ଟ୍ରାଫିକ ଇ-ଚାଲାଣ ନାମରେ ନୂଆ ଠକେଇ, SMS ମାଧ୍ୟମରେ ଲିଙ୍କ୍ ପଠାଉଛନ୍ତି ସ୍କାମର

ନୂଆଦିଲ୍ଲୀ : ଆଜିକାଲି ପରିବହନ ବିଭାଗର ଇ-ଚାଲାଣ ଜରିଆରେ ଠକାମୀର ଶିକାର ହେଉଛନ୍ତି ଲୋକେ। ସ୍କାମର ଫୋନରେ ଏସଏମଏସ୍  କରି ଲୋକଙ୍କୁ ପରିବହନ ବିଭାଗର ଲିଙ୍କ୍ ପଠାଇ ଠକେଇ କରୁଛନ୍ତି। ସାଇବର ଏକ୍ସପର୍ଟ ଓ ପୋଲିସ ପ୍ରଶାସନ ଏହାକୁ ନେଇ ସତର୍କତା ଜାରି କରିଛନ୍ତି। ଏଣୁ ବରିଷ୍ଠ ପୋଲିସ ଅଧିକାରୀମାନେ ଲୋକଙ୍କୁ ଏହି ନକଲି ଇ-ଚାଲାଣ ସମ୍ପର୍କରେ ସତର୍କ କରିଛନ୍ତି। ସାଇବର ଏକ୍ସପର୍ଟଙ୍କ ଅନୁସାରେ ସ୍କାମର ଲୋକଙ୍କୁ ଫୋନରେ ଏକ ଇ-ଚାଲାଣ ମେସେଜ ପଠାଉଛନ୍ତି, ଯାହା ପରିବହନ ବିଭାଗର ଓରିଜିନାଲ ୱେବସାଇଟ୍‌ ଭଳି ଦେଖାଯାଉଛି। ମେସେଜରେ ଏକ ପେମେଣ୍ଟ ଲିଙ୍କ ରହୁଛି। ଆପଣ ଏହି ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରେ ସ୍କାମର ଆପଣଙ୍କ ଡେବିଟ୍ ଅଥବା କ୍ରେଡିକାର୍ଡ ସମେତ ସିକ୍ରେଟ ସୂଚନା ମଧ୍ୟ ସ୍କାନ କରି ନେଉଛନ୍ତି। ତେବେ ଏହି ଠକେଇରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ସାମାନ୍ୟ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ସ୍କାମର ଯେଉଁ ଲିଙ୍କ ପଠାଉଛନ୍ତି ତାହା ଇ-ଚାଲାଣ ଡଟ୍ ପରିବହନ ଡଟ୍ ଇନ୍‌। ତେବେ ପରିବହନ ବିଭାଗର ୱେବସାଇଟ୍ ୟୁଆରଏଲ ଶେଷ ଜିଓଭି ଡଟ୍ ଇନ୍‌ ରହୁଛି। ଏଣୁ ଏଭଳି କୌଣସି ଚାଲାଣ ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ତା ଶେଷରେ ଜିଓଭି ଡଟ୍ ଇନ୍ ଅଛି କି ନା ସ୍ପଷ୍ଟ କରିନିଅନ୍ତୁ ବୋଲି ଏକ୍ସପର୍ଟ ଲୋକଙ୍କୁ ସତର୍କ କରିଛନ୍ତି। ଏହା ଛଡା ପରିବହନ ବିଭାଗ ଆପଣଙ୍କ ଚାଲାଣ କଟିଲେ ଫୋନରେ ଜଣାଏନି। ସେହିପରି ଦେୟ ପୈଠ କରିବାରେ ତ

ଟ୍ରାଫିକ ଇ-ଚାଲାଣ ନାମରେ ନୂଆ ଠକେଇ, SMS ମାଧ୍ୟମରେ ଲିଙ୍କ୍ ପଠାଉଛନ୍ତି ସ୍କାମର

ନୂଆଦିଲ୍ଲୀ : ଆଜିକାଲି ପରିବହନ ବିଭାଗର ଇ-ଚାଲାଣ ଜରିଆରେ ଠକାମୀର ଶିକାର ହେଉଛନ୍ତି ଲୋକେ। ସ୍କାମର ଫୋନରେ ଏସଏମଏସ୍  କରି ଲୋକଙ୍କୁ ପରିବହନ ବିଭାଗର ଲିଙ୍କ୍ ପଠାଇ ଠକେଇ କରୁଛନ୍ତି। ସାଇବର ଏକ୍ସପର୍ଟ ଓ ପୋଲିସ ପ୍ରଶାସନ ଏହାକୁ ନେଇ ସତର୍କତା ଜାରି କରିଛନ୍ତି। ଏଣୁ ବରିଷ୍ଠ ପୋଲିସ ଅଧିକାରୀମାନେ ଲୋକଙ୍କୁ ଏହି ନକଲି ଇ-ଚାଲାଣ ସମ୍ପର୍କରେ ସତର୍କ କରିଛନ୍ତି। 

ସାଇବର ଏକ୍ସପର୍ଟଙ୍କ ଅନୁସାରେ ସ୍କାମର ଲୋକଙ୍କୁ ଫୋନରେ ଏକ ଇ-ଚାଲାଣ ମେସେଜ ପଠାଉଛନ୍ତି, ଯାହା ପରିବହନ ବିଭାଗର ଓରିଜିନାଲ ୱେବସାଇଟ୍‌ ଭଳି ଦେଖାଯାଉଛି। ମେସେଜରେ ଏକ ପେମେଣ୍ଟ ଲିଙ୍କ ରହୁଛି। ଆପଣ ଏହି ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରେ ସ୍କାମର ଆପଣଙ୍କ ଡେବିଟ୍ ଅଥବା କ୍ରେଡିକାର୍ଡ ସମେତ ସିକ୍ରେଟ ସୂଚନା ମଧ୍ୟ ସ୍କାନ କରି ନେଉଛନ୍ତି। ତେବେ ଏହି ଠକେଇରୁ ବର୍ତ୍ତିବା ପାଇଁ ବିଶେଷଜ୍ଞ ସାମାନ୍ୟ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। 

ସ୍କାମର ଯେଉଁ ଲିଙ୍କ ପଠାଉଛନ୍ତି ତାହା ଇ-ଚାଲାଣ ଡଟ୍ ପରିବହନ ଡଟ୍ ଇନ୍‌। ତେବେ ପରିବହନ ବିଭାଗର ୱେବସାଇଟ୍ ୟୁଆରଏଲ ଶେଷ ଜିଓଭି ଡଟ୍ ଇନ୍‌ ରହୁଛି। ଏଣୁ ଏଭଳି କୌଣସି ଚାଲାଣ ଲିଙ୍କରେ କ୍ଲିକ୍ କରିବା ପୂର୍ବରୁ ତା ଶେଷରେ ଜିଓଭି ଡଟ୍ ଇନ୍ ଅଛି କି ନା ସ୍ପଷ୍ଟ କରିନିଅନ୍ତୁ ବୋଲି ଏକ୍ସପର୍ଟ ଲୋକଙ୍କୁ ସତର୍କ କରିଛନ୍ତି। ଏହା ଛଡା ପରିବହନ ବିଭାଗ ଆପଣଙ୍କ ଚାଲାଣ କଟିଲେ ଫୋନରେ ଜଣାଏନି। ସେହିପରି ଦେୟ ପୈଠ କରିବାରେ ତରବରିଆ ହୁଅନ୍ତୁ ନାହିଁ। 

ସାଇବର ପୋଲିସ ଅଧିକାରୀଙ୍କ ଅନୁସାରେ ଏପରି କୌଣସି ଲିଙ୍କରେ କ୍ଲିକ୍‌ କରିବା ପୂର୍ବରୁ ବାହନ ମାଲିକ ନିଜେ ସବୁର ଯାଞ୍ଚ କରନ୍ତୁ। ପରିବହନ ବିଭାଗ ମେସେଜରେ ବାହନ ନମ୍ବର ସମେତ ଇଞ୍ଜିନ ନମ୍ବର ଓ ଚେସିସ ନମ୍ବର ବି ଦେଇଥାଏ। ହେଲେ ସ୍କାମରଙ୍କ ମେସେଜରେ ସେପରି କୌଣସି ବିସ୍ତୃତ ବିବରଣୀ ନଥାଏ। ଏଣୁ ଏପରି କୌଣସି ଏସଏମଏସରେ ପ୍ରଥମେ ପରିବହନ ବିଭାଗ ୱେବସାଇଟକୁ ଯାଇ ଆପଣଙ୍କ ଉପରେ କୌଣସି ଫାଇନ ହୋଇଛି କି ନା ଯାଞ୍ଚ କରନ୍ତୁ। 

ଏହା ସତ୍ତ୍ୱେ ଯଦି ଆପଣ ସାଇବର ଠକେଇର ଶିକାର ହୁଅନ୍ତି ତେବେ କାଳ ବିଳମ୍ବ ନ କରି ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ହେଲପ୍ ଲାଇନ ନମ୍ବର ୧୯୩୦ରେ କଲ କରି ଠକେଇ ସମ୍ପର୍କରେ ଅଭିଯୋଗ କରନ୍ତୁ। ଏହା ଛଡା ଆପଣ ଆପଣଙ୍କ ବ୍ୟାଙ୍କ ନିକଟସ୍ଥ ପୋଲିସ ଷ୍ଟେସନରେ ମଧ୍ୟ ଠକେଇ ଅଭିଯୋଗ କରନ୍ତୁ।