ଟ୍ରେଡୱାର ମଧ୍ୟରେ କାନାଡ଼ା କମିକ୍ ବୁକ୍ ଛାପିଲା ଟ୍ରମ୍ପ ଓ ମସ୍କଙ୍କ ଏପରି ଛବି, ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ ୧୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିଷ୍ପତ୍ତି ଓ ବୟାନ କାରଣରୁ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ। ତାଙ୍କ ଟାରିଫ ନୀତି ଅନେକ ଦେଶଙ୍କୁ ଅସନ୍ତୁଷ୍ଟ କରିଛି। ଖାସ କରି ଆମେରିକାର ପଡୋଶୀ କାନାଡା ଟ୍ରମ୍ପଙ୍କୁ ଏବେ ସୁପର ଭିଲିୟାନ ରୂପେ ଦେଖୁଛି। କାନାଡା ଲୋକେ କେବଳ ଟ୍ରମ୍ପ ଙ୍କୁ ନେଇ ନୁହେଁ ଏଲନ ମସ୍କଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ। ଲୋକଙ୍କ ଅସନ୍ତୋଷ ଏପରି ସ୍ଥିତିକୁ ପହଞ୍ଚିଛି ଯେ କାନାଡାରେ ୧୯୭୦ ଦଶକର ସୁପର ହିରୋ ‘କ୍ୟାପ୍ଟେନ କାନକ’ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି, ହେଲେ ଏଥର ତାଙ୍କର ଶତ୍ରୁ ଆଉ କେହି ନୁହନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବେ ବୋଲି କହିଥିଲେ। ଏଥିରେ କାନାଡା ଉପରେ ଏବେ ଟାରିଫ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି କାନାଡା ଜନତାଙ୍କ ମଧ୍ୟରେ କ୍ରୋଧ ଓ ଅସନ୍ତୋଷ ଭରି ଦେଇଛି। ନିକଟରେ ଟ୍ରମ୍ପ କହିଥିଲେ କାନାଡାକୁ ଏବେ ଆମେ କିଣିନେବା ଉଚିତ। ଏହାର ଜବାବରେ କାନାଡା କାଲିଫର୍ଣ୍ଣିଆକୁ କିଣିବାକୁ ପ୍ରସ୍ତାବ ଦେଇଥିଲା। ଏପରି ବୟାନବାଜୀ ଏବେ ଟ୍ରମ୍ପଙ୍କୁ କାନାଡାର କମିକ୍ ଚରିତ୍ର ବନାଇ ଦେଇଛି। ଯେଉଁଥିରେ ତାଙ୍କୁ ଏବେ ସୁପର ଭିଲିଆନ ରୂପେ ଦେଖାଯାଉଛି। US President Donald Trump’s annexation threats and tariffs have breathed new

ଟ୍ରେଡୱାର ମଧ୍ୟରେ କାନାଡ଼ା କମିକ୍ ବୁକ୍ ଛାପିଲା ଟ୍ରମ୍ପ ଓ ମସ୍କଙ୍କ ଏପରି ଛବି, ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ ୧୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ନିଷ୍ପତ୍ତି ଓ ବୟାନ କାରଣରୁ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ। ତାଙ୍କ ଟାରିଫ ନୀତି ଅନେକ ଦେଶଙ୍କୁ ଅସନ୍ତୁଷ୍ଟ କରିଛି। ଖାସ କରି ଆମେରିକାର ପଡୋଶୀ କାନାଡା ଟ୍ରମ୍ପଙ୍କୁ ଏବେ ସୁପର ଭିଲିୟାନ ରୂପେ ଦେଖୁଛି। କାନାଡା ଲୋକେ କେବଳ ଟ୍ରମ୍ପ ଙ୍କୁ ନେଇ ନୁହେଁ ଏଲନ ମସ୍କଙ୍କ ଉପରେ ମଧ୍ୟ ଅସନ୍ତୁଷ୍ଟ। ଲୋକଙ୍କ ଅସନ୍ତୋଷ ଏପରି ସ୍ଥିତିକୁ ପହଞ୍ଚିଛି ଯେ କାନାଡାରେ ୧୯୭୦ ଦଶକର ସୁପର ହିରୋ ‘କ୍ୟାପ୍ଟେନ କାନକ’ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି, ହେଲେ ଏଥର ତାଙ୍କର ଶତ୍ରୁ ଆଉ କେହି ନୁହନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କ। 

ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବେ ବୋଲି କହିଥିଲେ। ଏଥିରେ କାନାଡା ଉପରେ ଏବେ ଟାରିଫ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି କାନାଡା ଜନତାଙ୍କ ମଧ୍ୟରେ କ୍ରୋଧ ଓ ଅସନ୍ତୋଷ ଭରି ଦେଇଛି। ନିକଟରେ ଟ୍ରମ୍ପ କହିଥିଲେ କାନାଡାକୁ ଏବେ ଆମେ କିଣିନେବା ଉଚିତ। ଏହାର ଜବାବରେ କାନାଡା କାଲିଫର୍ଣ୍ଣିଆକୁ କିଣିବାକୁ ପ୍ରସ୍ତାବ ଦେଇଥିଲା। ଏପରି ବୟାନବାଜୀ ଏବେ ଟ୍ରମ୍ପଙ୍କୁ କାନାଡାର କମିକ୍ ଚରିତ୍ର ବନାଇ ଦେଇଛି। ଯେଉଁଥିରେ ତାଙ୍କୁ ଏବେ ସୁପର ଭିଲିଆନ ରୂପେ ଦେଖାଯାଉଛି। 


କାନାଡାରେ କ୍ୟାପ୍ଟେନ କାନକ ନାମରେ ଏକ କମିକ୍ କ୍ୟାରେକ୍ଟର ରହିଛି। ଏହି କ୍ୟାରେକ୍ଟରକୁ ୧୯୭୦ ଦଶକରେ ରିଚାର୍ଡ କମଲୀ ତିଆରି କରିଥିଲେ। କ୍ୟାରେକ୍ଟରର ଅସଲି ନାମ ଟମ ଇଭାନ୍ସ ଓ ସେ ରୟାଲ କାନାଡିୟାନ ମାଉଣ୍ଟେଡ ପୋଲିସର ସଦସ୍ୟ। କମିକ୍ ରେ ତା ନିକଟରେ ସୁପର ପାୱାର ଥିଲା,ଯାହା ତାଙ୍କୁ ଏଲିୟନଙ୍କଠାରୁ ମିଳିଥିଲା। ଏହି କମିକ କ୍ୟାରେକ୍ଟର ଲାଲ ଓ ଶ୍ୱେତ ବଡିସୁଟ ସହିତ ମୁହଁରେ ମାପଲ ପତ୍ର ଲଗାଉଥିଲା। କାନାଡା କମିକ୍ କ୍ୟାପ୍ଟେନ କାନକର ନୂଆ ସଂସ୍କରଣରେ ଟ୍ରମ୍ପଙ୍କୁ ସୁପର ଭିଲିଆନ ରୂପେ ଚିତ୍ରିତ କରାଯାଇଛି। ଏଥିରେ ସେକେବଳ ଏକାକୀ ଖଳନାୟକ ହୋଇ ନାହାନ୍ତି ତାଙ୍କ ସହିତ ଏଲନ ମସ୍କ ମଧ୍ୟ ଅଛନ୍ତି। 


କମିକ୍ ବୁକ୍ ଫ୍ରେମରେ ଟ୍ରମ୍ପ ଓ ମସ୍କଙ୍କୁ କ୍ୟାପ୍ଟେନ କାନକ କଲର ଧରି ଘୋଷାଡୁଥିବାର ଦେଖା ଯାଉଛି। କମିକ ବୁକର ଗୋଟିଏ ଭାଗରେ ଟ୍ରମ୍ପଙ୍କୁ ମାପଲ ପତ୍ର ଆଗରେ ନଇଁଥିବାର ଦେଖାଯାଉଛି। କାହାଣୀରେ କାନାଡାକୁ ବଞ୍ଚାଇବା ପାଇଁ କ୍ୟାପ୍ଟେନ କାନକ ଟ୍ରାମ୍ପଙ୍କ ଆର୍ଥିକ ଓ ରାଜନୈତିକ ଉପାୟରୁ ବଞ୍ଚାଉଥିବାର କାମ କରୁଛନ୍ତି। ଟ୍ରମ୍ପଙ୍କ ବୟାନବାଜୀ କାନାଡାରେ ରାଷ୍ଟ୍ରବାଦ ଭାବନାକୁ ପ୍ରୋତ୍ସାହିତ କରିଛି। ଫଳରେ କ୍ୟାପ୍ଟେନ କାନକ କମିକ୍ ବୁକ୍ ର ଚାହିଦା ବଜାରରେ ଅଚାନକ ବଢିଯାଇଛି। ଲାଇବ୍ରେରୀ, ବୁକ୍ ଷ୍ଟୋର ଓ ଅନଲାଇନ ପ୍ଲାଟଫର୍ମରେ କମିକ୍ ଏବେ ହାତକୁ ହାତ ବିକ୍ରି ହେଇଯାଉଛି। ଏହା ଛଡା ସୋସିଆଲ ମିଡିଆରେ ମଧ୍ୟ କ୍ୟାପ୍ଟେନ କାନକ ଟ୍ରେଣ୍ଡ କରୁଛି।