ଠକେଇ ଅଭିଯୋଗ, ବ୍ୟାଙ୍କ କର୍ମଚାରୀ ଗିରଫ
ଭୁବନେଶ୍ବର: ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ବ୍ୟାଙ୍କ ଠକେଇ ମାମଲାରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ଦାଣ୍ଡମୁକୁନ୍ଦପୁର ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା ଗିରଫ ହୋଇଛନ୍ତି। ୩କୋଟି ୭୦ଲକ୍ଷ ଠକେଇ ମାମଲାରେ ଇଓଡବ୍ଲ୍ୟୁ ଗିରଫ କରିଛି। ତନ୍ମୟ ମହାରଣାକୁ ଛତିଶଗଡ଼ ରାୟପୁରରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଇଓଡବ୍ଲ୍ୟୁ ଆଣିଥିବା ସୂଚନା ମିଳିଛି।