ଟ୍ରକକୁ ପଛରୁ ପିଟିଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ

ଭଦ୍ରକ ୧୮।୧୨ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସ୍‌ ଷ୍ଟାଣ୍ଡ ନିକଟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସ୍‌ ଷ୍ଟାଣ୍ଡ ନିକଟ ବ୍ରିଜ୍‌ ଉପରେ ଏକ ଟ୍ରକ ଛିଡା ହୋଇଥିଲା । ଏହି ସମୟରୁ ପଛରୁ ଆସି ଏକ ବାଇକ୍‌ ଧକ୍କା ଦୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପରେ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । l ତେବେ ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍‌ ହୋଇଥିବାର ଦେଖିବାକୁ ମିଳିଥିଲା । 

ଟ୍ରକକୁ ପଛରୁ ପିଟିଲା ବାଇକ୍, ଚାଲିଗଲା ଜଣଙ୍କ ଜୀବନ

ଭଦ୍ରକ ୧୮।୧୨ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସ୍‌ ଷ୍ଟାଣ୍ଡ ନିକଟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନୂଆ ବସ୍‌ ଷ୍ଟାଣ୍ଡ ନିକଟ ବ୍ରିଜ୍‌ ଉପରେ ଏକ ଟ୍ରକ ଛିଡା ହୋଇଥିଲା । ଏହି ସମୟରୁ ପଛରୁ ଆସି ଏକ ବାଇକ୍‌ ଧକ୍କା ଦୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ପରେ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । l ତେବେ ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍‌ ହୋଇଥିବାର ଦେଖିବାକୁ ମିଳିଥିଲା ।