ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ ଇଞ୍ଜିନ୍, ଅଧାରାସ୍ତାରେ ଅଟକି ରହିଛି ଗାଡି

କୋରାପୁଟ ୦୫।୦୫ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ । କୋରାପୁଟ ସୀମାନ୍ତ ଆନ୍ଧ୍ର ଶିବଲିଙ୍ଗପୁରମ୍‌ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଯାହାଫଳରେ କୋରାପୁଟ-ଆରୁକୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍‌ ଚଳାଚଳା ବାଧାପ୍ରାପ୍ତ ହୋଇଛି । ଖବର ଅନୁଯାୟୀ, କୋରାପୁଟ ବଲିଙ୍ଗପୁରମ ନିକଟରେ ରେଳ ରୁଟ୍‌ରେ ଘଟିଛି ଅଘଟଣ। ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଫଳ‌ରେ ଟ୍ରାକ୍‌ରୁ କିଛି ଅଂଶ ଖସିଯାଇଛି। ଟ୍ରକ୍‌ ଉପରେ ବଡ ପଥର ପଡିବାରୁ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଯାହାଫଳରେ ବର୍ତ୍ତମାନ କୋରାପୁଟ- ଆରୁକୁ ବିଶାଖାପାଟଣା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। ସେପଟେ ଦୁର୍ଘଟଣା ସଂପର୍କରେ ଖବର ରେଲଓ୍ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଉକ୍ତ ଟ୍ରାକ୍‌ରେ ଅଘଟଣ ଘଟିଥିବାରୁ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି ।  

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌ ଇଞ୍ଜିନ୍, ଅଧାରାସ୍ତାରେ ଅଟକି ରହିଛି ଗାଡି

କୋରାପୁଟ ୦୫।୦୫ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ । କୋରାପୁଟ ସୀମାନ୍ତ ଆନ୍ଧ୍ର ଶିବଲିଙ୍ଗପୁରମ୍‌ ନିକଟରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି । ଯାହାଫଳରେ କୋରାପୁଟ-ଆରୁକୁ ବିଶାଖାପାଟଣା ମଧ୍ୟରେ ଟ୍ରେନ୍‌ ଚଳାଚଳା ବାଧାପ୍ରାପ୍ତ ହୋଇଛି । 

ଖବର ଅନୁଯାୟୀ, କୋରାପୁଟ ବଲିଙ୍ଗପୁରମ ନିକଟରେ ରେଳ ରୁଟ୍‌ରେ ଘଟିଛି ଅଘଟଣ। ଆନ୍ଧ୍ର ଶିବଲିଙ୍ଗପୁରମ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଫଳ‌ରେ ଟ୍ରାକ୍‌ରୁ କିଛି ଅଂଶ ଖସିଯାଇଛି। ଟ୍ରକ୍‌ ଉପରେ ବଡ ପଥର ପଡିବାରୁ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଯାହାଫଳରେ ବର୍ତ୍ତମାନ କୋରାପୁଟ- ଆରୁକୁ ବିଶାଖାପାଟଣା ରେଳ ପଥରେ ରେଳ ଚଳାଚଳ ବନ୍ଦ ରହିଛି। 

ସେପଟେ ଦୁର୍ଘଟଣା ସଂପର୍କରେ ଖବର ରେଲଓ୍ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଉକ୍ତ ଟ୍ରାକ୍‌ରେ ଅଘଟଣ ଘଟିଥିବାରୁ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଥିବାର ସୂଚନା ମିଳିଛି ।