ଟ୍ରେଡିଂ ନାଁରେ ଲକ୍ଷ ଲକ୍ଷ ଲୁଟ୍‌, ୧୪ ଗିରଫ

ଶୁକ୍ରବାର କ୍ରାଇମବାଞ୍ଚର ଏକ ଟିମ୍‌ ନକଲି କଲ୍‌ ସେଣ୍ଟର ଉପରେ ଚଢ଼ାଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏମାନେ ଫରେକ୍ସ ଟେଡିଂରେ ଅଧିକ ରିଟର୍ଣ୍ଣ ପ୍ରତିଶୃତି ଦେଇ ଲୋକଙ୍କୁ ଠକୁଥିଲେ।

ଟ୍ରେଡିଂ ନାଁରେ ଲକ୍ଷ ଲକ୍ଷ ଲୁଟ୍‌, ୧୪ ଗିରଫ

ସାଇବର ଠକେଇ ପରେ ଦେଶରେ ଟ୍ରେଡିଂ ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌। ଗ୍ରାହକଙ୍କୁ କମ୍‌ ସମୟରେ ଘରେ ବସି ଅଧିକ ଟଙ୍କା ରୋଜଗାରର ଲୋଭ ଦେଖାଇ ଲୁଟ୍‌ କରୁଛନ୍ତି ଅପରାଧୀ। ଜଣାଶୁଣା କମ୍ପାନୀରେ ବିନିଯୋଗ କରିବାକୁ ପ୍ରଲୋଭିତ କରି ଲୁଟୁଛନ୍ତି। ମୁମ୍ବାଇରୁ ସାମ୍ନାକୁ ଆସିଛି ଏଭଳି କିଛି ମାମଲା।

ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ଫେକ କଲ୍‌ ସେଣ୍ଟରର୍‌ ପର୍ଦ୍ଦାଫାଶ ହୋଇଛି। ଶୁକ୍ରବାର କ୍ରାଇମବାଞ୍ଚର ଏକ ଟିମ୍‌ ନକଲି କଲ୍‌ ସେଣ୍ଟର ଉପରେ ଚଢ଼ାଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏମାନେ ଫରେକ୍ସ ଟେଡିଂରେ ଅଧିକ ରିଟର୍ଣ୍ଣ ପ୍ରତିଶୃତି ଦେଇ ଲୋକଙ୍କୁ ଠକୁଥିଲେ। ମାଲାଡ୍ ୱେଷ୍ଟର ଚିଞ୍ଚୋଲି ବନ୍ଦର୍ ନିକଟରୁ ଏହି କଲ୍ ସେଣ୍ଟର ପରିଚାଳିତ ହେଉଥିଲା।

କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ମୁତାବକ, କ୍ରାଇମବ୍ରାଞ୍ଚ ୟୁନିଟ୍‌-୧୦କୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାରେ ଏହି ଫେକ୍‌ କଲ୍‌ ସେଣ୍ଟରର ପର୍ଦ୍ଦାଫାଶ ହୋଇଛି। କଲ୍ ସେଣ୍ଟର କର୍ମଚାରୀମାନେ ଅନଲାଇନ୍ ମାଧ୍ୟମରେ ନିବେଶକଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରୁଥିଲେ। ଏହାପରେ ୟୁକେ ସ୍ଥିତ ଭିଏଫ୍‌ଏକ୍ସ ମାର୍କେଟ୍‌ ନାମକ ଫର୍ମର କର୍ମଚାରୀ ରୂପେ ଏମାନେ ନିଜର ପରିଚୟ ଦେଇ ଇନ୍‌ଭେଷ୍ଟର୍ସଙ୍କୁ ଫୋନ୍‌ କରୁଥିଲେ। ଫରେକ୍ସ ଟ୍ରେଡିଂରେ ବିନିଯୋଗ କରିବାକୁ ପ୍ରଲୋଭିତ କରି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ।

ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୬ଟି ଡେକ୍ସଟପ୍‌, ଦୁଇଟି ଲାପଟପ୍‌, ୨ଟି ମୋବାଇଲ୍‌ ଓ ବେଆଇନ କଲ୍‌ସେଣ୍ଟର ସହ ଜଡିତ ଡକ୍ୟୁମେଣ୍ଟକୁ ମଧ୍ୟ ଜବତ କରାଯାଇଛି।