ଟ୍ରକ୍ ସହ ଧକ୍କା ହେଲା ବାଇକ୍ : ଜଣେ ମୃତ, ଜଣେ ଗୁରୁତର
ନୀଳଗିରି ୨୩।୩: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସନ୍ତରାଗଡିଆରୁ ବିଦୁ ରାସ୍ତା ବାରାକୋଇଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ବାଇକ୍ ଅରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଆରକେଡି କମ୍ପାନୀର ଦୁଇ ଜଣ କାର୍ଯ୍ୟରତ ଦୁଇ କର୍ମଚାରୀ ବାଇକ୍ରେ ସନ୍ତରାଗଡିଆରୁ ବିଦୁ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଅପରପାର୍ଶ୍ଵରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲେ । ପରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଯୁବକଙ୍କୁ ଈଶ୍ୱରପୁର ମେଡିକାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ବଟିରା ଗ୍ରାମର ପ୍ରଶାନ୍ତ ନାୟକ ଓ ଗୁରୁତର ହେଲେ ସେହି ଗ୍ରାମର ପ୍ରଶାନ୍ତ ବେହେରା ବୋଲି ଜଣାପଡିଛି । ନୀଳଗିରି ପୋଲିସ ଦୁର୍ଘଟଣା ଘଟାଇବା ଗାଡିକୁ ଜବତ କରିଛନ୍ତି ।You Can Read :କାର୍କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର
ନୀଳଗିରି ୨୩।୩: ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ସନ୍ତରାଗଡିଆରୁ ବିଦୁ ରାସ୍ତା ବାରାକୋଇଲି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ ଧକ୍କାରେ ବାଇକ୍ ଅରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ଆରକେଡି କମ୍ପାନୀର ଦୁଇ ଜଣ କାର୍ଯ୍ୟରତ ଦୁଇ କର୍ମଚାରୀ ବାଇକ୍ରେ ସନ୍ତରାଗଡିଆରୁ ବିଦୁ ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଅପରପାର୍ଶ୍ଵରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲେ । ପରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଯୁବକଙ୍କୁ ଈଶ୍ୱରପୁର ମେଡିକାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ବଟିରା ଗ୍ରାମର ପ୍ରଶାନ୍ତ ନାୟକ ଓ ଗୁରୁତର ହେଲେ ସେହି ଗ୍ରାମର ପ୍ରଶାନ୍ତ ବେହେରା ବୋଲି ଜଣାପଡିଛି । ନୀଳଗିରି ପୋଲିସ ଦୁର୍ଘଟଣା ଘଟାଇବା ଗାଡିକୁ ଜବତ କରିଛନ୍ତି ।
You Can Read :
କାର୍କୁ ଧକ୍କା ଦେଲା ବାଲି ବୋଝେଇ ହାଇୱା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାର