ଟ୍ରକ୍କୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ଚାଳକ
ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲାଣି ଟୋଲ ପ୍ଲାଜା ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ପଛପଟରେ ଆଉ ଏକ ଟ୍ରକ୍ ପିଟି ହେବାରୁ ଟ୍ରକ୍ରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, କୋଇଡ଼ା ଅଞ୍ଚଳରୁ ଲୁହାପଥର ବୋଝେଇ କରି ଏକ ଟ୍ରକ୍ ବାରକୋଟ ଅଭିମୁଖେ ଆସୁଥିବା ସମୟରେ ବଲାଣି ଟୋଲ ପ୍ଲାଜା ନିକଟରେ ଟ୍ରକ୍ର ଆଗ ଚକା ଫାଟି ଯିବାରୁ ଚାଳକ ହଠାତ ଗାଡ଼ିକୁ ଅଟକାଇ ଥିଲେ। ଫଳରେ […] The post ଟ୍ରକ୍କୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ଚାଳକ appeared first on Dharitri Odia News.
ଦେବଗଡ଼,୨୪ା୩(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲାଣି ଟୋଲ ପ୍ଲାଜା ନିକଟରେ ଏକ ଲୁହା ପଥର ବୋଝେଇ ଟ୍ରକ୍ ପଛପଟରେ ଆଉ ଏକ ଟ୍ରକ୍ ପିଟି ହେବାରୁ ଟ୍ରକ୍ରେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, କୋଇଡ଼ା ଅଞ୍ଚଳରୁ ଲୁହାପଥର ବୋଝେଇ କରି ଏକ ଟ୍ରକ୍ ବାରକୋଟ ଅଭିମୁଖେ ଆସୁଥିବା ସମୟରେ ବଲାଣି ଟୋଲ ପ୍ଲାଜା ନିକଟରେ ଟ୍ରକ୍ର ଆଗ ଚକା ଫାଟି ଯିବାରୁ ଚାଳକ ହଠାତ ଗାଡ଼ିକୁ ଅଟକାଇ ଥିଲେ। ଫଳରେ ଉକ୍ତ ଟ୍ରକ ପଛ ପଟୁ ଆସୁଥିବା ଆଉ ଏକ ଟ୍ରକ୍ ପଛ ପଟୁ ଧକ୍କା ଦେଇଥିଲା l ଟ୍ରକ ଧକ୍କା ଫଳରେ ପଛ ଟ୍ରକର ଚାଳକ କ୍ୟାବିନ ମଧ୍ୟରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସୂଚନା ପାଇ ବାରକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଦୁଇଟିକୁ ଜବତ କରିବା ସହ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି l ମୃତ ଚାଳକ କେନ୍ଦୁଝର ଜିଲା ତୁରୁମୁର୍ଙ୍ଗl ଥାନା ଡଲାଙ୍ଗ ଗ୍ରାମର ମହେଶ୍ୱର ମହନ୍ତ ବୋଲି ଜଣାପଡ଼ିଛି।
The post ଟ୍ରକ୍କୁ ଧକ୍କା ଦେଲା ଟ୍ରକ୍, ଚାପି ହୋଇଗଲେ ଚାଳକ appeared first on Dharitri Odia News.