ଠାକୁର ଅଜାସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା

ସାକ୍ଷୀଗୋପାଳ,୧୧ା୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବକୁଳବନର ଅଧିଶ୍ବର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜାଭାବେ ପରିଚିତ ଠାକୁର ଅଜାଶ୍ରସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ମଙ୍ଗଳ ଆଳତି, ଅବକାଶ, ବାଳଭୋଗ କରାଯାଇଥିଲା। ସ୍ନାନ ମଣ୍ଡପରେ ସଂସ୍କାର ହୋମ କରାଯିବା ପରେ ସେବାୟତ ଦେବରାଜ ପଣ୍ଡା ଓ ବ୍ରଜରାଜ ପଣ୍ଡା ଠାକୁରଙ୍କୁ ପହଣ୍ଡିକରି ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ସୁଗନ୍ଧିତ ଜଳକଳସରେ ପୂର୍ଣ୍ଣ ସ୍ନାନ, ନୂତନସ୍ତ୍ର, ଫୁଲହାର, ଟାହିଆ ଲାଗି ଓ ଖେଚୁଡ଼ି […] The post ଠାକୁର ଅଜାସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା appeared first on Dharitri Odia News.

ଠାକୁର ଅଜାସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା

ସାକ୍ଷୀଗୋପାଳ,୧୧ା୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବକୁଳବନର ଅଧିଶ୍ବର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜାଭାବେ ପରିଚିତ ଠାକୁର ଅଜାଶ୍ରସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ସକାଳୁ ସକାଳୁ ମଙ୍ଗଳ ଆଳତି, ଅବକାଶ, ବାଳଭୋଗ କରାଯାଇଥିଲା। ସ୍ନାନ ମଣ୍ଡପରେ ସଂସ୍କାର ହୋମ କରାଯିବା ପରେ ସେବାୟତ ଦେବରାଜ ପଣ୍ଡା ଓ ବ୍ରଜରାଜ ପଣ୍ଡା ଠାକୁରଙ୍କୁ ପହଣ୍ଡିକରି ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ସୁଗନ୍ଧିତ ଜଳକଳସରେ ପୂର୍ଣ୍ଣ ସ୍ନାନ, ନୂତନସ୍ତ୍ର, ଫୁଲହାର, ଟାହିଆ ଲାଗି ଓ ଖେଚୁଡ଼ି ଭୋଗ କରାଯାଇଥିଲା।

ସେହିପରି ଶ୍ରୀସାକ୍ଷୀଗୋପାଳ ଠାକୁର ଓ ଶ୍ରୀରାଧାଙ୍କୁ ରତ୍ନ ସିଂହାସନ ଉପରେ ୯ ଘର ପୁଷ୍ପାଳକ ପୂର୍ଣ୍ଣ ସ୍ନାନ କରିବା ପରେ ରାଜେଶ୍ୱରୀ ଅନୁଷ୍ଠିତ ହୋଇଥିବା ବେଳେ ପତିତପାବନଙ୍କୁ ସ୍ନାନ ମଣ୍ଡପରେ ସ୍ନାନ, ଭୋଗ, ଆଳତି କରାଯାଇଛି। ଦାରୁକ୍ଷେତ୍ର ରାୟଚକ୍ରଧରପୁର, ଅଠାଇଶ, ମୁଳ ଅଳସା ଗ୍ରାମର ତିନିଠାକୁର ଓ ଶୁକଳ ତୃତୀୟ ଦେବ, ବାଲିସାହି, ଅଳଗୁମ, ସାରଙ୍ଗଯୋଡ଼ିରେ ପତିତପାବନ ଦେବଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିବା ଦେଖାଯାଇଥିଲା।

The post ଠାକୁର ଅଜାସିଦ୍ଧବଳରାମଙ୍କ ସ୍ନାନ ଯାତ୍ରା appeared first on Dharitri Odia News.