ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍ , ୨୦ରୁ ଅଧିକ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଲଙ୍ଗଳେଶ୍ଵର ଛକ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ଆଜି ସକାଳେ ବାଲୁଙ୍କେଶ୍ଵର ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ଵରରୁ ଆସିକା ଯାଉଥିବାବେଳେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ପରେ […]

ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍ , ୨୦ରୁ ଅଧିକ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଲଙ୍ଗଳେଶ୍ଵର ଛକ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍। ଆଜି ସକାଳେ ବାଲୁଙ୍କେଶ୍ଵର ନାମକ ଏକ ଯାତ୍ରୀବାହୀ ବସ୍ ଭୁବନେଶ୍ଵରରୁ ଆସିକା ଯାଉଥିବାବେଳେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ପରେ ଡ୍ରାଇଭର , କଣ୍ଡକ୍ଟର ଏବଂ ହେଲପର ବସ୍ ଛାଡି ଫେରାର୍ ହୋଇଯାଇଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।