ଡ. ସାରଦା ୟୁକୋ ବ୍ୟାଙ୍କ ବୋର୍ଡର ନୂଆ ନିର୍ଦ୍ଦେଶକ
ଭୁବନେଶ୍ୱର,୭।୮: ଭାରତ ସରକାର ୨୦୨୪ ଅଗଷ୍ଟ ୫ ରେ ପ୍ରକାଶିତ ଗାଜେଟ ଅଫ୍ ଇଣ୍ଡିଆ ଅନୁସାରେ ଡ. ସାରଦା ପ୍ରସନ୍ନ ମହାନ୍ତିଙ୍କୁ ୟୁକୋ ବ୍ୟାଙ୍କ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି। ବର୍ତ୍ତମାନ ଡ. ସାରଦା ଓଡ଼ିଶା ରାଜ୍ୟ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ ସେ ଅତିରିକ୍ତ ଭାର ସ୍ବରୂପ ଭାରତୀୟ ରିଜର୍ଭ ବ୍ୟାଙ୍କର ଏଣ୍ଟରପ୍ରାଇଜେସ୍ କମ୍ପ୍ୟୁଟିଂ ଆଣ୍ଡ୍ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଭାବେ […] The post ଡ. ସାରଦା ୟୁକୋ ବ୍ୟାଙ୍କ ବୋର୍ଡର ନୂଆ ନିର୍ଦ୍ଦେଶକ appeared first on Dharitri Odia News.
ଭୁବନେଶ୍ୱର,୭।୮: ଭାରତ ସରକାର ୨୦୨୪ ଅଗଷ୍ଟ ୫ ରେ ପ୍ରକାଶିତ ଗାଜେଟ ଅଫ୍ ଇଣ୍ଡିଆ ଅନୁସାରେ ଡ. ସାରଦା ପ୍ରସନ୍ନ ମହାନ୍ତିଙ୍କୁ ୟୁକୋ ବ୍ୟାଙ୍କ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତି କରିଛନ୍ତି। ବର୍ତ୍ତମାନ ଡ. ସାରଦା ଓଡ଼ିଶା ରାଜ୍ୟ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହା ସହ ସେ ଅତିରିକ୍ତ ଭାର ସ୍ବରୂପ ଭାରତୀୟ ରିଜର୍ଭ ବ୍ୟାଙ୍କର ଏଣ୍ଟରପ୍ରାଇଜେସ୍ କମ୍ପ୍ୟୁଟିଂ ଆଣ୍ଡ୍ ସାଇବର ସିକ୍ୟୁରିଟି ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ଅପରପକ୍ଷରେ ଡ. ମହାନ୍ତି ଦୀର୍ଘ ୨୫ବର୍ଷ ଧରି ଭାରତୀୟ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟକରି ଆସୁଛନ୍ତି ଏବଂ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ତାଙ୍କର ୨୮ବର୍ଷର ଅଭିଜ୍ଞତା ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କରେ ତାଙ୍କର ବିନିଯୋଗ, ପରୀକ୍ଷଣ, ସୂଚନା ପ୍ରଯୁକ୍ତି, ପେମେଣ୍ଟ ସିଷ୍ଟମ, ମୁଦ୍ରା ପରିଚାଳନା, ଆର୍ଥିକ ସମାବେଶନ ଓ ବିକାଶ, ମାନବ ସମ୍ପଦ ପରିଚାଳନା କ୍ଷେତ୍ରରେ ବେଶ୍ ଅନୁଭବ ରହିଛି। ସେ ଆମେରିକା, ସୁଇଜରଲ୍ୟାଣ୍ଡ, ୟୁକ୍ରେନ୍, ରୁଷିଆ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ସିଙ୍ଗାପୁରଠାରେ ମଧ୍ୟ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍ ଯଥା: ଫେଡେରାଲ ରିଜର୍ଭ, ବେସେଲ କମିଟି, କ୍ରେଡିଟ୍ ରିପୋର୍ଟିଂ ସମିତି, ବ୍ରିକ୍ସ ସାଇବର ସିକ୍ୟୁରିଟି ସମ୍ମିଳନୀରେ ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ଡ. ମହାନ୍ତି ବୈଦେଶିକ ଅର୍ଥ ବ୍ୟବସ୍ଥାରେ ପିଏଚ୍ଡି କରିଛନ୍ତି। ସେ ଓୟୁଏଟିରୁ କୃଷି ବିଜ୍ଞାନରେ ସ୍ନାତକ କରିବା ସହ ଟେକ୍ସାସ୍ ଅଷ୍ଟିନ୍ ୟୁନିଭର୍ସିଟିରୁ ଡାଟା ସାଇନ୍ସ ଆଣ୍ଡ୍ ବିଜ୍ନେସ୍ ଆନାଲିଟିକ୍ସରେ ପିଜିପି ଏବଂ ଆଇଆଇଏମ୍ ବେଙ୍ଗାଲୁରୁରୁ ପବ୍ଲିକ ପଲିସି ଆଣ୍ଡ୍ ମ୍ୟାନେଜମେଣ୍ଟ ମଧ୍ୟ କରିଛନ୍ତି।
The post ଡ. ସାରଦା ୟୁକୋ ବ୍ୟାଙ୍କ ବୋର୍ଡର ନୂଆ ନିର୍ଦ୍ଦେଶକ appeared first on Dharitri Odia News.