ଟ୍ରମ୍ପ ଫୁଟାଇଲେ ଟାରିଫ ବୋମା ତ ଏବେ ଧମକାଇଲାଣି ଚାଇନା
ବେଜିଂ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଚାଇନାରୁ ଆମେରିକୀୟ ଆମଦାନୀ ଉପରେ ୪୩୮ ବିଲିୟନ ଡଲାର ମୂଲ୍ୟର ୩୪ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଚାଇନା ହେଉଛି ଆମେରିକାର ତୃତୀୟ ବୃହତ୍ତମ ବାଣିଜି୍ୟକ ଅଂଶୀଦାର। ଚାଇନା ଏହି ନିଷ୍ପତ୍ତି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ କହିଛି ଯେ ଏହା ନିଜର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନେବ। ଚାଇନା ବାଣିଜ୍ୟ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଚାଇନା ଆମେରିକାର […] The post ଟ୍ରମ୍ପ ଫୁଟାଇଲେ ଟାରିଫ ବୋମା ତ ଏବେ ଧମକାଇଲାଣି ଚାଇନା appeared first on Dharitri Odia News.
ବେଜିଂ,୩।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଚାଇନାରୁ ଆମେରିକୀୟ ଆମଦାନୀ ଉପରେ ୪୩୮ ବିଲିୟନ ଡଲାର ମୂଲ୍ୟର ୩୪ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି।
ଚାଇନା ହେଉଛି ଆମେରିକାର ତୃତୀୟ ବୃହତ୍ତମ ବାଣିଜି୍ୟକ ଅଂଶୀଦାର। ଚାଇନା ଏହି ନିଷ୍ପତ୍ତି ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ଏବଂ କହିଛି ଯେ ଏହା ନିଜର ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ନେବ।
ଚାଇନା ବାଣିଜ୍ୟ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଚାଇନା ଆମେରିକାର ‘ପାରସ୍ପରିକ ଶୁଳ୍କ’କୁ ବିରୋଧ କରେ ଏବଂ ଏହାର ଅଧିକାର ଏବଂ ସ୍ବାର୍ଥ ସୁରକ୍ଷିତ ରଖିବା ପାଇଁ ଦୃଢ଼ ପଦକ୍ଷେପ ନେବ। ଏହା ପୂର୍ବରୁ ଟ୍ରମ୍ପ ଫେବୃଆରୀ ଏବଂ ମାର୍ଚ୍ଚରେ ମଧ୍ୟ ଚାଇନା ଉପରେ ୧୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ।
ପୂର୍ବରୁ ଚାଇନା ଟ୍ରମ୍ପଙ୍କ ଶୁଳ୍କ ଉପରେ ଅତିରିକ୍ତ ୧୫ ପ୍ରତିଶତ ଶୁଳ୍କ ଲଗାଇ ପ୍ରତିଶୋଧ ନେଇଥିଲା ଏବଂ ବିଶ୍ୱ ବାଣିଜ୍ୟ ସଂଗଠନ (WTO)ରେ ଆମେରିକା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହା ବ୍ୟତୀତ, ଚାଇନା ୧୦ଟି ଆମେରିକୀୟ କମ୍ପାନୀକୁ ‘ଅବିଶ୍ୱସନୀୟ ସଂସ୍ଥା’ ତାଲିକାରେ ରଖିଛି ଏବଂ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥିରେ ଅନେକ ପ୍ରତିରକ୍ଷା, ସୁରକ୍ଷା, AI, ବିମାନ ଚଳାଚଳ, IT ସମ୍ବନ୍ଧୀୟ କମ୍ପାନୀ ଅନ୍ତର୍ଭୁକ୍ତ।
ଚାଇନା ଅଧିକାରୀମାନେ କହିଛନ୍ତି ଯେ ଏହି ନୂତନ ଶୁଳ୍କ ଆମେରିକୀୟ ଗ୍ରାହକମାନଙ୍କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇବ। କିନ୍ତୁ ଏହି ଶୁଳ୍କଗୁଡ଼ିକ ଚାଇନାର ବାଣିଜ୍ୟ ଏବଂ ଶିଳ୍ପ ଉପରେ ଏକ ବିରାଟ ପ୍ରଭାବ ପକାଇବ, ଯାହା ପୂର୍ବରୁ ଚାଇନା ଅର୍ଥନୀତିର ମାନ୍ଦାବସ୍ଥା ଦ୍ୱାରା ପ୍ରଭାବିତ ହୋଇଛି।
The post ଟ୍ରମ୍ପ ଫୁଟାଇଲେ ଟାରିଫ ବୋମା ତ ଏବେ ଧମକାଇଲାଣି ଚାଇନା appeared first on Dharitri Odia News.