ଡ. ଅଚ୍ୟୁତ ସାମନ୍ତଙ୍କୁ ମଦର ଟେରେସା ଇଣ୍ଟରନ୍ୟାସନାଲ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ଶିକ୍ଷା, ସ୍ବାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ କିଟ, କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମଦର ଟେରେସା ଇଣ୍ଟରନ୍ୟାସନାଲ ସମ୍ମାନ ପ୍ରଦାନ । କଲକାତା ସେଣ୍ଟ ଜେମସ ଆଡିଟରିମରେ ମଦର ଟେରେସା ଇଣ୍ଟରନ୍ୟାସନାଲ କମିଟି ପକ୍ଷରୁ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗ୍ରହଣରେ ଏହି ପୁରସ୍କାର ଡ. ସାମନ୍ତଙ୍କ ମନୋନିତ ପ୍ରତିନିଧିଙ୍କୁ ଦିଆଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ଟି. ଏଚ ଆୟରଲ୍ୟାଣ୍ଡ,ପଶ୍ଚିମବଙ୍ଗ […] The post ଡ. ଅଚ୍ୟୁତ ସାମନ୍ତଙ୍କୁ ମଦର ଟେରେସା ଇଣ୍ଟରନ୍ୟାସନାଲ ସମ୍ମାନ ପ୍ରଦାନ appeared first on KNews Odisha.

ଡ. ଅଚ୍ୟୁତ ସାମନ୍ତଙ୍କୁ ମଦର ଟେରେସା ଇଣ୍ଟରନ୍ୟାସନାଲ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ଶିକ୍ଷା, ସ୍ବାସ୍ଥ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ କିଟ, କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ମଦର ଟେରେସା ଇଣ୍ଟରନ୍ୟାସନାଲ ସମ୍ମାନ ପ୍ରଦାନ ।

କଲକାତା ସେଣ୍ଟ ଜେମସ ଆଡିଟରିମରେ ମଦର ଟେରେସା ଇଣ୍ଟରନ୍ୟାସନାଲ କମିଟି ପକ୍ଷରୁ ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବରେ ଦେଶ ବିଦେଶର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗ୍ରହଣରେ ଏହି ପୁରସ୍କାର ଡ. ସାମନ୍ତଙ୍କ ମନୋନିତ ପ୍ରତିନିଧିଙ୍କୁ ଦିଆଯାଇଛି। କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ଟି. ଏଚ ଆୟରଲ୍ୟାଣ୍ଡ,ପଶ୍ଚିମବଙ୍ଗ ଓ ସିକିମର ରିଜିଓନାଲ ଏଜୁକେଶନ କମିଶନ ଫାଦର୍ ଜୟ ଡିସୁଜା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଡ.ସାମନ୍ତ ଙ୍କ ତ୍ୟାଗପୂତ ଜୀବନ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ଡ.ସାମନ୍ତ ପୁରସ୍କାର ପ୍ରଦାନ ସଭାରେ ଅନୁପସ୍ଥିତ ଥିବାରୁ କଳିଙ୍ଗ ଟିଭି କଲକାତା ବ୍ୟୁରୋ ହେଡ ପ୍ରମୋଦ ମହାନ୍ତି ପୁରସ୍କାର ଗ୍ରହଣ କରିଥିଲେ।

The post ଡ. ଅଚ୍ୟୁତ ସାମନ୍ତଙ୍କୁ ମଦର ଟେରେସା ଇଣ୍ଟରନ୍ୟାସନାଲ ସମ୍ମାନ ପ୍ରଦାନ appeared first on KNews Odisha.