ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ଯୁବକଙ୍କୁ ମିଳିସାରିଛି ଏହି ପୁରସ୍କାର

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ପେନସିଲଭେନିଆର ବଟଲରରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତ ଜଣଙ୍କ ହେଲେ ଥୋମାସ ମାଥ୍ୟୁ କ୍ରୁକ୍ସ ବୋଲି […] The post ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ଯୁବକଙ୍କୁ ମିଳିସାରିଛି ଏହି ପୁରସ୍କାର appeared first on Dharitri Odia News.

ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ଯୁବକଙ୍କୁ ମିଳିସାରିଛି ଏହି ପୁରସ୍କାର

ଓ୍ବାଶିଂଟନ,୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ପେନସିଲଭେନିଆର ବଟଲରରେ ନିର୍ବାଚନ ପ୍ରଚାର କରୁଥିବାବେଳେ ଗୁଳିମାଡ଼ ହୋଇଛି। ଗୁଳିଟି ତାଙ୍କ ଡାହାଣ କାନର ଉପର ଭାଗରେ ବାଜି ପଳାଇଥିଲା। ତେଣୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏହି ଗୁଳିମାଡ଼ ଘଟଣାରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। ଅଭିଯୁକ୍ତ ଜଣଙ୍କ ହେଲେ ଥୋମାସ ମାଥ୍ୟୁ କ୍ରୁକ୍ସ ବୋଲି ଏଫ୍ବିଆଇ ପକ୍ଷରୁ କୁହାଯାଇଛି।
ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ୨୦୨୨ରେ ବେଥେଲ ପାର୍କ ହାଇସ୍କୁଲରୁ ସ୍ନାତକ ହାସଲ କରିଥିଲେ। ଦି ଟ୍ରିବ୍ୟୁନ-ରିଭ୍ୟୁର ରିପୋର୍ଟ ଅନୁଯାୟୀ, ସେହି ବର୍ଷ ସେ ନ୍ୟାଶନାଲ୍‌ ମାଥ୍‌ ଆଣ୍ଡ୍‌ ସାଇନ୍ସ ଇନିସିଏଟିଭ୍‌ରୁ ୫୦୦ ଡଲାରର ଷ୍ଟାର୍‌ ଆୱାର୍ଡ ପାଇଥିଲେ।

The post ଟ୍ରମ୍ପଙ୍କୁ ଗୁଳିମାଡ଼ କରିଥିବା ଯୁବକଙ୍କୁ ମିଳିସାରିଛି ଏହି ପୁରସ୍କାର appeared first on Dharitri Odia News.