ଟ୍ରମ୍ପଙ୍କୁ କଟାକ୍ଷ କରିଥିବା ଟ୍ୱିଟ୍କୁ ଡିଲିଟ୍ କଲେ କଙ୍ଗନା ରଣାୱତ, କହିଲେ-ଜେପି ନଡ୍ଡାଙ୍କ ଅନୁରୋଧ କରିବାରୁ …
ମୁମ୍ଵାଇ ୧୬।୦୫; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଫ୍ୟାକ୍ଟ୍ରିସ୍ଥାପନ ନକରିବାକୁ କହିଛନ୍ତି। ସେ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ। ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ସାଂସଦ କଙ୍ଗନା ରଣାୱତ ସମାଲୋଚନା କରିଛନ୍ତି। ସେ ଏ ସମ୍ପର୍କରେ ଏକ ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କର 'ବ୍ୟକ୍ତିଗତ ମତାମତ' ସେୟାର କରିବା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।Respected national president Shri @JPNadda ji called and asked me to delete the tweet I had posted regarding Trump asking Apple CEO Tim Cook not to manufacture in India.I regret posting that very personal opinion of mine, as per instructions I immediately deleted it from…— Kangana Ranaut (@KanganaTeam) May 15, 2025କଙ୍ଗନା କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଫୋନ୍ ଆସିବା ପରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ସଭାପତି ଜେପି ନଡ୍ଡା ମୋତେ ଫୋନ୍ କରି ପୋଷ୍ଟ ହଟାଇବାକୁ କହିଥିଲେ । ଯେଉଁଥିରେ ସେ ଟ୍ରମ୍ପ ଆପଲ୍ ସିଇଓ ଟିମ୍ କୁକ୍ଙ୍କ ଭାରତରେ ପ
ମୁମ୍ଵାଇ ୧୬।୦୫; ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲ ସିଇଓ ଟିମ୍ କୁକଙ୍କୁ ଭାରତରେ ଫ୍ୟାକ୍ଟ୍ରିସ୍ଥାପନ ନକରିବାକୁ କହିଛନ୍ତି। ସେ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ଆପଲ୍ ଭାରତରେ ଆଇଫୋନ୍ ଉତ୍ପାଦନ କରୁ। ଟ୍ରମ୍ପଙ୍କ ଏହି ବୟାନକୁ ବଲିଉଡ୍ ଅଭିନେତ୍ରୀ ଏବଂ ଭାରତୀୟ ଜନତା ପାର୍ଟି ସାଂସଦ କଙ୍ଗନା ରଣାୱତ ସମାଲୋଚନା କରିଛନ୍ତି। ସେ ଏ ସମ୍ପର୍କରେ ଏକ ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ତାଙ୍କର 'ବ୍ୟକ୍ତିଗତ ମତାମତ' ସେୟାର କରିବା ପାଇଁ ଦୁଃଖ ପ୍ରକାଶ କରିଛନ୍ତି।
Respected national president Shri @JPNadda ji called and asked me to delete the tweet I had posted regarding Trump asking Apple CEO Tim Cook not to manufacture in India.
I regret posting that very personal opinion of mine, as per instructions I immediately deleted it from…— Kangana Ranaut (@KanganaTeam) May 15, 2025
କଙ୍ଗନା କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଫୋନ୍ ଆସିବା ପରେ ସେ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି। ସେ କହିଛନ୍ତି, ଜାତୀୟ ସଭାପତି ଜେପି ନଡ୍ଡା ମୋତେ ଫୋନ୍ କରି ପୋଷ୍ଟ ହଟାଇବାକୁ କହିଥିଲେ । ଯେଉଁଥିରେ ସେ ଟ୍ରମ୍ପ ଆପଲ୍ ସିଇଓ ଟିମ୍ କୁକ୍ଙ୍କ ଭାରତରେ ପ୍ରଡକ୍ସନ ନକରିବା ବିଷୟରେ ମୁଁ ଏକ ଟିପ୍ପଣୀ ଦେଇଥିଲେ ।
ବିଜେପି ସାଂସଦ କଙ୍ଗନା କହିଛନ୍ତି, ମୁଁ ମୋର ବ୍ୟକ୍ତିଗତ ମତାମତ ପୋଷ୍ଟ କରିଥିବାରୁ ଦୁଃଖିତ। ନିର୍ଦ୍ଦେଶ ଅନୁଯାୟୀ, ମୁଁ ତୁରନ୍ତ ଏହି ପୋଷ୍ଟକୁ ଇନଷ୍ଟାଗ୍ରାମରୁ ମଧ୍ୟ ହଟାଇ ଦେଇଛି। ଆପଣଙ୍କୁ କହି ରଖୁଛୁ ଯେ କତାରର ରାଜଧାନୀ ଦୋହାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ପରେ, ଭାରତ ସରକାରଙ୍କ ଅଧିକାରୀମାନେ ଆପଲ୍ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହି ସମୟରେ, ସେ ଅଧିକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଭାରତ ପାଇଁ ଆପଲର ଯୋଜନା ଅକ୍ଷୁର୍ଣ୍ଣ ରହିଛି। କମ୍ପାନୀ ଭାରତକୁ ଏହାର ପ୍ରଡକ୍ଟ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର କରିବାକୁ ପ୍ରସ୍ତାବ ଦେଇଛି। ପୂର୍ବରୁ ଟ୍ରମ୍ପ ଦୋହାରେ କହିଥିଲେ ଯେ ଆପଲ୍ ସିଇଓ ଟିମ୍ କୁକ୍ଙ୍କ ସହ ତାଙ୍କର କିଛି ସମସ୍ୟା ଅଛି। ସେ କୁକ୍ଙ୍କୁ କହିଛନ୍ତି ଯେ ସେ ଚାହାଁନ୍ତି ନାହିଁ ଯେ ତୁମେ ଭାରତରେ ଆଇଫୋନ୍ ତିଆରି କର।