ଟ୍ରେନ୍ରୁ ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ
ବ୍ରହପୁର:ଟ୍ରେନ୍ରୁ ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲା ସୁରଳ ରୋଡ୍ ରେଳ ଷ୍ଟେସନ ଘଟିଛି ଏହି ଘଟଣା।ପାଚିକା ସହାୟିକା ପାର୍ବତୀ ଗୌଡ଼ ଓ ଝୁନୁ ଗୌଡ଼ ଟ୍ରେନରେ ଖସିପଡି ଉଭୟଙ୍କ ମୃତ୍ୟୁ ହୋଇଛି।ଏମାନେ ଭୁବନେଶ୍ୱର ଆସୁଥିଲେ ରାଲିରେ ଯୋଗ ଦେବା ପାଇଁ। ଭୁବନେଶ୍ୱରରେ ପାଚିକା ସହାୟିକା ସଂଘର ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ଟ୍ରେନ୍ରୁ ପଡ଼ି ଏହି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ […]

ବ୍ରହପୁର:ଟ୍ରେନ୍ରୁ ପଡ଼ି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମ ଜିଲ୍ଲା ସୁରଳ ରୋଡ୍ ରେଳ ଷ୍ଟେସନ ଘଟିଛି ଏହି ଘଟଣା।ପାଚିକା ସହାୟିକା ପାର୍ବତୀ ଗୌଡ଼ ଓ ଝୁନୁ ଗୌଡ଼ ଟ୍ରେନରେ ଖସିପଡି ଉଭୟଙ୍କ ମୃତ୍ୟୁ ହୋଇଛି।ଏମାନେ ଭୁବନେଶ୍ୱର ଆସୁଥିଲେ ରାଲିରେ ଯୋଗ ଦେବା ପାଇଁ। ଭୁବନେଶ୍ୱରରେ ପାଚିକା ସହାୟିକା ସଂଘର ରାଲିରେ ଯୋଗ ଦେବାକୁ ଯାଉଥିବା ବେଳେ ଟ୍ରେନ୍ରୁ ପଡ଼ି ଏହି ଦୁଇ ଜଣ ପାଚିକା ସହାୟିକାଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁଯାୟୀ ଏ ଦୁହେଁ ପଲାସା-କଟକ ଡିଏମ୍ୟୁରେ ଚଢ଼ିଥିଲେ। ଅସବଧାନତା ହୋଇ ଟ୍ରେନ୍ରେ ଚଢ଼ୁଥିବା ବେଳେ ପଡ଼ି ଯାଇଥିଲେ।
ପ୍ରଥମେ ଜଣେ ପଡ଼ି ଯିବା ପରେ ତାଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ଜଣେ ଟ୍ରେନ ତଳେ ପଡ଼ି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଆରପିଏଫ୍ ଏ ଘଟଣାକୁ ନେଇ ତଦନ୍ତ କରୁଛି।