ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି ସର୍ବଦା ଏକ ଟିମ୍ ସଜାଗ ରହିବ। ଯାହା ଭୁବନେଶ୍ୱର ଏବଂ କଟକ ସହରରେ ଯେକୌଣସି ପ୍ରକାରର ନିର୍ଯ୍ୟାତନାକୁ ମୁକାବିଲା କରିବ। ଏସିପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ଟିମ୍ ଏଚ୍ଆର୍ (ହାଇ ଏଫିସିଏନ୍ସି ରେସପନ୍ସ) ଦୂର୍ବତ୍ତମାନଙ୍କୁ ଦମନ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛି, ଯେଉଁମାନେ ମହିଳାଙ୍କ ସୁରକ୍ଷା ପ୍ରତି କୌଣସି […] The post ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ appeared first on Dharitri Odia News.

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି ସର୍ବଦା ଏକ ଟିମ୍ ସଜାଗ ରହିବ। ଯାହା ଭୁବନେଶ୍ୱର ଏବଂ କଟକ ସହରରେ ଯେକୌଣସି ପ୍ରକାରର ନିର୍ଯ୍ୟାତନାକୁ ମୁକାବିଲା କରିବ।

ଏସିପି ଅଞ୍ଜନା ଟୁଡୁଙ୍କ ନେତୃତ୍ୱରେ ଟିମ୍ ଏଚ୍ଆର୍ (ହାଇ ଏଫିସିଏନ୍ସି ରେସପନ୍ସ) ଦୂର୍ବତ୍ତମାନଙ୍କୁ ଦମନ କରିବା ପାଇଁ ଦିନରାତି କାର୍ଯ୍ୟ କରୁଛି, ଯେଉଁମାନେ ମହିଳାଙ୍କ ସୁରକ୍ଷା ପ୍ରତି କୌଣସି ପ୍ରକାର ବିପଦ ସୃଷ୍ଟି କରୁଛନ୍ତି, ବିଶେଷ କରି ବିଳମ୍ବିତ ରାତିରେ କାମରୁ ଫେରୁଛନ୍ତି।

ଏପର୍ଯ୍ୟନ୍ତ ଏହି ଟିମ୍ 6ଟି ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ଏହି ଟିମ୍ ଦିନରାତି ୨୪ ଘଣ୍ଟା ଉପଲବ୍ଧ ରହିବ ଏବଂ ଅଭିଯୋଗକାରୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ସ୍ଥାନରେ ତୁରନ୍ତ ପହଞ୍ଚେ। କୌଣସି ପ୍ରକାରର ଅସଦାଚରଣ, ନିର୍ୟ୍ୟାତନା କିମ୍ବା ଯୌନ ଆକ୍ଷେପ ଶିକାର ହୋଇଥିବା ମହିଳାମାନେ ୬୩୭୨୫୦୦୪୦୦ କିମ୍ବା ୧୧୨ କୁ କଲ କରି ଅଭିଯୋଗ କରିପାରିବେ। ଅଧିକନ୍ତୁ, କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ମଧ୍ୟ ପ୍ରକାଶ ପାଇବ ନାହିଁ।

The post ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ appeared first on Dharitri Odia News.