ଟ୍ରେନରେ କଟି ଦୁଇ ପାଚିକା ମୃତ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ

ଗଞ୍ଜାମ: ଗଂଜାମ ସୋରଳ ଷ୍ଟେସନରେ ଦୁଇ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟଣା ନେଇ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ।... The post ଟ୍ରେନରେ କଟି ଦୁଇ ପାଚିକା ମୃତ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ appeared first on .

ଟ୍ରେନରେ କଟି ଦୁଇ ପାଚିକା ମୃତ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ

ଗଞ୍ଜାମ: ଗଂଜାମ ସୋରଳ ଷ୍ଟେସନରେ ଦୁଇ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟଣା ନେଇ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ। ଭୁବନେଶ୍ଵରରେ AIUTUCର ବୈଠକରେ ସରକାରଙ୍କ ଉପରେ ତୀବ୍ର ଭାବେ ବର୍ଷିଛନ୍ତି ସଂଗଠନର ସଦସ୍ୟ। ଗଂଜାମ ଜିଲ୍ଲାରୁ ଭୁବନେଶ୍ୱରର ସମାବେଶକୁ ଆସୁଥିବା ସମୟରେ ଦୁଇ ପାଚିକା ସହାୟିକାଙ୍କ ଟ୍ରେନ ଦୁର୍ଘଟଣାରେ ମୃତ୍ଯୁ ହୋଇଥିଲା। ଏହି ଘଟଣାକୁ ନେଇ ସରକାରଙ୍କୁ ଦାୟୀ କରିଛି ସଂଘ। ତୁରନ୍ତ ସେମାନଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି। ସେପଟେ ପାଚିକା ସହାୟିକାମାନଙ୍କ ଚାକିରୀ ସ୍ଥାୟୀ କରିବାକୁ ଦାବି କରିଛନ୍ତି ପାଚିକା ସହାୟିକା ସଂଘ ସଭାପତି। ଭୁବନେଶ୍ବରରେ ଆୟୋଜିତ AIUTUCର ବିଶାଳ ସମାବେଶରେ ଦେଶର ୨୪ ରାଜ୍ୟରୁ ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶାରୁ ମଧ୍ୟ ଶତାଧିକ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ଶ୍ରମିକ ଓ କର୍ମଚାରୀ ଯୋଗ ଦେଇଥିଲେ। ଶ୍ରମ କୋଡ ନାମରେ ଯେଁଉ ନୂତନ ଆଇନ ପ୍ରଣୟନ କରାଯାଉଛି ତାହା ଶ୍ରମିକମାନଙ୍କ ସ୍ବାର୍ଥ ବିରୋଧୀ ବୋଲି ମତ ରଖିଥିଲେ ସଂଗଠନର ନେତା।

The post ଟ୍ରେନରେ କଟି ଦୁଇ ପାଚିକା ମୃତ ଘଟଣାରେ ସରକାରଙ୍କ ଉପରେ ବର୍ଷିଲା ଶ୍ରମିକ ସଂଘ appeared first on .