ଟ୍ରେନ୍ ଇଞ୍ଜିନରେ କାହିଁକି ନଥାଏ ଶୌଚାଳୟ ? ଜାଣନ୍ତୁ କାରଣ କ’ଣ ?
ନୂଆଦିଲ୍ଲୀ ୦୫।୦୫: ଦୂର ସ୍ଥାନକୁ ଯିବାକୁ ହେଲେ ସମସ୍ତେ ପ୍ରାୟ ଟ୍ରେନ୍ରେ ଯାଇଥାନ୍ତି । କାରଣ ଟ୍ରେନରେ ଯାତ୍ରା କରିବା ସବୁଠାରୁ ସୁବିଧାଜନକ ଏବଂ ଶସ୍ତା ମଧ୍ୟ । ଏଥିପାଇଁ ଭାରତରେ କୋଟି କୋଟି ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି । ଟ୍ରେନ୍ ଶୌଚାଳୟ, ବିଦ୍ୟୁତ୍ ଏବଂ ଜଳ ଠାରୁ ସମସ୍ତ ସୁବିଧା ରହିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଟ୍ରେନର ବଗିରେ ଶୌଚାଳୟର ସୁବିଧା ଅଛି କିନ୍ତୁ ଟ୍ରେନର ଇଞ୍ଜିନରେ ନଥାଏ ଶୌଚାଳୟ । ଏବେ ପ୍ରଶ୍ନ ଆସୁଛି ଏପରି କାହିଁକି । ଟ୍ରେନର ଇଞ୍ଜିନରେ କାହିଁକି ନଥାଏ ଶୌଚାଳୟ ? ଆସନ୍ତୁ ଜାଣିବା... ବାସ୍ତବରେ ଟ୍ରେନ୍ ଇଞ୍ଜିନରେ ବହୁତ କମ୍ ସ୍ଥାନ ରହିଥାଏ । ଏଥିପାଇଁ ଟ୍ରେନ୍ର ଇଞ୍ଜିନରେ ଶୌଚାଳୟ ସୁବିଧା ରହିବା ସମ୍ଭବ ନୁହେଁ । ଟ୍ରେନ୍ର ଇଞ୍ଜିନ୍ରେ ଜଣେ ଲୋକୋ ପାଇଲଟ୍ ଅତି କମରେ ୧୦-୧୨ ଘଣ୍ଟା ପାଇଁ ଡ୍ରାଇଭର ଭାବରେ ଯାତ୍ରା କରନ୍ତି । ଏହି ସମୟରେ ଯଦି ସେମାନଙ୍କୁ ଶୌଚାଳୟକୁ ଯିବାକୁ ହୋଇଥାଏ, ତେବେ ସେମାନଙ୍କୁ ପରବର୍ତ୍ତୀ ଷ୍ଟେସନକୁ ଅପେକ୍ଷା କରିବାକୁ ପଡିଥାଏ । ଅନେକ ଥର ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୌଚାଳୟକୁ ଯିବାକୁ ଅସମର୍ଥ ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଟ୍ରେନ୍ ଚଳାଇବା ସମୟରେ ଲୋକ ପାଇଲଟ ଟ୍ରେନରେ ଖାଦ୍ୟ ଖାଇପାରନ୍ତିନି ମଧ୍ୟ ।
ନୂଆଦିଲ୍ଲୀ ୦୫।୦୫: ଦୂର ସ୍ଥାନକୁ ଯିବାକୁ ହେଲେ ସମସ୍ତେ ପ୍ରାୟ ଟ୍ରେନ୍ରେ ଯାଇଥାନ୍ତି । କାରଣ ଟ୍ରେନରେ ଯାତ୍ରା କରିବା ସବୁଠାରୁ ସୁବିଧାଜନକ ଏବଂ ଶସ୍ତା ମଧ୍ୟ । ଏଥିପାଇଁ ଭାରତରେ କୋଟି କୋଟି ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି । ଟ୍ରେନ୍ ଶୌଚାଳୟ, ବିଦ୍ୟୁତ୍ ଏବଂ ଜଳ ଠାରୁ ସମସ୍ତ ସୁବିଧା ରହିଥାଏ ।

ଜାଣି ଆଶ୍ଚର୍ଯ୍ୟ ହେବେ ଟ୍ରେନର ବଗିରେ ଶୌଚାଳୟର ସୁବିଧା ଅଛି କିନ୍ତୁ ଟ୍ରେନର ଇଞ୍ଜିନରେ ନଥାଏ ଶୌଚାଳୟ । ଏବେ ପ୍ରଶ୍ନ ଆସୁଛି ଏପରି କାହିଁକି । ଟ୍ରେନର ଇଞ୍ଜିନରେ କାହିଁକି ନଥାଏ ଶୌଚାଳୟ ? ଆସନ୍ତୁ ଜାଣିବା...

ବାସ୍ତବରେ ଟ୍ରେନ୍ ଇଞ୍ଜିନରେ ବହୁତ କମ୍ ସ୍ଥାନ ରହିଥାଏ । ଏଥିପାଇଁ ଟ୍ରେନ୍ର ଇଞ୍ଜିନରେ ଶୌଚାଳୟ ସୁବିଧା ରହିବା ସମ୍ଭବ ନୁହେଁ । ଟ୍ରେନ୍ର ଇଞ୍ଜିନ୍ରେ ଜଣେ ଲୋକୋ ପାଇଲଟ୍ ଅତି କମରେ ୧୦-୧୨ ଘଣ୍ଟା ପାଇଁ ଡ୍ରାଇଭର ଭାବରେ ଯାତ୍ରା କରନ୍ତି । ଏହି ସମୟରେ ଯଦି ସେମାନଙ୍କୁ ଶୌଚାଳୟକୁ ଯିବାକୁ ହୋଇଥାଏ, ତେବେ ସେମାନଙ୍କୁ ପରବର୍ତ୍ତୀ ଷ୍ଟେସନକୁ ଅପେକ୍ଷା କରିବାକୁ ପଡିଥାଏ ।

ଅନେକ ଥର ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୌଚାଳୟକୁ ଯିବାକୁ ଅସମର୍ଥ ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଟ୍ରେନ୍ ଚଳାଇବା ସମୟରେ ଲୋକ ପାଇଲଟ ଟ୍ରେନରେ ଖାଦ୍ୟ ଖାଇପାରନ୍ତିନି ମଧ୍ୟ ।