ଟ୍ରକ୍‌କୁ ପଟିଲା ବାଇକ୍‌: ଚାଲିଗଲା ୩ ଯୁବକଙ୍କ ଜୀବନ

ଯାଜପୁର,୨୩।୩: ଯାଜପୁର ଜିଲା କଳିଙ୍ଗନଗର ଥାନା ଅଧୀନ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରକ ପଛରେ ଏକ ବାଇକ୍‌ ପିଟି ହୋଇ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଏକ ବାଇକ୍‌ରେ ୩ଜଣ ଯୁବକ ଆସୁଥିଲେ। ହେଲେ ବାଇକ୍‌ଟି ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ […] The post ଟ୍ରକ୍‌କୁ ପଟିଲା ବାଇକ୍‌: ଚାଲିଗଲା ୩ ଯୁବକଙ୍କ ଜୀବନ appeared first on Dharitri Odia News.

ଟ୍ରକ୍‌କୁ ପଟିଲା ବାଇକ୍‌: ଚାଲିଗଲା ୩ ଯୁବକଙ୍କ ଜୀବନ

ଯାଜପୁର,୨୩।୩: ଯାଜପୁର ଜିଲା କଳିଙ୍ଗନଗର ଥାନା ଅଧୀନ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରକ ପଛରେ ଏକ ବାଇକ୍‌ ପିଟି ହୋଇ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଏକ ବାଇକ୍‌ରେ ୩ଜଣ ଯୁବକ ଆସୁଥିଲେ। ହେଲେ ବାଇକ୍‌ଟି ଦ୍ରୁତ ଗତିରେ ଥିବା ବେଳେ ଭାରସାମ୍ୟ ହରାଇ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଏକ ଚଳନ୍ତା ଟ୍ରକ ପଛକୁ ପିଟି ହୋଇଯାଇଥିଲେ। ଫଳରେ ସେମାନେ ରାସ୍ତାରେ ଛିଟିକି ପଡିଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

The post ଟ୍ରକ୍‌କୁ ପଟିଲା ବାଇକ୍‌: ଚାଲିଗଲା ୩ ଯୁବକଙ୍କ ଜୀବନ appeared first on Dharitri Odia News.