ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ
କୋଲକାତା, ୧୩।୦୮: ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍ ଶିବାଗନମ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତା ଡାକ୍ତରଙ୍କ ମାଆ-ବାପା ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକାଧିକ ଯାଚିକା […] The post ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ appeared first on Dharitri Odia News.
କୋଲକାତା, ୧୩।୦୮: ପଶ୍ଚିମବଙ୍ଗର ରାଜଧାନୀରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କୁ ବଳତ୍କାର ଏବଂ ହତ୍ୟା ଘଟଣାରେ କୋଲକାତା ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଏହି ମାମଲାରେ ସିବିଆଇକୁ ତଦନ୍ତ ଭାର ଦେବାକୁ କହିଛନ୍ତି । ମୁଖ୍ୟ ବିଚାରପତି ଟିଏସ୍ ଶିବାଗନମ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ମୃତା ଡାକ୍ତରଙ୍କ ମାଆ-ବାପା ଦାଏର କରିଥିବା ଯାଚିକାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏଥିସହିତ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବା ନେଇ ଏକାଧିକ ଯାଚିକା ଦାଏର ହୋଇଥିଲା । ତେବେ ଏହି ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଟିମବଙ୍ଗ ପୋଲିସ୍ ହାତରେ ରହିଛି।
ଉଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ କହିଛନ୍ତି ଯେ, ମୃତା ଡାକ୍ତରଙ୍କ ମାଆ-ବାପା ଏହିଭଳି ତଦନ୍ତକୁ ନେଇ ଭୟଭୀତ ଅଛନ୍ତି । ସାଧାରଣ ଘଟଣା ହୋଇଥିଲେ ଆମେ ଏକ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଥାନ୍ତୁ । ହେଲେ ଏହି ଘଟଣା ଅତିନୃଶଂସନୀୟ ଏବଂ ବିନା ସମୟ ନଷ୍ଟ ନକରି ଏହାର ଉଚିତ୍ ତଦନ୍ତ ହେବା ଆବଶ୍ୟକ । ତଦନ୍ତରେ ସ଼୍ବଚ୍ଛତା ରହିବା ଆବଶ୍ୟକ । ତେଣୁ ମୃତା ଡାକ୍ତରଙ୍କ ମାଆ-ବାପାଙ୍କ ଦ଼୍ବାରା ଦାଏର ଯାଚିକାକୁ ଗ୍ରହଣ କରାଯାଇ ଏହା ସିବିଆଇକୁ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି କୋର୍ଟ କହିଛନ୍ତି।
The post ଟ୍ରେନି ଡାକ୍ତର ବଳତ୍କାର ଏବଂ ହତ୍ୟା ଘଟଣା, ବଡ଼ ନିଷ୍ପତ୍ତି ଶୁଣାଇଲେ ହାଇକୋର୍ଟ appeared first on Dharitri Odia News.