ଡାଇରିଆ ବ୍ୟାପିଥିବାରୁ ୨ ସପ୍ତାହ ବନ୍ଦ ରହିବ ସମସ୍ତ ଜଳଖିଆ ଦୋକାନ
ଯାଜପୁର: ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବାରୁ ବରୀ ବ୍ଲକ ପ୍ରଶାସନର କଡ଼ା ନିର୍ଦ୍ଦେଶ। ୨ ସପ୍ତାହ ବନ୍ଦ ରହିବ ସମସ୍ତ... The post ଡାଇରିଆ ବ୍ୟାପିଥିବାରୁ ୨ ସପ୍ତାହ ବନ୍ଦ ରହିବ ସମସ୍ତ ଜଳଖିଆ ଦୋକାନ appeared first on .
ଯାଜପୁର: ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବାରୁ ବରୀ ବ୍ଲକ ପ୍ରଶାସନର କଡ଼ା ନିର୍ଦ୍ଦେଶ। ୨ ସପ୍ତାହ ବନ୍ଦ ରହିବ ସମସ୍ତ ଜଳଖିଆ ଦୋକାନ, ମାଛ ଦୋକାନ , ଫାଷ୍ଟ ଫୁଡ୍ ଦୋକାନ, ଗୁପଚୁପ, ଦହିବରା ଷ୍ଟଲ୍। ଡାଇରିଆ ସ୍ଥିତି ନେଇ ଯାଜପୁର ଜିଲ୍ଲା ବରୀରେ ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ ସମୀକ୍ଷା କରିଛନ୍ତି। ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ହୋଟେଲ, ଜଳଖିଆ ଦୋକାନରେ ଯେମିତି ବାସି ଖାଦ୍ୟ ଦିଆ ନ ଯାଏ ତାହା ନିଶ୍ଚିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ। ବରୀ ବାଲିଆପାଳରେ ଥିବା ଆଇସକ୍ରିମ ଫ୍ୟାକ୍ଟ୍ରିକୁ ସିଲ କରାଯିବା ସହିତ ଜଳଖିଆ ଦୋକାନ, ମାଛ ଦୋକାନ, ଫାଷ୍ଟ ଫୁଡ୍ ଦୋକାନ, ଗୁପଚୁପ, ଦହିବରା ଷ୍ଟଲରେ ଚଢାଉ କରାଯାଇଛି। ବାସି ଖାଦ୍ୟ ବିକିଲେ, ଆଇନଗତ ଆକ୍ସନ ନିଆଯିବ ବୋଲି କହିଛନ୍ତି, ବରୀ ତହସିଲଦାର। ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବା ୩୦ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସାଲାଇନ, ହାଲୋଜିନ ବଟିକା ଓ ଆବଶ୍ୟକ ଔଷଧ ମହଜୁଦ ଥିବା କହିଛନ୍ତି ବରୀ ହସପିଟାଲ କର୍ତ୍ତୃପକ୍ଷ। ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ବି ଗୁରୁତ୍ଵ ଦିଆଯାଉଛି।
The post ଡାଇରିଆ ବ୍ୟାପିଥିବାରୁ ୨ ସପ୍ତାହ ବନ୍ଦ ରହିବ ସମସ୍ତ ଜଳଖିଆ ଦୋକାନ appeared first on .