ଟ୍ୱିନ୍‌ସିଟିରେ ଏଥର ପୂଜା ବଜେଟ୍ ୬ ଶହ କୋଟି ପାର୍

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା।

ଟ୍ୱିନ୍‌ସିଟିରେ ଏଥର ପୂଜା ବଜେଟ୍ ୬ ଶହ କୋଟି ପାର୍

ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି । ଆକର୍ଷଣୀୟ ପୂଜା ସହ ବଢ଼ି ଚାଲୁଛି ବଜେଟ୍ । ପ୍ରତିବର୍ଷ ବୃଦ୍ଧି ପାଉଥିବା କଳେବର ଭିତରେ କେଉଁଠି କଥା କହୁଛି ସୁନା ଚାନ୍ଦି ମେଢ଼ ତ ଆଉ କେଉଁଠି ଗାଥା ବଖାଣୁଛି ତୋରଣ । ପୂଜାରେ ପ୍ରତିବର୍ଷ କାରିଗର ଯେଉଁ ଚମକ ଆଣୁଛନ୍ତି ଦେଖିଲେ ମନ ଲାଖିଯାଉଛି । ଏହି ଯେମିତି ରୌପ୍ୟନଗରୀ କଟକ । ସୁନା ଚାନ୍ଦି ମେଢ଼ ପାଇଁ ପ୍ରସିଦ୍ଧି ଲାଭ କରିଥିବା କଟକ ସହରରେ ଏବର୍ଷ ୩୪ରେ ପହଞ୍ଚିଛି ସୁନା ଚାନ୍ଦି ମେଢ ସଂଖ୍ୟା । ଆଉ ତାହାରି ଭିତରେ ମା’ ଜଗତଜନନୀଙ୍କ ଏକକୁ ଆରେକ ବଳି ମୂର୍ତ୍ତି ଗୁଡ଼ିକରେ ଝଟକୁଛି ମହଣ ମହଣ ସୁନା ଆଉ ଚାନ୍ଦି ।