ଟ୍ରମ୍ପଙ୍କୁ ନେଇ କ’ଣ ଏମିତି ଟୁଇଟ୍‌ କରିଦେଲେ କଙ୍ଗନା ରାଣାୱତ, ଫୋନ୍‌ କରି ଜେପି ନଡ୍ଡା କହିଲେ ତୁରନ୍ତ କାଟ

ବଲିଉଡ ଅଭିନେତ୍ରୀ ତଥା ଭାଜପା ଭାଜପା ଏମ୍‌ପି କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ପୋଷ୍ଟ କରି ସେ ଫସିଯାଇଛନ୍ତି। ଏଥିରେ ସେ ଭାରତରେ ଆପଲ ଫୋନ ନିର୍ମାଣ ସମ୍ପର୍କରେ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ସେ ସମାଲୋଚନା କରିଥିଲେ। ଟ୍ରମ୍ପ ଗୁରୁବାର କହିଥିଲେ, ମୁଁ ଚାହେଁ ନାହିଁ ଯେ ଆପଲ ଫୋନ ଭାରତରେ ତିଆରି ହେଉ। ମୁଁ ଆପଲ ସିଇଓ ଟିମ କୁକଙ୍କୁ କହିସାରିଛି ଯେ […] The post ଟ୍ରମ୍ପଙ୍କୁ ନେଇ କ’ଣ ଏମିତି ଟୁଇଟ୍‌ କରିଦେଲେ କଙ୍ଗନା ରାଣାୱତ, ଫୋନ୍‌ କରି ଜେପି ନଡ୍ଡା କହିଲେ ତୁରନ୍ତ କାଟ appeared first on Dharitri Odia News.

ଟ୍ରମ୍ପଙ୍କୁ ନେଇ କ’ଣ ଏମିତି ଟୁଇଟ୍‌ କରିଦେଲେ କଙ୍ଗନା ରାଣାୱତ, ଫୋନ୍‌ କରି ଜେପି ନଡ୍ଡା କହିଲେ ତୁରନ୍ତ କାଟ

ବଲିଉଡ ଅଭିନେତ୍ରୀ ତଥା ଭାଜପା ଭାଜପା ଏମ୍‌ପି କଙ୍ଗନା ରାଣାୱତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ପୋଷ୍ଟ କରି ସେ ଫସିଯାଇଛନ୍ତି। ଏଥିରେ ସେ ଭାରତରେ ଆପଲ ଫୋନ ନିର୍ମାଣ ସମ୍ପର୍କରେ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ବୟାନକୁ ସେ ସମାଲୋଚନା କରିଥିଲେ। ଟ୍ରମ୍ପ ଗୁରୁବାର କହିଥିଲେ, ମୁଁ ଚାହେଁ ନାହିଁ ଯେ ଆପଲ ଫୋନ ଭାରତରେ ତିଆରି ହେଉ।

ମୁଁ ଆପଲ ସିଇଓ ଟିମ କୁକଙ୍କୁ କହିସାରିଛି ଯେ ଉତ୍ପାଦନ ଆମେରିକାରେ ହେବା ଉଚିତ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା କହିଥିଲେ, ଟ୍ରମ୍ପଙ୍କ ଚିନ୍ତାଧାରା ଦାୟିତ୍ୱହୀନ ଏବଂ ସୀମିତ ଦୃଷ୍ଟିକୋଣ। ପୋଷ୍ଟଟି ପ୍ରସାରିତ ହେବା ପରେ, ବିଜେପି ନେତୃତ୍ୱ ଅସହଜ ମନେ ହେଉଥିଲା।

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ୟକ୍ତିଗତ ଭାବରେ କଙ୍ଗନାଙ୍କୁ ଫୋନ କରି ବୁଝାଇଥିଲେ ଯେ, ଜଣେ ଏମ୍‌ପି ଭାବରେ ତାଙ୍କୁ ଅନ୍ତର୍ଜାତୀୟ ନେତାମାନଙ୍କ ଉପରେ ସାର୍ବଜନୀନ ଭାବରେ ମନ୍ତବ୍ୟ ଦେବାରୁ ନିବୃତ୍ତ ରହିବା ଉଚିତ। ବିଶେଷକରି ଯେତେବେଳେ ସେ ଦଳର ପ୍ରତିନିଧି ମଧ୍ୟ ଅଟନ୍ତି।

ଏହା ପରେ କଙ୍ଗନା ପୋଷ୍ଟଟି ଡିଲିଟ କରିଦେଇଥିଲେ ଏବଂ ସ୍ପଷ୍ଟୀକରଣ ଦେଇ ଲେଖିଥିଲେ, ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ମୁଁ ସେହି ପୋଷ୍ଟଟି ହଟାଇ ଦେଇଛି। ମୁଁ ଦଳର ନିୟମ ପାଳନ କରେ।

କଙ୍ଗନାଙ୍କ ଏକ ଇନଷ୍ଟାଗ୍ରାମ ରିଲ୍ସ ମଧ୍ୟ ବିବାଦୀୟ ହୋଇପଡ଼ିଛି। ରିଲ୍ସରେ ବ୍ୟବହୃତ ଏକ ଗୀତକୁ ନେଇ ପାକିସ୍ତାନୀ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରିଛନ୍ତି। ୟୁଜର୍ସମାନେ ଲେଖିଛନ୍ତି, ଯଦି ତୁମେ ପାକିସ୍ତାନକୁ ଏତେ ଘୃଣା କରୁଛ ତେବେ ଏହି ଗୀତ କାହିଁକି?

The post ଟ୍ରମ୍ପଙ୍କୁ ନେଇ କ’ଣ ଏମିତି ଟୁଇଟ୍‌ କରିଦେଲେ କଙ୍ଗନା ରାଣାୱତ, ଫୋନ୍‌ କରି ଜେପି ନଡ୍ଡା କହିଲେ ତୁରନ୍ତ କାଟ appeared first on Dharitri Odia News.