ଟ୍ରଲର୍କୁ ପଛପଟୁ ପିଟିଲା ବାଇକ୍; ଘଟଣାସ୍ଥଳରେ ଆରୋହୀ ମୃତ
ଆଠମଲ୍ଲିକ: ଧଳପୁର ବ୍ରିଜ୍ରେ ସଡ଼କ ଦୁର୍ଘଟଣା । ମହାନଦୀ ପୋଲ ଉପରେ ଛିଡା ହେଇଥିବା ଏକ ଟ୍ରଲର୍କୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ସୂଚନା । ମୃତକ ହେଲେ ବୌଦ୍ଧ ଜିଲ୍ଲାର ଚାରିଛକ ଥାନା ମଣିପୁର ଗାଁର ପ୍ରକାଶ ଭୁକ୍ତା । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଧଳପୁର ବ୍ରିଜ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ସମୟରେ ପ୍ରକାଶ ଭୁକ୍ତା ମହାନଦୀ ପୋଲ ଦେଇ ଆଠମଲ୍ଲିକ ଥାନାର କୁଦଗାଁକୁ ଯାଉଥିଲେ । ବ୍ରିଜ୍ ଉପରେ ଏକ ବ୍ରେକଡାଉନ ଟ୍ରଲର୍ ଛିଡା ହୋଇଥିଲା । ଏହି ସମୟରେ ପ୍ରକାଶ ଦ୍ରୁତ ଗତିରେ ଆସି ଟ୍ରଲରକୁ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଆଠମଲ୍ଲିକ ପୋଲିସ ଓ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରକାଶକୁ ଉଦ୍ଧାର କରି ଆଠମଲ୍ଲିକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରକାଶଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ଆଠମଲ୍ଲିକ: ଧଳପୁର ବ୍ରିଜ୍ରେ ସଡ଼କ ଦୁର୍ଘଟଣା । ମହାନଦୀ ପୋଲ ଉପରେ ଛିଡା ହେଇଥିବା ଏକ ଟ୍ରଲର୍କୁ ପଛପଟୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ସୂଚନା । ମୃତକ ହେଲେ ବୌଦ୍ଧ ଜିଲ୍ଲାର ଚାରିଛକ ଥାନା ମଣିପୁର ଗାଁର ପ୍ରକାଶ ଭୁକ୍ତା । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଧଳପୁର ବ୍ରିଜ୍ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।
ସୂଚନା ମୁତାବକ, ବୁଧବାର ସନ୍ଧ୍ୟା ସମୟରେ ପ୍ରକାଶ ଭୁକ୍ତା ମହାନଦୀ ପୋଲ ଦେଇ ଆଠମଲ୍ଲିକ ଥାନାର କୁଦଗାଁକୁ ଯାଉଥିଲେ । ବ୍ରିଜ୍ ଉପରେ ଏକ ବ୍ରେକଡାଉନ ଟ୍ରଲର୍ ଛିଡା ହୋଇଥିଲା । ଏହି ସମୟରେ ପ୍ରକାଶ ଦ୍ରୁତ ଗତିରେ ଆସି ଟ୍ରଲରକୁ ଧକ୍କା ଦେଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଆଠମଲ୍ଲିକ ପୋଲିସ ଓ ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରକାଶକୁ ଉଦ୍ଧାର କରି ଆଠମଲ୍ଲିକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ପ୍ରକାଶଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।