ଟ୍ରାକ୍ଟର ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର
ପାଟଣା : ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ୩ ଜଣ ଯୁବକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ହେଲେ ଭିମାପଡା ଗ୍ରାମର ଲିଟୁ ମହାନ୍ତ, ପିତାମ୍ବର ମହାନ୍ତ ଓ ବିଜୟ ମହାନ୍ତ। ଗୁରୁତର ଲିଟୁ ମହାନ୍ତଙ୍କ ଗୋଡ଼ ଭାଙ୍ଗି ଥିବାବେଳେ ପିତାମ୍ବର ଓ ବିଜୟ […]

ପାଟଣା : ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ଟ୍ରାକ୍ଟର ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକରେ ଥିବା ୩ ଜଣ ଯୁବକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଗୁରୁତର ହେଲେ ଭିମାପଡା ଗ୍ରାମର ଲିଟୁ ମହାନ୍ତ, ପିତାମ୍ବର ମହାନ୍ତ ଓ ବିଜୟ ମହାନ୍ତ। ଗୁରୁତର ଲିଟୁ ମହାନ୍ତଙ୍କ ଗୋଡ଼ ଭାଙ୍ଗି ଥିବାବେଳେ ପିତାମ୍ବର ଓ ବିଜୟ ମହାନ୍ତଙ୍କ ମୁଣ୍ଡରେ ଆଘାତ ଲାଗିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇ ଗାଡିକୁ ଜବତ କରିଥିବାବେଳେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ଫେରାର ଅଛି। ଏନେଇ ତୁରୁମୁଙ୍ଗା ଥାନାରେ ଏଏସଆଇ ବିରେନ୍ଦ୍ର କିଶୋର ବେହେରା ଘଟଣାର ତଦନ୍ତ କରୁଛନ୍ତି।