ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’
ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଘୃଣାର ଶିକାର ହେବାକୁ ପଡ଼ୁଛି। ରୋହିତ ଶର୍ମାଙ୍କ ସ୍ଥାନରେ ସେ ଅଧିନାୟକ ହୋଇଥିବାରୁ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରିବାର ମଉକା ଛାଡ଼ୁନାହାନ୍ତି। ପ୍ରତିଟି ମ୍ୟାଚ୍ରେ ତାଙ୍କୁ ଟ୍ରୋଲ କରାଯାଉଛି। ଏସବୁ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଡ୍ ତାଙ୍କ ସମର୍ଥନରେ ବାହାରିଛନ୍ତି। ସୋନୁ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ସେ […] The post ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’ appeared first on Dharitri Odia News.
ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଘୃଣାର ଶିକାର ହେବାକୁ ପଡ଼ୁଛି। ରୋହିତ ଶର୍ମାଙ୍କ ସ୍ଥାନରେ ସେ ଅଧିନାୟକ ହୋଇଥିବାରୁ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରିବାର ମଉକା ଛାଡ଼ୁନାହାନ୍ତି। ପ୍ରତିଟି ମ୍ୟାଚ୍ରେ ତାଙ୍କୁ ଟ୍ରୋଲ କରାଯାଉଛି। ଏସବୁ ମଧ୍ୟରେ ବଲିଉଡ ଅଭିନେତା ସୋନୁ ସୁଡ୍ ତାଙ୍କ ସମର୍ଥନରେ ବାହାରିଛନ୍ତି।
ସୋନୁ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ସେ ହାର୍ଦ୍ଦିକଙ୍କୁ ନେଇ ଚାଲିଥିବା ବିବାଦକୁ ନେଇ ରାୟ ରଖିଛନ୍ତି। ସୋସିଆଲ ମିଡିଆରେ ଟୁଇଟ୍ କରି ସୋନୁ କହିଛନ୍ତି, ଆମେ ନିଜର ଖେଳାଳିଙ୍କୁ ସମ୍ମାନ ଦେବା ଉଚିତ। ସେହି ଖେଳାଳି ଯିଏ ଆମକୁ ଗର୍ବ ଅନୁଭବ କରାଇଛନ୍ତି, ସେହି ଖେଳାଳି ଯିଏ ଦେଶର ଟେକ ରଖିଛନ୍ତି। ଦିନେ ଆପଣ ତାଙ୍କୁ ପ୍ରଶଂସାରେ ପୋତି ପକାନ୍ତି। ଆର ଦିନ ତାଙ୍କର ସମାଲୋଚନା କରିଥାନ୍ତି। ତେବେ ସେମାନେ ନୁହନ୍ତି, ବରଂ ଆମେ ଅସଫଳ ହୋଇଥାଉ। ମୁଁ କ୍ରିକେଟକୁ ପସନ୍ଦ କରେ। ମୁଁ ନିଜ ଦେଶ ଲାଗି ଖେଳୁଥିବା ପ୍ରତିଟି କ୍ରିକେଟରଙ୍କୁ ଭଲପାଏ ବୋଲି ସେ କହିଛନ୍ତି।
ଏହାଛଡ଼ା କ୍ରିକେଟର କେଉଁ ଦଳ ପକ୍ଷରୁ ଖେଳୁଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସେ ଦଳର ଅଧିନାୟକ ଭାବେ ଖେଳୁ ଅଥବା ୧୫ତମ ସ୍ଥାନରେ। ସେମାନେ ଆମ ହିରୋ ବୋଲି ସୋନୁ କହିଛନ୍ତି। ସୋନୁଙ୍କ ଏଭଳି ପ୍ରତିକ୍ରିୟା ବେଶ ଭାଇରାଲ ହେଉଛି।
The post ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’ appeared first on Dharitri Odia News.