ଡକାୟତି ଯୋଜନା ପଣ୍ଡ କଲା ପୋଲିସ, ୫ ଗିରଫ; ୫ ବାଇକ ସହ ବହୁ ସାମଗ୍ରୀ ଜବତ

ଚଣ୍ଡିଖୋଲ: ଡକାୟତି ଯୋଜନା ପଣ୍ଡ କଲା ବାଲିଚନ୍ଦ୍ରପୁର ପୋଲିସ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ରେ ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ଘଟଣାର ଫର୍ଦାଫାଶ କରିଛି ପୋଲିସ। ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ମୋଟ ୫ଜଣଙ୍କୁ ବାଲିଚନ୍ଦ୍ରପୁର ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ୫ ଟି ବାଇକ, ଫ୍ୟାନ, ତାର କୟେଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ।ଏମାନଙ୍କ ନାମରେ ପୂର୍ବରୁ ବାଲିଚନ୍ଦ୍ରପୁର ଥାନାରେ ବିଭିନ୍ନ ଚୋରି ମାମଲା ରହିଛି। ବାଲିଚନ୍ଦ୍ରପୁରର ଆଖ ପାଖ ଅଂଚଳରୁ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିଲା।  ଏ ନେଇ ବାଲିଚନ୍ଦ୍ରପୁର ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ।  ଏ ନେଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଯାଜପୁର ଏସଡିପିଓ।

ଡକାୟତି ଯୋଜନା ପଣ୍ଡ କଲା ପୋଲିସ, ୫ ଗିରଫ; ୫ ବାଇକ ସହ ବହୁ ସାମଗ୍ରୀ ଜବତ

ଚଣ୍ଡିଖୋଲ: ଡକାୟତି ଯୋଜନା ପଣ୍ଡ କଲା ବାଲିଚନ୍ଦ୍ରପୁର ପୋଲିସ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ରେ ବିଭିନ୍ନ ସ୍ଥାନରେ ହୋଇଥିବା ଚୋରି ଘଟଣାର ଫର୍ଦାଫାଶ କରିଛି ପୋଲିସ। ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ମୋଟ ୫ଜଣଙ୍କୁ ବାଲିଚନ୍ଦ୍ରପୁର ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ୫ ଟି ବାଇକ, ଫ୍ୟାନ, ତାର କୟେଲ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ।

ଏମାନଙ୍କ ନାମରେ ପୂର୍ବରୁ ବାଲିଚନ୍ଦ୍ରପୁର ଥାନାରେ ବିଭିନ୍ନ ଚୋରି ମାମଲା ରହିଛି। ବାଲିଚନ୍ଦ୍ରପୁରର ଆଖ ପାଖ ଅଂଚଳରୁ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିଲା।  ଏ ନେଇ ବାଲିଚନ୍ଦ୍ରପୁର ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ।  ଏ ନେଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଯାଜପୁର ଏସଡିପିଓ।