ଡବଲ ଇଞ୍ଜିନ୍ ଭୋଟ୍ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ
ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍ ବୋଲି କିଛି ଲୋକ ପାଟି କରୁଛନ୍ତି। ଡବଲ ଇଞ୍ଜିନ୍ ସରକାରରେ ସର୍ବନିମ୍ନ ମଜୁରୀ ୩୨୦, ୩୬୦ ଓ ୩୮୦ । ଆମ ରାଜ୍ୟରେ ଯାହା ୪୫୦। ଡବଲ ଇଞ୍ଜିନ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଆୟୁଷ୍ମାନ ଯୋଜନାର ବଜେଟ୍ ଦେଶ ପାଇଁ ୬ ହଜାର କୋଟି ଟଙ୍କା। ଓଡ଼ିଶାର ଭାଗ ପଡ଼ିବ […] The post ଡବଲ ଇଞ୍ଜିନ୍ ଭୋଟ୍ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ appeared first on Dharitri Odia News.
ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍ ବୋଲି କିଛି ଲୋକ ପାଟି କରୁଛନ୍ତି। ଡବଲ ଇଞ୍ଜିନ୍ ସରକାରରେ ସର୍ବନିମ୍ନ ମଜୁରୀ ୩୨୦, ୩୬୦ ଓ ୩୮୦ । ଆମ ରାଜ୍ୟରେ ଯାହା ୪୫୦। ଡବଲ ଇଞ୍ଜିନ ସରକାର ଭତ୍ତା ଦେଉଛନ୍ତି ମାତ୍ର ୩୦୦ ଟଙ୍କା। ଆୟୁଷ୍ମାନ ଯୋଜନାର ବଜେଟ୍ ଦେଶ ପାଇଁ ୬ ହଜାର କୋଟି ଟଙ୍କା। ଓଡ଼ିଶାର ଭାଗ ପଡ଼ିବ ୩ଶହ କୋଟି ଟଙ୍କା। ଓଡ଼ିଶାରେ ବିଏସ୍କଓ୍ବୋଇ ବଜେଟ୍ କେବଳ ରାଜ୍ୟ ପାଇଁ ୫ ହଜାର କୋଟି। ନବୀନ ଇଞ୍ଜିନ୍ ସ୍ବଚ୍ଛତାର ଇଞ୍ଜିନ। ଡବଲ ଇଞିନ ଭୋଟ୍ ପାଇଁ କାମ କରେ। ନବୀନ ଇଞ୍ଜିନ ଦୁଃଖସୁଖରେ ରୁହେ। ନିର୍ବାଚନ ସମୟରେ ହିଁ ଡବଲ ଇଞ୍ଜିନ୍ କଥା ଶୁଭେ। ଅନ୍ୟ ଇଞ୍ଜିନ୍ କାମ ଦେବ ନାହିଁ। କାମ କରିବ କେବଳ ନବୀନ ଇଞ୍ଜିନ୍। ଛତିଶଗଡରେ ୫ ବର୍ଷ ତଳେ ଡବଲ ଇଞ୍ଜିନ୍ ବନ୍ଦ ହେଇଯାଇଛି,ରାଜସ୍ଥାନ,ହିମାଚଳ ପ୍ରଦେଶରେ ବି ଡବଲ ଇଞ୍ଜିନ୍ ବନ୍ଦ। କିନ୍ତୁ ଯେଉଁଠି ଡବଲ ଇଞ୍ଜିନ୍ ସରକାର ଆସେ,ସେଠାରେ ବିକାଶ ୨୦ ବର୍ଷ ପଛକୁ ଫେରିଆଯାଏ। ଯେଉଁଠି ଡବଲ ଇଞ୍ଜିନ୍ ସରକାର ଆସେ ସେଠି ଲୋନ୍ ବଢ଼ିଯାଏ। ସେଠି ସରକାର ଦରମା ଦେଇ ପାରେ ନାହିଁ। ଠକମାନଙ୍କୁ ଜେଲରେ ରଖିବା କଥା। ସେମାନଙ୍କୁ ଏମ୍ପି ପଠାଇବା କଥା ନୁହେଁ। ଗଞ୍ଜାମବାସୀ କେବେ ମଧ୍ୟ ସେହି ଭୁଲ୍ କରିବେନାହିଁ।
The post ଡବଲ ଇଞ୍ଜିନ୍ ଭୋଟ୍ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ appeared first on Dharitri Odia News.