ଟ୍ରକ୍‌-କାର୍‌-ଟ୍ରକ୍‌ ମଧ୍ୟରେ ସିରିଜ୍‌ ଧକ୍କା: ୬ ଜଣଙ୍କ ମୃତ୍ୟୁ

ଆଜି ରାତି ପ୍ରାୟ ୯ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚିଲା। ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି।

ଟ୍ରକ୍‌-କାର୍‌-ଟ୍ରକ୍‌ ମଧ୍ୟରେ ସିରିଜ୍‌ ଧକ୍କା: ୬ ଜଣଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସରେ ଆଜି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଡ଼ବିଲ ଯାଉଥିବା ଏକ କାର୍‌ ବାଇପାସରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା। ତେବେ କାର୍‌ ପଛରେ ଆସୁଥିବା ଆଉ ଗୋଟିଏ ଟ୍ରକ୍‌କୁ ଧକ୍କା ଦେଇଥିଲା। ଅର୍ଥାତ ଦୁଇ ଟ୍ରକ୍‌ ମଝିରେ ଚାପି ହୋଇଯାଇଥିଲା କାର୍‌। ଯେଉଁଥିପାଇଁ କାର୍‌ରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

 

ଆଜି ରାତି ପ୍ରାୟ ୯ଟା ବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛି। ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁର୍ଘଟଣାରେ କାର୍‌ଟି ଚୁରମାର ହୋଇଥିବାରୁ କଟର ମାଧ୍ୟମରେ କାଟି ମୃତଦେହ ଓ ଗୁରୁତରଙ୍କୁ ଉଦ୍ଧାର କରାଯାଉଛି। ବର୍ତ୍ତମାନ ସେହି ରାସ୍ତା ଦେଇ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି। ମୃତକମାନେ ବଡ଼ବିଲ୍‌ ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକମାନେ ବଡ଼ବିଲ ଭଦ୍ରାସାହି ଅଞ୍ଚଳର ହିରାଲାଲ ପଲେଇଙ୍କ ପରିବାର ଲୋକ। ଏମାନେ ବାଂଶପାଳ ବ୍ଲକ୍ ତରମାକାନ୍ତକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି