ଡମ୍ବରୁ ବଜାଇଲେ ମୋଦି: କଂଗ୍ରେସକୁ କଲେ ଟାର୍ଗେଟ୍‌

ଡେରାଡୁନ୍‌,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ ଋଷିକେଶର ଆଇଡିପିଏଲ୍‌ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଞ୍ଚରେ ପହଞ୍ଚି ଦେବଭୂମିକୁ ପ୍ରଣାମ କରି ନିଜର ସମ୍ବୋଧନ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ହାତରେ ଡମ୍ବରୁ ବଜାଇ ବାବା କେଦାରନାଥଙ୍କୁ ପ୍ରଣାମ କରିଥିଲେ। ନିର୍ବାଚନ ରାଲିରେ କଂଗ୍ରେସକୁ ଟାର୍ଗେଟ୍‌ […] The post ଡମ୍ବରୁ ବଜାଇଲେ ମୋଦି: କଂଗ୍ରେସକୁ କଲେ ଟାର୍ଗେଟ୍‌ appeared first on Dharitri Odia News.

ଡମ୍ବରୁ ବଜାଇଲେ ମୋଦି: କଂଗ୍ରେସକୁ କଲେ ଟାର୍ଗେଟ୍‌

ଡେରାଡୁନ୍‌,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି। ଆଜି ସେ ଋଷିକେଶର ଆଇଡିପିଏଲ୍‌ ସ୍ପୋର୍ଟସ ଗ୍ରାଉଣ୍ଡରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଞ୍ଚରେ ପହଞ୍ଚି ଦେବଭୂମିକୁ ପ୍ରଣାମ କରି ନିଜର ସମ୍ବୋଧନ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ହାତରେ ଡମ୍ବରୁ ବଜାଇ ବାବା କେଦାରନାଥଙ୍କୁ ପ୍ରଣାମ କରିଥିଲେ।
ନିର୍ବାଚନ ରାଲିରେ କଂଗ୍ରେସକୁ ଟାର୍ଗେଟ୍‌ କରି ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିକାଶ ଏବଂ ଐତିହ୍ୟକୁ କଂଗ୍ରେସ ବିରୋଧ କରୁଛି। ପ୍ରଭୁ ରାମଙ୍କ ଅସ୍ତିତ୍ୱ ଉପରେ କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ହିଁ ପ୍ରଥମେ ରାମ ମନ୍ଦିର ନିର୍ମାଣ ବିରୋଧ କରିଥିଲା। କୋର୍ଟରେ ମଧ୍ୟ ବାଧା ସୃଷ୍ଟି କରିଥିଲ। କିନ୍ତୁ ରାମ ମନ୍ଦିରର ନିର୍ମାାଣକାରୀମାନେ ତାଙ୍କର ସମସ୍ତ ପାପ କ୍ଷମା କରି ତାଙ୍କୁ ଘରକୁ ନିମନ୍ତ୍ରଣ କଲେ, କିନ୍ତୁ ସେ ମଧ୍ୟ ସେହି ସୁଯୋଗକୁ ପ୍ରତ୍ୟାଖ୍ୟାନ କଲେ। ବର୍ତ୍ତମାନ କଂଗ୍ରେସ ଗଙ୍ଗାର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଉଛି। କିନ୍ତୁ ଜନସାଧାରଣ ନିଶ୍ଚିତ ଭାବରେ ସେମାନଙ୍କୁ ଏକ ଶିକ୍ଷା ଦେବେ। ଯଦି ଆମେ ଏକ ବିକଶିତ ଭାରତର ସ୍ବପ୍ନକୁ ପୂରଣ କରିବାକୁ ଚାହୁଁ, ତେବେ ଆମକୁ ପଦ୍ମ ଫୁଲରେ ଭୋଟ ଦେବାକୁ ପଡ଼ିବ। ବାକି କାମ କରିବା ମୋର ଗ୍ୟାରେଣ୍ଟି।

The post ଡମ୍ବରୁ ବଜାଇଲେ ମୋଦି: କଂଗ୍ରେସକୁ କଲେ ଟାର୍ଗେଟ୍‌ appeared first on Dharitri Odia News.