ଡକାୟତି ପାଇଁ ଯୋଜନା ପ୍ରସ୍ତୁତ ବେଳେ ମାଡିବସିଲା ପୁଲିସ, ୨ ଅଭିଯୁକ୍ତଙ୍କ ସହ ମାରଣାସ୍ତ୍ର ଜବତ
ଗୁରୁଡ଼ିଝାଟିଆ: କିଛି ଘଣ୍ଟା ଭିତରେ କରିଥାନ୍ତେ ଡକାୟତି। ଯୋଜନା ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ସେଥିପାଇଁ ଏକାଠି ହୋଇଥିଲେ ୫ଜଣ ଦୁର୍ବୁତ୍ତ। ହାତରେ ଥିଲା ମାରଣାସ୍ତ୍ର। କିନ୍ତୁ ଏ ସବୁ ଫସର ଫାଟିଯାଇଥିଲା। ଡକାୟତି ଉଦ୍ୟମ ପଣ୍ଡ ହେଲା। ଖୁଣ୍ଟୁଣୀ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ଅତର୍କିତ ଚଢାଉ କରିବା ପରେ ଛତ୍ରଭଙ୍ଗ ଦେଇଥିଲେ ଦୁର୍ବୁତ୍ତମାନେ। ହେଲେ ସେମାନଙ୍କ ଭିତରୁ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୁଲିସ।ବ୍ୟବହୃତ ଏକ ଚୋରା ବାଇକ ଓ ରଡ ମଧ୍ୟ […]

ଗୁରୁଡ଼ିଝାଟିଆ: କିଛି ଘଣ୍ଟା ଭିତରେ କରିଥାନ୍ତେ ଡକାୟତି। ଯୋଜନା ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିଲା। ସେଥିପାଇଁ ଏକାଠି ହୋଇଥିଲେ ୫ଜଣ ଦୁର୍ବୁତ୍ତ। ହାତରେ ଥିଲା ମାରଣାସ୍ତ୍ର। କିନ୍ତୁ ଏ ସବୁ ଫସର ଫାଟିଯାଇଥିଲା। ଡକାୟତି ଉଦ୍ୟମ ପଣ୍ଡ ହେଲା। ଖୁଣ୍ଟୁଣୀ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଂ ସମୟରେ ଅତର୍କିତ ଚଢାଉ କରିବା ପରେ ଛତ୍ରଭଙ୍ଗ ଦେଇଥିଲେ ଦୁର୍ବୁତ୍ତମାନେ। ହେଲେ ସେମାନଙ୍କ ଭିତରୁ ୨ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ପୁଲିସ।ବ୍ୟବହୃତ ଏକ ଚୋରା ବାଇକ ଓ ରଡ ମଧ୍ୟ ଜବତ କରିଥିଲେ। ଏଭଳି ଏକ ସଫଳତା ପାଇଛି ଖୁଣ୍ଟୁଣୀ ପାଲିସ ଗତକାଲି ବିଳମ୍ବିତ ରାତିରେ। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବାରଙ୍ଗଥାନା ଅନ୍ତର୍ଗତ ଦାଢାପାଟଣା ଗ୍ରାମର ଗୋବିନ୍ଦ ଚନ୍ଦ୍ର ରାଉତ(୨୮) ଓ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବାଲିମ ଥାନାର ଅସ୍ରୋଡ ଗାଁର ଆଶିଷ ସାହୁ(୨୧)। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ରାତ୍ରିକାଳୀନ ପେଟ୍ରୋଲିଂ ପାଇଁ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଉପନିରୀକ୍ଷକ ଶେଷଦେବ ରାଜ ଓ ପୁଲିସ ଫୋର୍ସ ଜାତୀୟ ରାଜପଥରେ ପଇଁତରା ମାରୁଥିଲେ। ରୟାଲ ପେଟ୍ରୋଲ ପମ୍ପର ପଛରେ କିଛି ଯୁବକ ରାତ୍ରି ପ୍ରାୟ ସାଢେ ୧୨ଟାରୁ ୧ଟା ମଧ୍ୟରେ ସମବେତ ହୋଇ କଣ କରୁଥିଲେ। ହଠାତ୍ ପୋଲିସ ସେଠାରେ ପହଞ୍ଚିଲା ବେଳକୁ ୩ଜଣ ଅନ୍ଧାରର ସୁଯୋଗ ନେଇ ଦୌଡି ପଳାଇଥିଲେ। ଉପରୋକ୍ତ ଅଭିଯୁକ୍ତଦ୍ୱୟ ଧରାପଡ଼ିବା ସହ ସେମାନେ ବ୍ୟବହାର କରୁଥିବା ଏକ ଚୋରା ବାଇକ ଜବତ କରିବା ସଂଗେ ସଂଗେ ସେମାନଙ୍କ ଠାରୁ ଡକାୟତି ପାଇଁ ଉଦ୍ଦିଷ୍ଟ ଥିବା ରଡଖଣ୍ଡ ଜବତ କରିଥିଲେ। ଅଭିଯୁକ୍ତଦ୍ୱୟଙ୍କୁ ଆଜି ହାଜତ ଚାଲାଣ କରାଯାଇଛି। ଅନ୍ୟ ୩ଜଣ ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆ ଗଣମାଧ୍ୟମକୁ କହିଛନ୍ତି।