ପଛପଟୁ ଧକ୍କା ଦେଇଛି ପିକ୍‌ଅପ୍‌ ଭ୍ୟାନ୍‌। ଏହି ଦୁର୍ଘଟଣାରେ ପିକକ ଭ୍ୟାନରେ ବସିଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅଛନ୍ତି। ମୃତକ ଦୁଇ ଜଣ ହେଲେ ଧରାକୋଟ ଥାନା ଅନ୍ତର୍ଗତ ସୁନ୍ଦରା ପଲ୍ଲୀ ଗ୍ରାମର ୧୭ ବର୍ଷୀୟ ସୁମନ ଗନ୍ତାୟତ ଓ ସରଧା ପୁର ଗ୍ରାମର ୧୮ ବର୍ଷୀୟ ଅଜିତ ବାଡତ୍ୟା।

ସୁଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ପିକ୍‌ଅପ୍‌ ଭ୍ୟାନ୍‌ରେ ପରିବା ନେଇ ଭଣ୍ଡାରୀ ବସାରୁ ବ୍ରହ୍ମପୁର ଯିବା ସମୟରେ ପିତଳ ଛକ ନିକଟରେ ଏକ ଟ୍ରକକୁ ପଛରୁ ଧକ୍କା ଦେବା ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଖବରପାଇ ଘଟଣାସ୍ଥଳରେ ହିଞ୍ଜିଳି ଥାନା ପୋଲିସ ପହଞ୍ଚି ମୃତ ବ୍ୟକ୍ତି ଦ୍ବୟଙ୍କୁ ପିକକ ଭ୍ୟାନ କାଟି ବାହାରକୁ ବାହାର କରି ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ହିଞ୍ଜିଳି ମେଡିକାଲକୁ ଆଣି ଘଟଣାର ଅଧିକ ତଦନ୍ତ କରୁଛି।

The post ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍‌: ଚାଲିଗଲା ୨ ଜୀବନ appeared first on Dharitri Odia News.