ଟ୍ରେନ ଅପହରଣ ନାଟକ ଶେଷ: ସମସ୍ତ ବିଦ୍ରୋହୀ ନିହତ, ବହୁ ପଣବନ୍ଦୀଙ୍କୁ ହତ୍ୟା
ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଟ୍ରେନ ଅପହରଣ କରିଥିବା ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ସମସ୍ତ ବିଦ୍ରୋହୀଙ୍କୁ ପାକ୍ ସୁରକ୍ଷାକର୍ମୀମାନେ ନିପାତ କରିଛନ୍ତି। ବାଲୋଚିସ୍ତାନ ପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ଫରାଜ ବୁଗତି ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ସୂଚନା ଦେଇଛନ୍ତି। ଏହି ଅପହରଣ ଘଟଣାରେ ବିଏଲଏ ବିଦ୍ରୋହୀମାନେ ବହୁ ପଣବନ୍ଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। କାରଣ ଅପହରଣ କରାଯାଇଥିବା ଟ୍ରେନରେ ୪୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ […]

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ଟ୍ରେନ ଅପହରଣ କରିଥିବା ବାଲୋଚ ଲିବରେସନ ଆର୍ମି(ବିଏଲଏ)ର ସମସ୍ତ ବିଦ୍ରୋହୀଙ୍କୁ ପାକ୍ ସୁରକ୍ଷାକର୍ମୀମାନେ ନିପାତ କରିଛନ୍ତି। ବାଲୋଚିସ୍ତାନ ପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ଫରାଜ ବୁଗତି ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ସୂଚନା ଦେଇଛନ୍ତି। ଏହି ଅପହରଣ ଘଟଣାରେ ବିଏଲଏ ବିଦ୍ରୋହୀମାନେ ବହୁ ପଣବନ୍ଦୀଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। କାରଣ ଅପହରଣ କରାଯାଇଥିବା ଟ୍ରେନରେ ୪୫୦ରୁ ଅଧିକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୧୫୦ ଯାତ୍ରୀଙ୍କ ପତ୍ତା ମିଳିପାରି ନାହିଁ। ସେମାନଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।
ଗତ ମଙ୍ଗଳବାର ବିଏଲଏ ବିଦ୍ରୋହୀମାନେ କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ କରିନେଇଥିଲେ। ଯାତ୍ରୀମାନଙ୍କୁ ପଣବନ୍ଦୀ କରି ଗିରଫ ହୋଇଥିବା ବିଏଲଏ ବିଦ୍ରୋହୀମାନଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଥିଲା। କିନ୍ତୁ ପାକ୍ ସେନା ପକ୍ଷରୁ ବିଦ୍ରୋହୀଙ୍କ ଉପରେ ଆକ୍ରମଣ କରାଯାଇ ବନ୍ଧକଙ୍କୁ ମୁକ୍ତ କରିବାକୁ ଉଦ୍ୟମ ହୋଇଥିଲା। ବୁଧବାର ସୁଦ୍ଧା ସମସ୍ତ ବିଦ୍ରୋହୀଙ୍କୁ ନିପାତ କରାଯାଇଥିବା ପାକିସ୍ତାନ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି।