ଠେଲାପେଲା ଘଟଣାକୁ ନେଇ ରାମ କାଡାମଙ୍କ ଚେତାବନୀ । କହିଲେ ଜନ ଆନ୍ଦୋଳନ ହେବ ।

କନକ ବ୍ୟୁରୋ: ସଂସଦରେ ଠେଲାପେଲା ଘଟଣାକୁ ନେଇ ଚେତାବନୀ ଦେଲେ ବିଧାୟକ ରାମଚନ୍ଦ୍ର କାଡାମ । ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି ପଟାଙ୍ଗୀ ବିଧାୟକ । ଏହାକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି  । ଏହା ସହିତ ଆମ୍ବେଦକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ବି ଦାବି କରିଛନ୍ତି । ଇସ୍ତଫା ନଦେଲେ ସାରା ରାଜ୍ୟରେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।  ଆଜି ରାମଚନ୍ଦ୍ର କାଡାମ ପ୍ରେସ୍‌ମିଟ୍‌ କରି କହିଛନ୍ତି, “ପଦରୁ ଇସ୍ତଫା ଦିଅନ୍ତୁ ଗୃହମନ୍ତ୍ରୀ । ଆମ୍ୱେଦକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । କ୍ଷମା ପ୍ରାର୍ଥନା ନକଲେ ସାରା ରାଜ୍ୟରେ ଆମେ ଜନ ଆନ୍ଦୋଳନ କରିବୁ । ରାହୁଲ ଗାନ୍ଧୀ ଜଣେ ସାଂସଦ, ସେ ନିଜ କାମ କରୁଛନ୍ତି । ସେ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲି ନାହାନ୍ତି ।”

ଠେଲାପେଲା ଘଟଣାକୁ ନେଇ ରାମ କାଡାମଙ୍କ ଚେତାବନୀ । କହିଲେ ଜନ ଆନ୍ଦୋଳନ ହେବ ।

କନକ ବ୍ୟୁରୋ: ସଂସଦରେ ଠେଲାପେଲା ଘଟଣାକୁ ନେଇ ଚେତାବନୀ ଦେଲେ ବିଧାୟକ ରାମଚନ୍ଦ୍ର କାଡାମ । ଗୃହମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି ପଟାଙ୍ଗୀ ବିଧାୟକ । ଏହାକୁ ନେଇ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି  । ଏହା ସହିତ ଆମ୍ବେଦକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ବି ଦାବି କରିଛନ୍ତି । ଇସ୍ତଫା ନଦେଲେ ସାରା ରାଜ୍ୟରେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । 

ଆଜି ରାମଚନ୍ଦ୍ର କାଡାମ ପ୍ରେସ୍‌ମିଟ୍‌ କରି କହିଛନ୍ତି, “ପଦରୁ ଇସ୍ତଫା ଦିଅନ୍ତୁ ଗୃହମନ୍ତ୍ରୀ । ଆମ୍ୱେଦକରଙ୍କୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । କ୍ଷମା ପ୍ରାର୍ଥନା ନକଲେ ସାରା ରାଜ୍ୟରେ ଆମେ ଜନ ଆନ୍ଦୋଳନ କରିବୁ । ରାହୁଲ ଗାନ୍ଧୀ ଜଣେ ସାଂସଦ, ସେ ନିଜ କାମ କରୁଛନ୍ତି । ସେ ପ୍ରତାପ ଷଡ଼ଙ୍ଗୀଙ୍କୁ ଠେଲି ନାହାନ୍ତି ।”