ଟ୍ରମ୍ପ୍ଙ୍କୁ ‘ସୁପ୍ରିମ’ ଝଟ୍କା: ନିଷ୍ପତ୍ତି ଉପରେ ଲାଗିଲା ରୋକ
ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବାକୁ ରାଜି ହୋଇଛନ୍ତି ଏବଂ ଏହା ମେ’ ମାସରେ ଶୁଣାଣି ହେବ। ତିନି ଜଣ ଫେଡେରାଲ ବିଚାରପତି ପୃଥକ ପୃଥକ ରାୟରେ ଟ୍ରମ୍ପଙ୍କ ସେହି ଆଦେଶକୁ ରୋକ କରି ଆଦେଶ ଜାରି କରିଛନ୍ତି। ବିଚାରପତିମାନେ କହିଛନ୍ତି, ଏହି ଆଦେଶ ୧୪ତମ […] The post ଟ୍ରମ୍ପ୍ଙ୍କୁ ‘ସୁପ୍ରିମ’ ଝଟ୍କା: ନିଷ୍ପତ୍ତି ଉପରେ ଲାଗିଲା ରୋକ appeared first on Dharitri Odia News.
ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ଏକ ଝଟକା ଲାଗିଛି। ଜନ୍ମରୁ ନାଗରିକତା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ କୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। କୋର୍ଟ ଏହି ପ୍ରସଙ୍ଗରେ ଯୁକ୍ତି ଶୁଣିବାକୁ ରାଜି ହୋଇଛନ୍ତି ଏବଂ ଏହା ମେ’ ମାସରେ ଶୁଣାଣି ହେବ।
ତିନି ଜଣ ଫେଡେରାଲ ବିଚାରପତି ପୃଥକ ପୃଥକ ରାୟରେ ଟ୍ରମ୍ପଙ୍କ ସେହି ଆଦେଶକୁ ରୋକ କରି ଆଦେଶ ଜାରି କରିଛନ୍ତି। ବିଚାରପତିମାନେ କହିଛନ୍ତି, ଏହି ଆଦେଶ ୧୪ତମ ସଂଶୋଧନର ସିଧାସଳଖ ଉଲ୍ଲଂଘନ, ଯାହା ଦୀର୍ଘ ଦିନ ଧରି ଆମେରିକାରେ ଜନ୍ମିତ ପ୍ରାୟ ସମସ୍ତଙ୍କୁ ନାଗରିକତାର ଅଧିକାର ଦେଇଛି।
ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ଦିନରେ ଏକ ନୂତନ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ, ଆମେରିକାରେ ଜନ୍ମିତ ପିଲାମାନଙ୍କୁ ନାଗରିକତା ଦିଆଯିବ ନାହିଁ, ଯାହାଙ୍କ ମାତାପିତା ବୈଧ ଡକ୍ୟୁମେଣ୍ଟ ବିନା କିମ୍ବା ଅସ୍ଥାୟୀ ଭିସାରେ ଦେଶରେ ଅଛନ୍ତି।
କିନ୍ତୁ ଅନେକ ଆଇନ ବିଶେଷଜ୍ଞ କହିଥିଲେ, ଏହି ଆଦେଶ ଆଇନ ବିରୋଧୀ। ଏହି ଆଦେଶ ସୁପ୍ରିମକୋର୍ଟଙ୍କ ପୁରୁଣା ନିଷ୍ପତ୍ତି ଏବଂ ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ସହିତ ବିରୋଧାଭାସ କରେ। ଚତୁର୍ଦ୍ଦଶ ସଂଶୋଧନରେ କୁହାଯାଇଛି ଯେ, ଯୁକ୍ତରାଷ୍ଟ୍ରରେ ଜନ୍ମିତ ଏବଂ ଯୁକ୍ତରାଷ୍ଟ୍ରର ଆଇନ ଅନୁଯାୟୀ ଯେକୌଣସି ବ୍ୟକ୍ତି ଯୁକ୍ତରାଷ୍ଟ୍ରର ନାଗରିକ ଭାବରେ ବିବେଚିତ ହେବେ।
The post ଟ୍ରମ୍ପ୍ଙ୍କୁ ‘ସୁପ୍ରିମ’ ଝଟ୍କା: ନିଷ୍ପତ୍ତି ଉପରେ ଲାଗିଲା ରୋକ appeared first on Dharitri Odia News.