ଟ୍ରକରେ ବସିଥିବା ଅବସ୍ଥାରେ ଚାଲିଗଲା ଚାଳକଙ୍କ ଜୀବନ

ବଡବିଲ,୩୧।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ ବାରବାଙ୍କ ସ୍ଥିତ ୫୨୦ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକରେ ବସିଥିବା ଅବସ୍ଥାରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକ ହେଲେ ଝାଡ଼ଖଣ୍ଡ ରାଜ୍ୟ ଛାତ୍ରା ଜିଲା ଚରକାକଳା ଅଞ୍ଚଳର ସୁରେନ୍ଦ୍ର ଚୌଧୁରୀ(୩୨)। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଓଡି୦୯ଭି୪୪୮୯ନମ୍ବର ବିଶିଷ୍ଟ ଟ୍ରକ ଯୋଗେ ସୁରେନ୍ଦ୍ର ଜିଲିଂ […] The post ଟ୍ରକରେ ବସିଥିବା ଅବସ୍ଥାରେ ଚାଲିଗଲା ଚାଳକଙ୍କ ଜୀବନ appeared first on Dharitri Odia News.

ଟ୍ରକରେ ବସିଥିବା ଅବସ୍ଥାରେ ଚାଲିଗଲା ଚାଳକଙ୍କ ଜୀବନ

ବଡବିଲ,୩୧।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ ବାରବାଙ୍କ ସ୍ଥିତ ୫୨୦ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକରେ ବସିଥିବା ଅବସ୍ଥାରେ ଜଣେ ଚାଳକଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକ ହେଲେ ଝାଡ଼ଖଣ୍ଡ ରାଜ୍ୟ ଛାତ୍ରା ଜିଲା ଚରକାକଳା ଅଞ୍ଚଳର ସୁରେନ୍ଦ୍ର ଚୌଧୁରୀ(୩୨)।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଓଡି୦୯ଭି୪୪୮୯ନମ୍ବର ବିଶିଷ୍ଟ ଟ୍ରକ ଯୋଗେ ସୁରେନ୍ଦ୍ର ଜିଲିଂ ଖଣିରୁ ଲୁହାପଥର ନେଇ ରାଉରକେଲା ଅଭିମୁଖେ ବାହାରିଥିଲେ। ବିଳମ୍ବିତ ରାତିରେ ୫୨୦ ନମ୍ବର ଜାତୀୟ ରାଜପଥ ଦେଇଯାଉଥିବା ବେଳେ ବାରବାଙ୍କ ନିକଟରେ ଟ୍ରକଟି ଅଟକି ରହିଥିଲା। ହେଲେ ଶୁକ୍ରବାର ଟ୍ରକ୍‌ ଛିଡା ହୋଇଥିବା ବେଳେ ସିଟରେ ବସିଥିବା ଅବସ୍ଥାରେ ତାଙ୍କର ମୃତଦେହ ମିଳିଥିଲା।

ଖବର ପାଇ ରୁଗୁଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ହୃଦଘାତରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୨/୨୪) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

The post ଟ୍ରକରେ ବସିଥିବା ଅବସ୍ଥାରେ ଚାଲିଗଲା ଚାଳକଙ୍କ ଜୀବନ appeared first on Dharitri Odia News.