ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ : ସପ୍ତାହର ଶେଷ କାରବାର ଦିବସରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ପ୍ରତିଷ୍ଠା ହୋଇଛି ଏକ ନୂଆ ରେକର୍ଡ। ଇତିହାସରେ ପ୍ରଥମ ଥର ପାଇଁ ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ରେକର୍ଡ ତଳକୁ ଖସିଛି ଭାରତୀୟ ମୁଦ୍ରା। କାରବାର ସମୟରେ ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଶୁକ୍ରବାର ଟଙ୍କା ମୂଲ୍ୟ ପ୍ରତି ଡଲାର ପିଛା ସର୍ବନିମ୍ନ ୮୪ ଟଙ୍କା ସ୍ତରକୁ ଖସିଥିବା ବେଳେ ଶନିବାର ୮୪.୧୪କୁ ଖସିଛି। ଏହାପୂର୍ବରୁ ଗୁରୁବାର […]

ନୂଆଦିଲ୍ଲୀ : ସପ୍ତାହର ଶେଷ କାରବାର ଦିବସରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ପ୍ରତିଷ୍ଠା ହୋଇଛି ଏକ ନୂଆ ରେକର୍ଡ। ଇତିହାସରେ ପ୍ରଥମ ଥର ପାଇଁ ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ରେକର୍ଡ ତଳକୁ ଖସିଛି ଭାରତୀୟ ମୁଦ୍ରା। କାରବାର ସମୟରେ ସମୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ପାଇଛି। ଶୁକ୍ରବାର ଟଙ୍କା ମୂଲ୍ୟ ପ୍ରତି ଡଲାର ପିଛା ସର୍ବନିମ୍ନ ୮୪ ଟଙ୍କା ସ୍ତରକୁ ଖସିଥିବା ବେଳେ ଶନିବାର ୮୪.୧୪କୁ ଖସିଛି।
ଏହାପୂର୍ବରୁ ଗୁରୁବାର କାରବାରରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୮୩.୯୮ ଟଙ୍କା ସ୍ତରରେ ବନ୍ଦ ହୋଇଥିଲା । ଏହାବ୍ୟତୀତ ପ୍ରଥମ ଥର ପାଇଁ ୨୦୨୨ ଜୁଲାଇ ୧୯ରେ ଆମେରିକା ଡଲାର ତୁଳନାରେ ୮୦ ଟଙ୍କା ସ୍ତର ଅତିକ୍ରମ କରିଥିଲା। ଏହା ପରଠାରୁ ଭାରତୀୟ ମୁଦ୍ରାର ମୂଲ୍ୟ କ୍ରମାଗ ଭାବେ ହ୍ରାସ ପାଇବାରେ ଲାଗିଛି।
ଏହାମଧ୍ୟରେ ବିଶ୍ବର ମୋଟ ୬ଟି ବୃହତ୍ ମୁଦ୍ରା ତୁଳନାରେ ଆମେରିକା ଡଲାରର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ ୦.୧୧ ପ୍ରତିଶତ ହ୍ରାସ ପରେ ୧୦୨.୮୭ ଟଙ୍କାରେ ରହିଛି। ଡଳାର ସୂଚକାଙ୍କ ଜୋ ୟେନ୍, ପାଉଣ୍ଡ, କାନାଡ଼ିଆନ୍ ଡଲାର, ସ୍ୱିଡିଶ କ୍ରୋନା ଏବଂ ସ୍ୱିସ୍ ଫ୍ରାଙ୍କ ଏବଂ ୟୁରୋ ତୁଳନାରେ ଆମେରିକା ମୁଦ୍ରାକୁ ତୁଳନା ହୋଇଥାଏ। ଭାରତୀୟ ମୁଦ୍ରା ଦୁର୍ବଳ ହେବା ସହ ଏହାର ପ୍ରଭାବ ଅର୍ଥନୀତି ଉପରେ ମଧ୍ୟ ଦେଖିବାକୁ ମିଳୁଛି। ଟଙ୍କା ମୂଲ୍ୟରେ ହ୍ରାସ ଦେଶ ପାଇଁ ଆମଦାନୀକୁ ମହଙ୍ଗା କରିଦେବ। ଏଥିଯୋଗୁ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେବା ସହ ପେଟ୍ରୋଲ-ଡିଜେଲ ଇତ୍ୟାଦି ପେଟ୍ରୋଲିୟମ୍ ଉତ୍ପାଦର ମୂଲ୍ୟରେ ବୃଦ୍ଧି ଘଟିପାରେ। ଏହାସହିତ ଡଲାର ଖର୍ଚ୍ଚ ହିସାବରେ ଆମଦାନୀ ହେଉଥିବା ସମସ୍ତ ଉତ୍ପାଦରେ ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ। ବିଦେଶରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ,କଲେଜ ଫିସ୍, ଭୋଜନ ଏବଂ ପରିବହନ ଇତ୍ୟାଦି ଡଲାରରେ ହିଁ ଖର୍ଚ୍ଚ କରିବାକୁ ପଡ଼ିଥାଏ ।