ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇ ଭାଜପା ବିଧାୟକ ଏବଂ ଏମ୍‌ପିଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ବିଷୟରେ ଲୋକଙ୍କୁ ଅବଗତ କରିବା ସହ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟ ଦାନ କରିବାକୁ ଭୋଟରଙ୍କୁ ଅନୁରୋଧ […] The post ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇ ଭାଜପା ବିଧାୟକ ଏବଂ ଏମ୍‌ପିଙ୍କ ପାଇଁ ପ୍ରଚାର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ବିଷୟରେ ଲୋକଙ୍କୁ ଅବଗତ କରିବା ସହ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟ ଦାନ କରିବାକୁ ଭୋଟରଙ୍କୁ ଅନୁରୋଧ କରିଥିଲେ। ସେହିପରି ଶାସକ ବିଜେଡି ଉପରେ ସେ ଖୁବ୍‌ ବର୍ଷିଥିଲେ। ରାଜ୍ୟ ତଥା ଦେଶରେ ସୁଶାସନ ତଥା ଧାନର ସହାୟକ ମୂଲ୍ୟ ବୃଦ୍ଧି, ସୁଭଦ୍ରା ଯୋଜନା, ପ୍ରତ୍ୟେକ ମହିଳାଙ୍କୁ ମାସିକ ସହାୟତା, ବାର୍ଦ୍ଧକ୍ୟ, ବିଧବା ଭତ୍ତା ମାସକୁ ୩ହଜାରକୁ ବୃଦ୍ଧି ବିଷୟରେ ଅନ୍ୟ ରାଜ୍ୟ ସହିତ ତୁଳନା କରି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ। ବିଧାୟକ ପ୍ରାର୍ଥୀ ନିହାର ମହାନନ୍ଦ, ସୁଜାତା ପ୍ରଧାନ, କୃଷ୍ଣଚନ୍ଦ୍ର ମହାନ୍ତି, ଲକ୍ଷ୍ମୀ ରଥ, ଯଶୋବନ୍ତ ସେଟ୍‌, ରଞ୍ଜନ ସେଟ, ବିପିନ ଭୋସାଗର, ଡି ମୁରଲୀ କ୍ରୀଷ୍ଣା, ମିଲନ ସେଟ୍‌ ପ୍ରମୁଖ ଉପସ୍ଥିତ ଥିଲେ।

The post ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ appeared first on Dharitri Odia News.