ଟ୍ରମ୍ପଙ୍କ ହୋଟେଲ ବାହାରେ ବ୍ଲାଷ୍ଟ ମାମଲା; ‍‍‍‍ବିସ୍ଫୋରଣ ପୂର୍ବରୁ ନିଜକୁ ଗୁଳି କଲେ ଆମେରିକୀୟ ସୈନ୍ୟ

FBI ସୂଚନା ଅନୁଯାୟୀ, ଟ୍ରମ୍ପଙ୍କ ହୋଟେଲ ବାହାରେ ବିସ୍ଫୋରଣ କରିଥିବା ବ୍ୟକ୍ତିଜଣକ ଜଣେ ଆମେରିକୀୟ ସୈନିକ ଥିଲେ।

ଟ୍ରମ୍ପଙ୍କ ହୋଟେଲ ବାହାରେ ବ୍ଲାଷ୍ଟ ମାମଲା; ‍‍‍‍ବିସ୍ଫୋରଣ ପୂର୍ବରୁ ନିଜକୁ ଗୁଳି କଲେ ଆମେରିକୀୟ ସୈନ୍ୟ

ଆମେରିକାର ଲାସ ଭେଗାସରେ ଗତକାଲି ଏକ ସାଇବର ଟ୍ରକରେ ବିସ୍ଫୋରଣ ହୋଇ ଜଣଙ୍କ ଜୀବନହାନୀ ହୋଇଥିଲା। ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ସମ୍ମୁଖରେ ହୋଇଥିବା ବିସ୍ଫୋରଣ ମାମଲାରେ FBI କରିଛି ବଡ଼ ଖୁଲାସା।

FBI ସୂଚନା ଅନୁଯାୟୀ, ଟ୍ରମ୍ପଙ୍କ ହୋଟେଲ ବାହାରେ ବିସ୍ଫୋରଣ କରିଥିବା ବ୍ୟକ୍ତିଜଣକ ଜଣେ ଆମେରିକୀୟ ସୈନିକ ଥିଲେ। ଟ୍ରକ୍‌ ବିସ୍ଫୋରଣ ପୂର୍ବରୁ ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୈନିକ ଜଣକ ଛୁଟିରେ ଥିବା ବେଳେ ଏପରି ଅଭାବନୀୟ କାଣ୍ଡ ଘଟାଇଥିବା ଜଣାଯାଇଛି।

ଗତକାଲି ଭୋର ସମୟରେ ହୋଟେଲର ମୁଖ୍ୟ ପ୍ରବେଶ ପଥରେ ସାଇବର୍‌ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲା। ସୈନିକଜଣକ ପ୍ରାୟତଃ ଏକ ବଡ଼ ବିସ୍ଫୋରଣ ଘଟାଇବାକୁ ଚାହୁଁଥିଲେ। ସେଥିନିମନ୍ତେ କିଛି ସମୟ ପୂର୍ବରୁ ସେ ନିଜକୁ ଗୁଳି କରି ଉଡ଼ାଇ ଦେଇଥିଲେ। ତାଙ୍କ ନାମ ଗ୍ରୀନ ବେରେଟ ମୈଥ୍ୟୁ ଲିବଲ୍ସବର୍ଗର ଥିଲା। ସେ ୩୭ ବର୍ଷୀୟ ଆମେରିକୀୟ ସୈନିକ ଥିଲେ।

ଏହି ବିସ୍ଫୋରଣ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି। ତେବେ ଏଥିଯୋଗୁ ହୋଟେଲର ବିଶେଷ କ୍ଷତି ହୋଇ ନ ଥିବା ଜଣାଯାଇଛି।

ଉକ୍ତ ସାଇବର ଟ୍ରକ୍‌ ମଧ୍ୟରୁ ନିଶା ଦ୍ରବ୍ୟ, ବିସ୍ଫୋରକ ସାମଗ୍ରୀ, ପାସପୋର୍ଟ, ସୈନିକ ଆଇଡି କାର୍ଡ ଓ ଦୁଇଟି ବନ୍ଧୁକ ଜବତ ହୋଇଛି। ଉକ୍ତ ଦୁଇଟି ବନ୍ଧୁକକୁ ସୈନିକଜଣକ ଆଇନଗତ ପ୍ରକ୍ରିୟାରେ କିଣିଥିବା ଜଣାଯାଇଛି। ତେବେ ସୈନିକଜଣକ ଛୁଟିରେ ଥିବା ବେଳେ କ’ଣ ପାଇଁ ଏପରି ଭୟଙ୍କର କାଣ୍ଡ ଘଟାଇଲେ ତାହା ପଛର ଉଦ୍ଦେଶ୍ୟ ଜଣାପଡ଼ିନି।