ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଚିନ୍ତାରେ ପଡ଼ିଲାଣି କାନାଡା
ଓଟାଓ୍ବା,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ କାନାଡାରେ ଚିନ୍ତା ଓ ଭୟର ବାତାବରଣ ଦେଖାଦେଇଛି। ବିଶ୍ଳେଷକମାନେ ବିଶ୍ୱାାସ କରନ୍ତି ଯେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ଅସୁବିଧା ବଢାଇପାରେ, ବିଶେଷତଃ ଯେତେବେଳେ କାନାଡାର ଅଧିକାଂଶ ରପ୍ତାନି ପାଇଁ ଆମେରିକା ହେଉଛି ମୁଖ୍ୟ ଗନ୍ତବ୍ୟସ୍ଥଳ। ଏହା ସହିତ ଟ୍ରମ୍ପ ଏବଂ ଟ୍ରୁଡୋଙ୍କ ମଧ୍ୟରେ ପୂର୍ବରୁ ତିକ୍ତ ସମ୍ପର୍କ ଥିବାରୁ କାନାଡାରେ ଏକ ସମ୍ଭାବ୍ୟ ବିମୁଦ୍ରାକରଣକୁ ନେଇ ଚିନ୍ତା ବଢୁଛି। ସମସ୍ତ […] The post ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଚିନ୍ତାରେ ପଡ଼ିଲାଣି କାନାଡା appeared first on Dharitri Odia News.
ଓଟାଓ୍ବା,୭।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ କାନାଡାରେ ଚିନ୍ତା ଓ ଭୟର ବାତାବରଣ ଦେଖାଦେଇଛି। ବିଶ୍ଳେଷକମାନେ ବିଶ୍ୱାାସ କରନ୍ତି ଯେ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ଅସୁବିଧା ବଢାଇପାରେ, ବିଶେଷତଃ ଯେତେବେଳେ କାନାଡାର ଅଧିକାଂଶ ରପ୍ତାନି ପାଇଁ ଆମେରିକା ହେଉଛି ମୁଖ୍ୟ ଗନ୍ତବ୍ୟସ୍ଥଳ। ଏହା ସହିତ ଟ୍ରମ୍ପ ଏବଂ ଟ୍ରୁଡୋଙ୍କ ମଧ୍ୟରେ ପୂର୍ବରୁ ତିକ୍ତ ସମ୍ପର୍କ ଥିବାରୁ କାନାଡାରେ ଏକ ସମ୍ଭାବ୍ୟ ବିମୁଦ୍ରାକରଣକୁ ନେଇ ଚିନ୍ତା ବଢୁଛି।
ସମସ୍ତ ଆମଦାନୀ ଉପରେ ସେ ୧୦% ଶୁଳ୍କ ଲାଗୁ କରିବେ ଏବଂ ଆମେରିକାର ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେବେ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି। ଏହି ନୀତି କାନାଡା ଉପରେ ସିଧାସଳଖ ପ୍ରଭାବ ପକାଇବ, ଯାହାକି ଚତୁର୍ଥ ବୃହତ୍ତମ ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶ। କାନାଡାର ୭୫% ରପ୍ତାନି ଆମେରିକା ଯାଇଥାଏ ଏବଂ ଏହି ଶୁଳ୍କ କାନାଡାର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇପାରେ। କାନାଡିୟ ଚାମ୍ବର ଅଫ କମର୍ସ ଅନୁଯାୟୀ ଟ୍ରମ୍ପଙ୍କ ଶୁଳ୍କ ନୀତି କାନାଡାର ଆୟକୁ ବାର୍ଷିକ ୦.୯% ଏବଂ ଶ୍ରମ ଉତ୍ପାଦନକୁ ପ୍ରାୟ ୧% ହ୍ରାସ କରିବ। ଯଦି ବାଣିଜି୍ୟକ ତିକ୍ତତା ବୃଦ୍ଧି ହୁଏ, ତେବେ କାନାଡାର ଆର୍ଥିକ ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ଅଧିକ ଗମ୍ଭୀର ହୋଇପାରେ।
The post ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଚିନ୍ତାରେ ପଡ଼ିଲାଣି କାନାଡା appeared first on Dharitri Odia News.