ଟ୍ରାକ୍‌ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍‌, ଆଉ ତା’ ପରେ…

ଲକ୍ଷ୍ନୌ,୧୧ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲା ଉର୍ମିଆ ଗ୍ରାମ ନିକଟସ୍ଥ ଏକ ଟ୍ରେନ୍‌ ଲାଇନରେ ରିଲ୍ସ କରିବା ଏକ ପରିବାର ପାଇଁ ମହଙ୍ଗା ପଡ଼ିଛି। ରେଳ ଟ୍ରାକ୍‌ରେ ଠିଆ ହୋଇ ରିଲ୍ସ କରୁଥିବା ସମୟରେ ଟ୍ରେନ୍‌ ଧକ୍କାରେ ମହମ୍ମଦ ଅହମଦ(୩୦) ତାଙ୍କ ସ୍ତ୍ରୀ ନାଜମିନ ଏବଂ ୩ ବର୍ଷର ପୁଅ ଅବଦୁଲ୍ଲାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌରୁ ପିଲିଭିଟ୍‌ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଖେରୀ ଥାନା […] The post ଟ୍ରାକ୍‌ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍‌, ଆଉ ତା’ ପରେ… appeared first on Dharitri Odia News.

ଟ୍ରାକ୍‌ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍‌, ଆଉ ତା’ ପରେ…

ଲକ୍ଷ୍ନୌ,୧୧ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲା ଉର୍ମିଆ ଗ୍ରାମ ନିକଟସ୍ଥ ଏକ ଟ୍ରେନ୍‌ ଲାଇନରେ ରିଲ୍ସ କରିବା ଏକ ପରିବାର ପାଇଁ ମହଙ୍ଗା ପଡ଼ିଛି। ରେଳ ଟ୍ରାକ୍‌ରେ ଠିଆ ହୋଇ ରିଲ୍ସ କରୁଥିବା ସମୟରେ ଟ୍ରେନ୍‌ ଧକ୍କାରେ ମହମ୍ମଦ ଅହମଦ(୩୦) ତାଙ୍କ ସ୍ତ୍ରୀ ନାଜମିନ ଏବଂ ୩ ବର୍ଷର ପୁଅ ଅବଦୁଲ୍ଲାଙ୍କର ମୃତ୍ୟୁ ଘଟିଛି। ଲକ୍ଷ୍ନୌରୁ ପିଲିଭିଟ୍‌ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଖେରୀ ଥାନା ପୋଲିସ ଏବଂ ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌)ପହଞ୍ଚି ୩ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ପରିବାର ସୀତାପୁର ଜିଲା ଲାହରପୁର ବାସିନ୍ଦା ହୋଇଥିବା ପୋଲିସ କହିଛି।

The post ଟ୍ରାକ୍‌ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍‌, ଆଉ ତା’ ପରେ… appeared first on Dharitri Odia News.