ଟ୍ରମ୍ପଙ୍କ ନାଲି ଆଖି; ଏପ୍ରିଲ ୨ରୁ ‘ଯେସାକୁ ତେସା ଆମଦାନି’ ଶୁଳ୍କ ! ଭାରତ ବର୍ଷକୁ ହରାଇବ ୬୦ ହଜାର କୋଟି

ୱାଶିଂଟନ: ଆମଦାନି ଶୁଳ୍କ ନେଇ ପୁଣି ଭାରତକୁ ଟାର୍ଗେଟ୍ କଲା ଆମେରିକା । କଂଗ୍ରେସର ଯୁଗ୍ମ ଅଧିବେଶନରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପ୍ରିଲ ୨ରୁ ‘ଯେସାକୁ ତେସା ଆମଦାନି’ ଶୁଳ୍କ ଲାଗୁ କରିବାକୁ ଦେଇଛନ୍ତି ଧମକ । ଭାରତ ସରକାର ଆମେରିକା ଉପରେ ୧୦୦%ରୁ ଅଧିକ ଶୁଳ୍କ ଲଦୁଛି ତେଣୁ ତାଙ୍କ ଉପରେ ମଧ୍ୟ ସମାନ ଟାରିଫ୍ ଲାଗିବ । ଆମେରିକୀୟ ଅଟୋମୋବାଇଲ୍ କ୍ଷେତ୍ର ଉପରେ ଭାରତର ୧୦୦%ରୁ ଅଧିକ ଆମଦାନି  ଶୁଳ୍କ ଗ୍ରହଣୀୟ ନୁହେଁ । ମୋଟା ଶୁଳ୍କ ଲଦି ଯଦି ଭାରତ ଆମକୁ  ସେଠାକାର ବଜାରରୁ ବଞ୍ଚିତ ରଖୁଛି, ଆମେ ମଧ୍ୟ ସେହିଭଳି ଭାବେ ଆମ ବଜାରରୁ ସେମାନଙ୍କୁ ଦୂରେଇ ରଖିବୁ । ଯେଉଁ ରାଷ୍ଟ୍ର ଆମେରିକୀୟ ସାମଗ୍ରୀ ଉପରେ ଯେତିକି ଟିକସ କଷିବ ଉକ୍ତ ରାଷ୍ଟ୍ର ଉପରେ ସେତିକି ଶୁଳ୍କ ଲଗାଯିବ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।ଏକ ରିପୋର୍ଟ ଅନୁସାରେ, ଆମେରିକାର ଯେସାକୁ ତେସା ନୀତି ପାଇଁ ପ୍ରତି ବର୍ଷ ଭାରତ ରପ୍ତାନି ବାବଦକୁ ୬୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବ । ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚ ଅନୁସାରେ, ଆମେରିକାକୁ ରପ୍ତାନି ୨୦୦ କୋଟି ଡଲାରରୁ ୩୫୦ କୋଟି ଡଲାର ଖସିଲେ ଭାରତର ଜିଡିପି ଅଭିବୃଦ୍ଧି ୦.୦୫%ରୁ .୧୦% ସଂକୁଚିତ ହୋଇପାରେ । ଆଜି ଟ୍ରମ୍ପ କହିଲେ ଯେ, ଦଶନ୍ଧି ଦଶନ୍ଧି ଧରି ଅନ୍ୟ ରାଷ୍ଟ୍ରଗୁଡ଼ିକ ଆମେରିକା ଉପରେ ମୋଟା ଶୁଳ୍କ ଲଦି ଚାଲିଛନ୍ତି । ଏବେ ଆମ ପାଳି, ବର୍ତ୍ତମ

ଟ୍ରମ୍ପଙ୍କ ନାଲି ଆଖି; ଏପ୍ରିଲ ୨ରୁ ‘ଯେସାକୁ ତେସା ଆମଦାନି’ ଶୁଳ୍କ ! ଭାରତ ବର୍ଷକୁ ହରାଇବ ୬୦ ହଜାର କୋଟି

ୱାଶିଂଟନ: ଆମଦାନି ଶୁଳ୍କ ନେଇ ପୁଣି ଭାରତକୁ ଟାର୍ଗେଟ୍ କଲା ଆମେରିକା । କଂଗ୍ରେସର ଯୁଗ୍ମ ଅଧିବେଶନରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏପ୍ରିଲ ୨ରୁ ‘ଯେସାକୁ ତେସା ଆମଦାନି’ ଶୁଳ୍କ ଲାଗୁ କରିବାକୁ ଦେଇଛନ୍ତି ଧମକ । ଭାରତ ସରକାର ଆମେରିକା ଉପରେ ୧୦୦%ରୁ ଅଧିକ ଶୁଳ୍କ ଲଦୁଛି ତେଣୁ ତାଙ୍କ ଉପରେ ମଧ୍ୟ ସମାନ ଟାରିଫ୍ ଲାଗିବ । ଆମେରିକୀୟ ଅଟୋମୋବାଇଲ୍ କ୍ଷେତ୍ର ଉପରେ ଭାରତର ୧୦୦%ରୁ ଅଧିକ ଆମଦାନି  ଶୁଳ୍କ ଗ୍ରହଣୀୟ ନୁହେଁ । ମୋଟା ଶୁଳ୍କ ଲଦି ଯଦି ଭାରତ ଆମକୁ  ସେଠାକାର ବଜାରରୁ ବଞ୍ଚିତ ରଖୁଛି, ଆମେ ମଧ୍ୟ ସେହିଭଳି ଭାବେ ଆମ ବଜାରରୁ ସେମାନଙ୍କୁ ଦୂରେଇ ରଖିବୁ । ଯେଉଁ ରାଷ୍ଟ୍ର ଆମେରିକୀୟ ସାମଗ୍ରୀ ଉପରେ ଯେତିକି ଟିକସ କଷିବ ଉକ୍ତ ରାଷ୍ଟ୍ର ଉପରେ ସେତିକି ଶୁଳ୍କ ଲଗାଯିବ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ଏକ ରିପୋର୍ଟ ଅନୁସାରେ, ଆମେରିକାର ଯେସାକୁ ତେସା ନୀତି ପାଇଁ ପ୍ରତି ବର୍ଷ ଭାରତ ରପ୍ତାନି ବାବଦକୁ ୬୦,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବ । ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌ ରିସର୍ଚ୍ଚ ଅନୁସାରେ, ଆମେରିକାକୁ ରପ୍ତାନି ୨୦୦ କୋଟି ଡଲାରରୁ ୩୫୦ କୋଟି ଡଲାର ଖସିଲେ ଭାରତର ଜିଡିପି ଅଭିବୃଦ୍ଧି ୦.୦୫%ରୁ .୧୦% ସଂକୁଚିତ ହୋଇପାରେ । ଆଜି ଟ୍ରମ୍ପ କହିଲେ ଯେ, ଦଶନ୍ଧି ଦଶନ୍ଧି ଧରି ଅନ୍ୟ ରାଷ୍ଟ୍ରଗୁଡ଼ିକ ଆମେରିକା ଉପରେ ମୋଟା ଶୁଳ୍କ ଲଦି ଚାଲିଛନ୍ତି । ଏବେ ଆମ ପାଳି, ବର୍ତ୍ତମାନ ଉକ୍ତ ରାଷ୍ଟ୍ରଗୁଡ଼ିକ ଉପରେ ସମାନ ମାତ୍ରାରେ ଟିକସ ଲଦିବୁ ।   ୟୁରୋପୀୟ ସଂଘ, ଚୀନ୍‌, ବ୍ରାଜିଲ, ଭାରତ, ମେକ୍ସିକୋ ଏବଂ କାନାଡା ଏସବୁ ରାଷ୍ଟ୍ର ଆମ  ଉପରେ ଚଢ଼ା ଶୁଳ୍କ ଲଗାଉଛନ୍ତି । ଆମେ ଯେତିକି  ଟିକସ ଲଗାଉଛୁ ତା’ଠାରୁ ଢେର ଗୁଣା ଅଧିକ । ଏହା ଅଯୌକ୍ତିକ, ଯେସାକୁ ତେସା ଶୁଳ୍କ ପାଇଁ ରାଷ୍ଟ୍ରଗୁଡ଼ିକ ଏବେ ପ୍ରସ୍ତୁତ ରୁହନ୍ତୁ । 

କାନାଡା, ମେକ୍ସିକୋ ଏବଂ ଚୀନ୍‌ ଟ୍ରମ୍ପଙ୍କ ଟାରିଫ୍‌ ବାଣକୁ ସାମ୍ନା କରୁଥିବାବେଳେ ଭାରତ  ବର୍ତ୍ତମାନ ସୁଦ୍ଧା ଏଥିରୁ ବାହାରେ ଅଛି । କିନ୍ତୁ ଏପ୍ରିଲ ୨ରେ ଯେତେବେଳେ ରେସିପ୍ରୋକାଲ   ଟାରିଫ୍‌ ରାଷ୍ଟ୍ରଗୁଡ଼ିକ ଉପରେ ଲାଗୁ ହେବ ଭାରତ ମଧ୍ୟ ବର୍ତ୍ତିପାରିବ ନାହିଁ । ଅର୍ଥନୀତିଜ୍ଞଙ୍କ ମତରେ, ଆମେରିକୀୟ ସାମଗ୍ରୀ ଉପରେ ଭାରତ ଯେତିକି ଆମଦାନୀ ଶୁଳ୍କ ଲଗାଉଛି ତାହା ଭାରତୀୟ ସାମଗ୍ରୀ ଉପରେ ଆମେରିକାର ଶୁଳ୍କ ତୁଳନାରେ ୧୦%ରୁ ଅଧିକ ।  ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତିକୁ ନେଇ  ଭାରତର ଅଟୋ ଶିଳ୍ପଠାରୁ ଆରମ୍ଭ କରି କୃଷି  ପର୍ଯ୍ୟନ୍ତ କ୍ଷେତ୍ର ଚିନ୍ତିତ । ସର୍ବାଧିକ ପ୍ରଭାବିତ ହେବାକୁ ଥିବା   କ୍ଷେତ୍ରଗୁଡ଼ିକ ହେଲା କେମିକାଲ, ଧାତବ  ଉତ୍ପାଦ, ଗହଣା, ଅଟୋମୋବାଇଲ, ଫାର୍ମା ଏବଂ ଖାଦ୍ୟ ସାମଗ୍ରୀ । 

ବିଶେଷଜ୍ଞଙ୍କ ଅନୁସାରେ, ୨୦୨୪ରେ ଭାରତ  ଆମେରିକାକୁ ପ୍ରାୟ ୭୪୦୦ କୋଟି ଡଲାର  ମୂଲ୍ୟର ସାମଗ୍ରୀ ରପ୍ତାନି କରିଛି । ଏଥିମଧ୍ୟରେ ୮୫୦ କୋଟି ଡଲାର ମୂଲ୍ୟର ମୋତି,  ରତ୍ନପଥର ଏବଂ ଗହଣା ରହିଥିବାବେଳେ ୮୦୦   କୋଟି ଡଲାର ମୂଲ୍ୟର ଫାର୍ମା ଉତ୍ପାଦ ଏବଂ ୪୦୦ କୋଟି ଡଲାର ମୂଲ୍ୟର ପେଟ୍ରୋକେମିକାଲ ରହିଛି ।  ୨୦୨୪ରେ ଭାରତକୁ ଆସିଛି ପ୍ରାୟ ୪୨୦୦ କୋଟି ଡଲାରର ଆମେରିକୀୟ ସାମଗ୍ରୀ । ତେବେ ଏସବୁ   ସାମଗ୍ରୀ ପାଇଁ ଆମେରିକା ଯେତିକି ଟିକସ ଲଗାଉଛି ତା’ଠାରୁ ଢେର ଅଧିକ ଶୁଳ୍କ କଷୁଛି ଭାରତ । କାଠ  ଉତ୍ପାଦ ଓ ଯନ୍ତ୍ରପାତିରେ ୭% ଅଧିକ, ଫୁଟ୍‌ୱେର୍‌ ଓ ପରିବହନ ଉପକରଣରେ ୧୫%ରୁ ୨୦% ଅଧିକ  ଏବଂ ଖାଦ୍ୟ ସାମଗ୍ରୀରେ ପ୍ରାୟ ୬୮% ଅଧିକ ଟିକସ  ଲଦୁଛି ଭାରତ । ଟ୍ରମ୍ପଙ୍କ ଯେସାକୁ ତେସା ଶୁଳ୍କ ନୀତି  ଦ୍ୱାରା ଭାରତୀୟ କୃଷି ଉତ୍ପାଦ ଉପରେ ଅଧିକ ପ୍ରଭାବ  ପଡ଼ିପାରେ । କାରଣ ଉଭୟ ଦେଶଗୁଡ଼ିକ ପକ୍ଷରୁ ଏ କ୍ଷେତ୍ରରେ ଲଗାଯାଉଥିବା ପାରସ୍ପରିକ ଶୁଳ୍କ ପାର୍ଥକ୍ୟ  ଅଧିକ ରହିଛି । ବିଶେଷ କରି ଏ କ୍ଷେତ୍ରରେ କାରବାର  କମ୍‌ ରହିଛି । କିନ୍ତୁ ଶୁଳ୍କ ପାର୍ଥକ୍ୟ ଅଧିକ । ବୟନ ଶିଳ୍ପ  ସାମଗ୍ରୀ, ଚମଡ଼ା ଏବଂ କାଠ ଉତ୍ପାଦଗୁଡ଼ିକ ପାଇଁ ରିସ୍କ  କମ୍‌ ଅଛି । କାରଣ ଉଭୟ ରାଷ୍ଟ୍ର ମଧ୍ୟରେ ଏ କ୍ଷେତ୍ରରେ  ଶୁଳ୍କ ବ୍ୟବଧାନ କମ୍‌  । 

ଗତ ସପ୍ତାହରେ ଇଣ୍ଡିଆ ରେଟିଙ୍ଗ୍‌ସ ଆଣ୍ଡ୍‌  ରିସର୍ଚ୍ଚ ପ୍ରକାଶ କରିଥିଲା ଯେ, ଟ୍ରମ୍ପଙ୍କ ଯେସାକୁ ତେସା  ଆମଦାନି ଶୁଳ୍କ ନୀତି ଲାଗୁ ହେଲେ ୨୦୨୫-୨୬  ଆର୍ଥିକବର୍ଷରେ ଆମେରିକାକୁ ଭାରତର ରପ୍ତାନି ୨୦୦ କୋଟି ଡଲାରରୁ ୭୦୦ କୋଟି ଡଲାର ପର୍ଯ୍ୟନ୍ତ ହ୍ରାସ   ପାଇବ । ଚଳିତ ଆର୍ଥିକବର୍ଷର ଏପ୍ରିଲ-ଡିସେମ୍ବରରେ  ଆମେରିକାକୁ ଭାରତର ରପ୍ତାନି ୫.୫୭% ବଢ଼ି  ୫୯୯୩ କୋଟି ଡଲାର ରହିଛି । ସେହିଭଳି ଆର୍ଥିକ  ବର୍ଷର ପ୍ରଥମ ୯ ମାସରେ ସେଠାରୁ ଭାରତକୁ ଆମଦାନୀ  ୧.୯୧% ବଢ଼ି ୩୩୪୦ କୋଟି ଡଲାର ରହିଛି ।