ଟ୍ରମ୍ପଙ୍କ ଶପଥକୁ କିଛି ଘଣ୍ଟା ବାକି; ୧୦୦ ଆଦେଶ ପ୍ରସ୍ତୁତ, ପ୍ରଥମ ଦିନରେ ରେକର୍ଡ ଲକ୍ଷ୍ୟ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ପ୍ରବଳ ଥଣ୍ଡା ଏବଂ ତୁଷାରପାତ ପାଇଁ ଓ୍ବାଶିଂଟନ ଡିସିର କ୍ୟାପିଟଲ୍ ଭିତରରେ ଶପଥ ସମାରୋହ ଆୟୋଜନ ହୋଇଛି । ସ୍ଥାନୀୟ ସମୟ ଦିନ ୧୨ଟାରେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଗୁରୁତ୍ବପୂର୍ଣ୍ଣ ଫାଇଲରେ ଦସ୍ତଖତ କରିବେ । ଏଥିପାଇଁ ୧୦୦ ଫାଇଲ୍ ପ୍ରସ୍ତୁତ ହୋଇରହିଛି । ମିଡିଆ ରିପୋର୍ଟ ମୁତାବକ, କାର୍ଯ୍ୟକାଳର ପ୍ରଥମ ଦିନରେ ଡୋନାଲ୍ଡ ଟ୍ରମ୍ପ୍ ଶହେ ଫାଇଲରେ ହସ୍ତାକ୍ଷର କରିବେ । ଏଥିରେ ଅନେକ ଫାଇଲ୍ ରହିଛି, ଯାହା ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରହିଛି । ଏକ ମିଡିଆ ସାକ୍ଷାତକାରରେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, କାର୍ଯ୍ୟକାଳର ପ୍ରଥମ ଦିନରେ ରେକର୍ଡ କରିବାର ଯୋଜନା ରହିଛି । ଶପଥ ପରେ ଶହେରୁ ଅଧିକ ଆଦେଶ ଜାରି କରିବେ ବୋଲି କୁହାଯାଉଛି । ପ୍ରଥମ ଦିନରେ ଯେଉଁ ଆଦେଶରେ ରାଷ୍ଟ୍ରପତି ଦସ୍ତଖତ କରିବେ, ତାହା ଏକତରଫା ଭାବେ ଜାରି ହୋଇଥାଏ । ଏଥିପାଇଁ ସଂସଦର କୌଣସି ମଞ୍ଜୁରି ଆବଶ୍ୟକତା ନାହିଁ । ହେଲେ ଏଭଳି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପରିବ ।   ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସହଯୋଗୀ ଷ୍ଟିଫନ୍ ମିଲର କହିଛନ୍ତି, ଏହି କାର୍ଯ୍ୟକାରୀ ଆଦେଶ ମୁଖ୍ୟତଃ ଦେଶର ଦକ୍ଷିଣ ସୀମାକୁ ସିଲ୍ କରିବା, ଏକାଧିକ ଡେପ୍ୟୁଟେସନ, ମହିଳାଙ୍କ ଖେଳ ପ୍ରତିସ୍ପର୍ଦ୍ଧାରେ ତୃତୀୟ

ଟ୍ରମ୍ପଙ୍କ ଶପଥକୁ କିଛି ଘଣ୍ଟା ବାକି; ୧୦୦ ଆଦେଶ ପ୍ରସ୍ତୁତ, ପ୍ରଥମ ଦିନରେ ରେକର୍ଡ ଲକ୍ଷ୍ୟ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସୋମବାର ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ପ୍ରବଳ ଥଣ୍ଡା ଏବଂ ତୁଷାରପାତ ପାଇଁ ଓ୍ବାଶିଂଟନ ଡିସିର କ୍ୟାପିଟଲ୍ ଭିତରରେ ଶପଥ ସମାରୋହ ଆୟୋଜନ ହୋଇଛି । ସ୍ଥାନୀୟ ସମୟ ଦିନ ୧୨ଟାରେ ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଗୁରୁତ୍ବପୂର୍ଣ୍ଣ ଫାଇଲରେ ଦସ୍ତଖତ କରିବେ । ଏଥିପାଇଁ ୧୦୦ ଫାଇଲ୍ ପ୍ରସ୍ତୁତ ହୋଇରହିଛି । 

ମିଡିଆ ରିପୋର୍ଟ ମୁତାବକ, କାର୍ଯ୍ୟକାଳର ପ୍ରଥମ ଦିନରେ ଡୋନାଲ୍ଡ ଟ୍ରମ୍ପ୍ ଶହେ ଫାଇଲରେ ହସ୍ତାକ୍ଷର କରିବେ । ଏଥିରେ ଅନେକ ଫାଇଲ୍ ରହିଛି, ଯାହା ନିର୍ବାଚନ ପୂର୍ବରୁ ଟ୍ରମ୍ପ୍ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରହିଛି । ଏକ ମିଡିଆ ସାକ୍ଷାତକାରରେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, କାର୍ଯ୍ୟକାଳର ପ୍ରଥମ ଦିନରେ ରେକର୍ଡ କରିବାର ଯୋଜନା ରହିଛି । ଶପଥ ପରେ ଶହେରୁ ଅଧିକ ଆଦେଶ ଜାରି କରିବେ ବୋଲି କୁହାଯାଉଛି । ପ୍ରଥମ ଦିନରେ ଯେଉଁ ଆଦେଶରେ ରାଷ୍ଟ୍ରପତି ଦସ୍ତଖତ କରିବେ, ତାହା ଏକତରଫା ଭାବେ ଜାରି ହୋଇଥାଏ । ଏଥିପାଇଁ ସଂସଦର କୌଣସି ମଞ୍ଜୁରି ଆବଶ୍ୟକତା ନାହିଁ । ହେଲେ ଏଭଳି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇପରିବ ।   

ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସହଯୋଗୀ ଷ୍ଟିଫନ୍ ମିଲର କହିଛନ୍ତି, ଏହି କାର୍ଯ୍ୟକାରୀ ଆଦେଶ ମୁଖ୍ୟତଃ ଦେଶର ଦକ୍ଷିଣ ସୀମାକୁ ସିଲ୍ କରିବା, ଏକାଧିକ ଡେପ୍ୟୁଟେସନ, ମହିଳାଙ୍କ ଖେଳ ପ୍ରତିସ୍ପର୍ଦ୍ଧାରେ ତୃତୀୟ ଲିଙ୍ଗକୁ ବାହାର କରିବା, ଦେଶର ଟାରିଫ୍ ସମ୍ପର୍କିତ ହୋଇପାରେ । ଏହାଛଡ଼ା ୨୦୨୧ ଜାନୁଆର ୬ ତାରିଖରେ ଆମେରିକା ସଂସଦ ଉପରେ ହୋଇଥିବା ହମଲାର ଦୋଷୀମାନଙ୍କୁ କ୍ଷମା କରିବା ଭଳି ଆଦେଶ ସାମିଲ୍ ରହିଛି । ସେହିପରି ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତ୍ତିକୁ ବଦଳାଇ ପାରନ୍ତି ଡୋନାଲ୍ଡ ଟ୍ରମ୍ପ । ଯେଉଁଥିରେ ପ୍ୟାରିସ୍ କ୍ଲାଇମେଟ୍ ଚୁକ୍ତି, ଜୀବାସ୍ମ ଇନ୍ଧନ ଉତ୍ପାଦନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଏବଂ ତେଲ ଡ୍ରିଲିଂ ଭଳି ଆଦେଶ ରହିଛି ବୋଲି ଟ୍ରମ୍ପଙ୍କ ଘନିଷ୍ଠ ଷ୍ଟିଫନ ମିଲର କହିଛନ୍ତି । ....