ଟୟଲେଟ୍‌ କରୁଥିଲେ ରାଜା , ସେତେବେଳେ ... ; ସୋନମ ଦେଖାଇଲା ସେହି ୧୮ ମିନିଟ୍‌ର ବିଭତ୍ସକାଣ୍ଡ

ଇନ୍ଦୋର : ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀଙ୍କର ହନିମୁନ୍‌ ବେଳେ ମେଘାଳୟରେ କିଭଳି ଭାବେ ହତ୍ୟା କରାଗଲା ଏବଂ ତାଙ୍କର ମୃତଦେହକୁ ଗଭୀର ଖାଇରେ ଫିଙ୍ଗି ଦିଆଗଲା ? ଏହା ବୁଝିବା ପାଇଁ ଶିଲଂ ପୁଲିସ ମଙ୍ଗଳବାର ୨୩ ମେ’ ରେ ଏହି ଘଟଣାର କରାଇଛି ସିନରିକ୍ରିଏସନ । ହତ୍ୟାକାଣ୍ଡର ଅଭିଯୁକ୍ତ ସୋନମ ରଘୁବଂଶୀ ଓ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ଯାଇ ପୁଲିସ ଏହା ଦେଖିଛି ଯେ, କେମିତି ସେମାନେ ୧୮ ମିନିଟ୍‌ରେ ଏତେ ବଡ଼ ଘଟଣା ଘଟାଇ ଥିଲେ।ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲାରେ ଚେରାପୁଞ୍ଜିରେ ମଙ୍ଗଳବାର ଭାରି ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ ଜଙ୍ଗଲ ଓ ବାଦଲ ଘେରା ସେହି ପାହାଡ଼କୁ ନିଆଗଲା , ଯେଉଁଠି ରାଜା ରଘୁବଂଶୀଙ୍କର ହତ୍ୟା କରି ତାଙ୍କର ମୃତଦେହକୁ ଖାଇରେ ଫିଙ୍ଗା ଯାଇ ଥିଲା। ଏସଡିଆରଏଫ୍‌ ଓ ପୁଲିସ ଟିମ୍‌ର ଉପସ୍ଥିତିରେ ପୂରା ଘଟଣାର ରିକ୍ରିଏସନ କଲା। ଏଠାକୁ ସୋନମକୁ ଅଲଗା ଏକ ଗାଡ଼ିରେ ଅଣାଯାଇ ଥିଲା , ଆଉ ତିନି ଅଭିଯୁକ୍ତଙ୍କୁ ଆଉ ଏକ ଗାଡ଼ିରେ। ହତ୍ୟାକାଣ୍ଡ ଦିନ ରାଜ ଶିଲଂରେ ନଥିଲା , ଏଥିପାଇଁ ତାକୁ ଘଟଣାସ୍ଥଳକୁ ଅଣାଯାଇ ନଥିଲା।କ୍ରାଇମ୍‌ ସିନରେ ମୋଟ ୪ଜଣ ଅଭିଯୁକ୍ତ ଥିଲେ। ଶିଲଂ ପୁଲିସ ଦାବି କରିଥିଲା ଯେ, ୨୩ ମେ’ରେ ୨ଟା୧୮ ମିନିଟ୍‌ ସୁଦ୍ଧା ରାଜାଙ୍କର ହତ୍ୟା କରି ମୃତଦେହକୁ ଫିଙ୍ଗାଯାଇ ଥିଲା। ୧୮ ମିନିଟ୍‌ ଭିତରେ ହୋଇଥିବା ଏହି ହତ୍ୟାକୁ ବୁଝିବା ପାଇଁ ପୁଲିସ  ଓ ଫରେନ୍ସିକ

ଟୟଲେଟ୍‌ କରୁଥିଲେ ରାଜା , ସେତେବେଳେ ... ; ସୋନମ ଦେଖାଇଲା ସେହି ୧୮ ମିନିଟ୍‌ର ବିଭତ୍ସକାଣ୍ଡ

ଇନ୍ଦୋର : ଇନ୍ଦୋରର ଟ୍ରାନ୍ସପୋର୍ଟ ବ୍ୟବସାୟୀ ରାଜା ରଘୁବଂଶୀଙ୍କର ହନିମୁନ୍‌ ବେଳେ ମେଘାଳୟରେ କିଭଳି ଭାବେ ହତ୍ୟା କରାଗଲା ଏବଂ ତାଙ୍କର ମୃତଦେହକୁ ଗଭୀର ଖାଇରେ ଫିଙ୍ଗି ଦିଆଗଲା ? ଏହା ବୁଝିବା ପାଇଁ ଶିଲଂ ପୁଲିସ ମଙ୍ଗଳବାର ୨୩ ମେ’ ରେ ଏହି ଘଟଣାର କରାଇଛି ସିନରିକ୍ରିଏସନ । ହତ୍ୟାକାଣ୍ଡର ଅଭିଯୁକ୍ତ ସୋନମ ରଘୁବଂଶୀ ଓ ଆଉ ତିନି ଜଣ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ଯାଇ ପୁଲିସ ଏହା ଦେଖିଛି ଯେ, କେମିତି ସେମାନେ ୧୮ ମିନିଟ୍‌ରେ ଏତେ ବଡ଼ ଘଟଣା ଘଟାଇ ଥିଲେ।

ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲ୍ଲାରେ ଚେରାପୁଞ୍ଜିରେ ମଙ୍ଗଳବାର ଭାରି ସୁରକ୍ଷା ମଧ୍ୟରେ ଅଭିଯୁକ୍ତଙ୍କୁ ଜଙ୍ଗଲ ଓ ବାଦଲ ଘେରା ସେହି ପାହାଡ଼କୁ ନିଆଗଲା , ଯେଉଁଠି ରାଜା ରଘୁବଂଶୀଙ୍କର ହତ୍ୟା କରି ତାଙ୍କର ମୃତଦେହକୁ ଖାଇରେ ଫିଙ୍ଗା ଯାଇ ଥିଲା। ଏସଡିଆରଏଫ୍‌ ଓ ପୁଲିସ ଟିମ୍‌ର ଉପସ୍ଥିତିରେ ପୂରା ଘଟଣାର ରିକ୍ରିଏସନ କଲା। ଏଠାକୁ ସୋନମକୁ ଅଲଗା ଏକ ଗାଡ଼ିରେ ଅଣାଯାଇ ଥିଲା , ଆଉ ତିନି ଅଭିଯୁକ୍ତଙ୍କୁ ଆଉ ଏକ ଗାଡ଼ିରେ। ହତ୍ୟାକାଣ୍ଡ ଦିନ ରାଜ ଶିଲଂରେ ନଥିଲା , ଏଥିପାଇଁ ତାକୁ ଘଟଣାସ୍ଥଳକୁ ଅଣାଯାଇ ନଥିଲା।

କ୍ରାଇମ୍‌ ସିନରେ ମୋଟ ୪ଜଣ ଅଭିଯୁକ୍ତ ଥିଲେ। ଶିଲଂ ପୁଲିସ ଦାବି କରିଥିଲା ଯେ, ୨୩ ମେ’ରେ ୨ଟା୧୮ ମିନିଟ୍‌ ସୁଦ୍ଧା ରାଜାଙ୍କର ହତ୍ୟା କରି ମୃତଦେହକୁ ଫିଙ୍ଗାଯାଇ ଥିଲା। ୧୮ ମିନିଟ୍‌ ଭିତରେ ହୋଇଥିବା ଏହି ହତ୍ୟାକୁ ବୁଝିବା ପାଇଁ ପୁଲିସ  ଓ ଫରେନ୍ସିକ ଏକ୍ସପର୍ଟଙ୍କ ଟିମ୍‌ ଉପସ୍ଥିତ ଥିଲେ। ଘଟଣାସ୍ଥଳକୁ ନେଇ ଅଭିଯୁକ୍ତଙ୍କ ଠାରୁ ଏହା ବୁଝିବାକୁ ଚେଷ୍ଟା କରାଯାଇ ଥିଲା , କେଉଁ ରୁଟ୍‌ରୁ କିଏ ଆସି ଥିଲା, କିଏ ପ୍ରଥମ ଥର ଆକ୍ରମଣ କଲା, କେଉଁ ପ୍ରକାରରେ ରାଜାଙ୍କର ହତ୍ୟା କରାଗଲା, କେମିତି ଉଠାଇ ମୃତଦେହ ତଳକୁ ଫିଙ୍ଗା ଗଲା ଏବଂ ପୁଣି କେଉଁ ଭଳି ଭାବେ ସେଠାରୁ ଫେରାର ହେଲେ। କ୍ରାଇମ୍‌ ରିକ୍ରିଏସନରେ ହତ୍ୟାକାଣ୍ଡକୁ ନେଇ ଅନେକ ଏମିତି ପ୍ରଶ୍ନର ଜବାବ ପୁଲିସ ପାଇ ପାରିବ , ଯାହା ଏବେ ସୁଦ୍ଧା ଅସମାହିତ ରହିଛି। 

ପୁଲିସ ପଚରାପଚରିରେ ଜଣାପଡ଼ିଛି ଯେ, ସେଦିନ ସେଠାର ପହଞ୍ଚିବା ପରେ ରାଜାଙ୍କୁ ଟୟଲେଟ୍‌ ଲାଗିଥିଲା। ସେ ଜଙ୍ଗଲରେ ଘେରା ଏହି ସ୍ଥାନରେ ଟୟଲେଟ୍‌ କରିଥିଲେ। ସେଠାରେ ସୋନମ ଓ ହତ୍ୟାକାଣ୍ଡର ତିନି ଅଭିଯୁକ୍ତ ପହଞ୍ଚି ସାରି ଥିଲେ। ଏଠାରେ ସୋନମ ଜୋରରେ ଅଭିଯୁକ୍ତଙ୍କୁ କହିଥିଲା ଯେ, ତାକୁ ମାର । ଏହାପରେ ତିନି ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ରାଜା ଉପରେ ଆକ୍ରମଣ କରି ଥିଲେ। ରାଜାଙ୍କୁ ହତ୍ୟା କରିଦେଇ ଥିଲେ। ଏହାପରେ ଚାରି ଜଣ ଯାକ ମିଶି ରାଜାଙ୍କର ମୃତଦେହକୁ ଉଠାଇ,  ସେଲ୍ଫି ପଏଣ୍ଟରୁ ତଳକୁ ଫିଙ୍ଗି ଦେଇଥିଲେ। ୧୧ ମେ’ରେ ବିବାହ ପରେ ୨୩ ମେ’ରେ ରାଜା ଓ ସୋନମ ଏଠାରୁ ନିଖୋଜ ହୋଇ ଯାଇ ଥିଲେ। ପରେ ୨ ଜୁନରେ ରାଜାଙ୍କର ମୃତଦେହ ମିଳିଥିଲା। ଅଭିଯୋଗ ଯେ, ସୋନମ ନିଜର କଥିତ ପ୍ରେମିକ ରାଜ ସହ ପୂରା ଘଟଣାର ଷଡ଼ଯନ୍ତ୍ର ରଚିଥିଲା ଏବଂ ରାଜର ତିନି ଜଣ ବନ୍ଧୁଙ୍କ ସହ ମିଶି ଶିଲଂରେ ବିଭତ୍ସକାଣ୍ଡ ଘଟାଇ ଥିଲା।