ଟ୍ରେନ୍ ହାଇଜ୍ୟାକ କରିବାକୁ ଉଦ୍ୟମ, ହ୍ୱାଟ୍ସଆପରେ କରାଗଲା ଆଲୋଚନା

ସିଙ୍ଗାପୁର: ୪ ଘଣ୍ଟାର ସସପେନ୍ସରେ ଅନ୍ତ। ମୁକୁଳିଲେ ୧୫ ପଣବନ୍ଦୀ। ଏହାସହ ପ୍ରାଣ ହରାଇଛି ଅଭିଯୁକ୍ତ। ସୁଇଜରଲ୍ୟାଣ୍ଡର ଏକ ଟ୍ରେନରେ... The post ଟ୍ରେନ୍ ହାଇଜ୍ୟାକ କରିବାକୁ ଉଦ୍ୟମ, ହ୍ୱାଟ୍ସଆପରେ କରାଗଲା ଆଲୋଚନା appeared first on .

ଟ୍ରେନ୍ ହାଇଜ୍ୟାକ କରିବାକୁ ଉଦ୍ୟମ, ହ୍ୱାଟ୍ସଆପରେ କରାଗଲା ଆଲୋଚନା

ସିଙ୍ଗାପୁର: ୪ ଘଣ୍ଟାର ସସପେନ୍ସରେ ଅନ୍ତ। ମୁକୁଳିଲେ ୧୫ ପଣବନ୍ଦୀ। ଏହାସହ ପ୍ରାଣ ହରାଇଛି ଅଭିଯୁକ୍ତ। ସୁଇଜରଲ୍ୟାଣ୍ଡର ଏକ ଟ୍ରେନରେ ଜଣେ ଅଭିଯୁକ୍ତ ୧୫ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ରଖିବା ପରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ପଶ୍ଚିମ ସୁଇଜରଲ୍ୟାଣ୍ଡର ୟେଭରଡନରୁ ସେଣ୍ଟ କ୍ରୋକ୍ସକୁ ଯାଉଥିବାବେଳେ ଜଣେ ବ୍ୟକ୍ତି ସେମାନଙ୍କୁ ପଣବନ୍ଦୀ ରଖିଥିଲା।

ଅଭିଯୁକ୍ତ ଜଣକ ଏକ କୁରାଢି ଓ ଛୁରି ଧରିଥିବାବେଳେ ପାର୍ସୀ ଓ ଇଂରାଜୀରେ କଥା ହେଉଥିଲା। ଯାତ୍ରୀଙ୍କ ଜୀବନ ବିପଦରେ ଥିବାରୁ ପୋଲିସ ସନ୍ତର୍ପଣର ସହ ଘଟଣାର ମୁକାବିଲା କରିଥିଲା। କୌଶଳକ୍ରମେ ପୋଲିସ ଅଭିଯୁକ୍ତକୁ ଗୁଳି କରିବା ପରେ ଯାତ୍ରୀମାନେ ମୁକ୍ତ ହୋଇଥିଲେ। କୌଣସି ଯାତ୍ରୀ ଆହତ ହୋଇ ନଥିବା ସୂଚନା ମିଳିଛି।

ଟ୍ରେନରେ ୧୪ ଜଣ ଯାତ୍ରୀ ଏବଂ କଣ୍ଡକ୍ଟରଙ୍କ ସମେତ ମୋଟ୍ ୧୫ ଜଣ ରହିଥିଲେ । ସେମାନଙ୍କୁ ସନ୍ଧ୍ୟା ପ୍ରାୟ ୬ଟା ୩୫ମି.ରୁ ରାତି ୧୦ଟା ୩୦ମି. ପର୍ଯ୍ୟନ୍ତ ଅର୍ଥାତ୍ ଦୀର୍ଘ ଚାରି ଘଣ୍ଟା ଧରି ବନ୍ଧକ ରଖାଯାଇଥିଲା । ସନ୍ଦିଗ୍ଧ ବ୍ୟକ୍ତି ଜଣକ ୟଭରଡୋନ୍ ନିକଟରେ ଟ୍ରେନ୍ ଅଟକାଇଥିଲା । ପରେ କଣ୍ଡକ୍ଟର ଜଣକ ଉପସ୍ଥିତ ବୁଦ୍ଧି ଲଗାଇ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇ ଦେଇଥିଲା।

ପରେ ପୋଲିସ ସନ୍ଦିଗ୍ଧଙ୍କ ସହ ହ୍ୱାଟ୍ସଆପରେ କଥା ହୋଇଥିଲା। ସେ ପାର୍ସୀ ଏବଂ ଇଂରାଜୀ କହୁଥିବା ବେଳେ ବାର୍ତ୍ତାଳାପ ପାଇଁ ଜଣେ ପାର୍ସୀ ଅନୁବାଦକଙ୍କ ସାହାଯ୍ୟ ଲୋଡାଯାଇଥିଲା। ତେବେ ରିପୋର୍ଟ ଅନୁଯାୟୀ, ଶେଷରେ ବନ୍ଧକମାନଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଅଧିକାରୀମାନେ ଟ୍ରେନରେ ପଶିବାକୁ ନିଷ୍ପତ୍ତି ନେଇଥିଲେ।

The post ଟ୍ରେନ୍ ହାଇଜ୍ୟାକ କରିବାକୁ ଉଦ୍ୟମ, ହ୍ୱାଟ୍ସଆପରେ କରାଗଲା ଆଲୋଚନା appeared first on .